/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693809341.jpg)
Former Indian Hockey Captain Prabodh Tirkey
ହାତ ଧରିଲେ ପ୍ରବୋଧ ତିର୍କୀ । ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ମିଶିଲେ ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପ୍ରବୋଧ ତିର୍କୀ । ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରବୋଧଙ୍କ ସହ ଅନେକ ଲୋକ କଂଗ୍ରେସରେ ସାମିଲ ହୋଇଛନ୍ତି ।
ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏହି ଅବସରରେ ସାମିଲ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ତଲସରା ଆସନରୁ ପ୍ରାର୍ଥି ହେବାକୁ ଇଚ୍ଛୁକ ଅଛନ୍ତି ପ୍ରବୋଧ । ଏନେଇ ଗତ କିଛି ଦିନ ତଳେ ସେ ସୂଚନା ବି ଦେଇଥିଲୋ ।
କଂଗ୍ରେସରେ ବିଧିବଦ୍ଧଭାବେ ସାମିଲ ହେବାପରେ ପ୍ରବୋଧ ତିର୍କୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ମତେ ଭଲ ଲାଗେ । ସେଥିପାଇଁ ମୁଁ କଂଗ୍ରେସରେ ସାମିଲ ହେବାକୁ ଚିନ୍ତା କରିଥିଲି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ମତେ ଖୁବ୍ ପସନ୍ଦ ଆସିଥିଲା । ସେଥିପାଇଁ ମୁଁ କଂଗ୍ରେସରେ ସାମିଲ ହେବାକୁ ସ୍ଥିର କରିଥିଲି । ଏଥିସହିତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟକୁ ମଧ୍ୟ ବେଶ୍ ପସନ୍ଦ କରୁଥିବା କହିଛନ୍ତି ପ୍ରବୋଧ ତିର୍କୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)