ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।
ଗତକାଲି ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର ଦିଗପହଣ୍ଡିକୁ ନିଆଯିବା ପୂର୍ବରୁ ଶଙ୍ଖ ଭବନ ଓ ବିଧାନସଭା ପରିସରକୁ ନିଆଯିବାକୁ ସ୍ଥିର ହୋଇଥିଲା । କିନ୍ତୁ ମରଶରୀରକୁ ଶଙ୍ଖ ଭବନ ନିଆନଯାଇ ଏହା ପାର୍ଶ୍ୱରେ ଥିବା ଏକ ସରକାରୀ କ୍ୱାର୍ଟର ପରିସରରେ ଅଟକିଥିଲା ଆମ୍ବୁଲାନ୍ସ ।
୩୨୩ ବର୍ଗଫୁଟ ପାଇଁ ଦେୟ ପଡ଼ିବନି, ଅଧିକ ହେଲେ ପ୍ରିମିୟମ ଦେବାକୁ ପଡ଼ିବ । କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ ବୋଲି କହିଛନ୍ତି BMC କମିଶନର ।
ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଦୀର୍ଘ ୨୧ବର୍ଷ ହେଲା କୌଣସି ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିନାହାନ୍ତି ।
ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ। ଚାନ୍ଦବାଲି ଦେଇ ବହିଥିବା ଏକାଧିକ ନଦୀରେ ଏବେ କୁମ୍ଭୀର ଆତଙ୍କ। ବୈତରଣୀ, ସାଳନ୍ଦୀ ଏବଂ ମନ୍ତେଇ ନଦୀରେ କୁମ୍ଭୀରଙ୍କ ଡରରେ ଲୋକେ ଆତଙ୍କିତ।
ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏହି ଅବସରରେ ସାମିଲ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ତଲସରା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଅଛନ୍ତି ପ୍ରବୋଧ ।
ଆଜି ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି ।
ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ, ସୋମବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।
ଆଜି ୩୦ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୭ ତାରିଖ ଯାଏ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର । ଗତକାଲି ସୋନପୁରରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ୫ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି କ୍ରାଇମବ୍ରାଂଚ STF ।
କୁସୁମ ଟେଟେ ଆହୁରି ମଧ୍ୟ ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ତାହା ଆପଣ ସ୍ପଷ୍ଟ କଲେ ଭଲ ହୁଅନ୍ତା
ରାଜ୍ୟରେ ୩ ଦିନ ହେଲା ଆତଙ୍କ ମଚାଇଛି ବଜ୍ରପାତ। ମାରୁଛି ଘନଘନ ବିଜୁଳି-ଘଡ଼ଘଡ଼ି । ଚାଲିଯାଉଛି ବହୁ ମୂଲ୍ୟବାନ ଜୀବନ । ଗତକାଲି କେବଳ ଗୋଟିଏ ଦିନରେ ରାଜ୍ୟରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ଗତ ୫ ବର୍ଷରେ ବଜ୍ରପାତ ନେଲାଣି ୧୭ଶହରୁ ଅଧିକ ଜୀବନ ।
ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେଥିପାଇଁ ରୋଡ୍ ମ୍ୟାପ୍ ଉପରେ ଦଳର କୋର୍ ଟିମ୍ ବୈଠକରେ ହୋଇଛି ବିସ୍ତୃତ ଆଲୋଚନା ।
ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି । ୨୪ ପାଇଁ ଚ୍ୟାଲେଞ୍ଜ ପାଲଟିବ ବଢୁଥିବା ଗୋଷ୍ଠୀ କନ୍ଦଳ ।
ଚାରିଆଡ଼ ଅନ୍ନା ଅମର ରହେ ନାରା ଶୁଭୁଥିଲା । ତାରି ଭିତରେ ବଡ଼ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଗଂଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ।
ଗଂଜାମ ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ଗାଧୋଉ ଗାଧୋଉ ପୋଖରୀରେ ବୁଡି ମରିଗଲା ପୁଅ । ଡାକ୍ତର କହିଲେ ବଞ୍ଚିବା ଅସମ୍ଭବ । ହେଲେ ବି ପରିବାର ଲୋକଙ୍କ ମନ ବୁଝିଲାନି । ଦେବୀଙ୍କ ପାଖରେ ଝୁଣା ଦେଲେ, ପୁଅକୁ ବଂଚାଇବାକୁ ଚେଷ୍ଟା କଲେ । ଗାଁରେ ଲାଗିଲା ପ୍ରବଳ ଭିଡ
ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା
ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପ୍ରକୃତରେ ଘଟଣା ଥିଲା କଣ?