• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ବ୍ଲକ୍‌ ଘେରାଉ କରିବ କଂଗ୍ରେସ । ଆସନ୍ତା ୧୮ ତାରିଖରେ ରାଜ୍ୟର ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ । ୯ ଦଫା ଦାବିରେ କଂଗ୍ରେସ ଏହି ବ୍ଲକ ଘେରାଉ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ରାଜ୍ୟରେ ୨୪ ବର୍ଷ ହେଲା ବିଜେଡି ସରକାର ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଷ୍ଟିଆ କାମ କରି ନାହାଁନ୍ତି । ସରକାର ଯୋଜନା ପରେ ଯୋଜନା ପରେ ଘୋଷଣା କରୁଛନ୍ତି। ହେଲେ ନିର୍ବାଚନ ସରିବା ପରେ ସେ ସବୁକୁ ଭୁଲି ଯାଇଛନ୍ତି। ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।

ଅଧିକ ପଢ଼ନ୍ତୁ: ବଦଳିଲା ଷ୍ଟ୍ରାଟେଜୀ ! ଆଉ କେନ୍ଦ୍ର ଅବହେଳା ନୁହେଁ, କେବଳ ସ୍କିମ୍ ଆଣିବ ଭୋଟ