• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜୁ ଜନତା ଦଳର ବରିଷ୍ଠ ନେତା । ୭-୭ ଥରର ବିଧାୟକ । ତାହାସହିତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ବାଚସ୍ପତି ରହିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଏହା ସତ୍ତ୍ୱେ ଦିବଂଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାର୍ଥିବଶରୀର ଯାଇ ପାରିଲା ନାହିଁ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ।

ଗତକାଲି ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର ଦିଗପହଣ୍ଡିକୁ ନିଆଯିବା ପୂର୍ବରୁ ଶଙ୍ଖ ଭବନ ଓ ବିଧାନସଭା ପରିସରକୁ ନିଆଯିବାକୁ ସ୍ଥିର ହୋଇଥିଲା । କିନ୍ତୁ ମରଶରୀରକୁ ଶଙ୍ଖ ଭବନ ନିଆନଯାଇ ଏହା ପାର୍ଶ୍ୱରେ ଥିବା ଏକ ସରକାରୀ କ୍ୱାର୍ଟର ପରିସରରେ ଅଟକିଥିଲା ଆମ୍ବୁଲାନ୍ସ । ସେହିଠାରେ ହିଁ ଦଳର ନେତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ପ୍ରଶ୍ନ ଉଠୁଛି, ସୂର୍ଯ୍ୟ ପାତ୍ରଙ୍କ ଭଳି ଦଳର ଜଣେ ବରିଷ୍ଠ ନେତାଙ୍କ କ୍ଷେତ୍ରରେ କାହିଁକି ଏଭଳି କରାଗଲା ? ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ସୂର୍ଯ୍ୟ ପାତ୍ରଙ୍କ ପ୍ରତି ଏ କି ପ୍ରକାର ଶ୍ରଦ୍ଧାଞ୍ଜଳି ? କାହିଁକି ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର ଶଙ୍ଖ ଭବନକୁ ନିଆଗଲା ନାହିଁ ? ମରଶରୀର ସେଠାକୁ ନନେବା ଲାଗି କାହାର ନିର୍ଦ୍ଦେଶ ଥିଲା କି ? ଏ ସଂପର୍କରେ ବିଜେଡି ପକ୍ଷରୁ କିନ୍ତୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଗତ ୨ ତାରିଖରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିୟୋଗ ପରଠୁ ତାଙ୍କୁ ଶେଷଦର୍ଶନ ପାଇଁ ଦଳମତ ନିର୍ବିଶେଷରେ ଲାଗିଥିଲା ଭିଡ଼ । ଏମିତିକି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରକୁ ସମବେଦନା ବି ଜଣାଇଥିଲେ ।

ସେଠାରୁ ଦିବଂଗତ ନେତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନ ଅଭିମୁଖେ ନିଆଯାଇଥିଲେ ମଧ୍ୟ ଶଙ୍ଖ ଭବନ ନିଆନଯାଇ ଏହା ପାର୍ଶ୍ୱରେ ଥିବା ଏକ ସରକାରୀ କ୍ୱାର୍ଟର ପରିସରରେ ଅଟକିଥିଲା ଆମ୍ବୁଲାନ୍ସ । ସେହିଠାରେ ହିଁ ଦଳର ନେତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଯାହାକୁ ନେଇ ବର୍ତ୍ତମାନ ଉଠିଛି ପ୍ରଶ୍ନ ।

  • Reported by:
  • HARIHARA CHAND