• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମଲା ପୁଅକୁ ଧରି କାନ୍ଧୁଛି ମାଆ । ଯେଉଁ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା ଆଖି ସାମ୍ନାରେ ତା’ର ଯେବେ ମୃତ୍ୟୁ ହୁଏ କୋଉ ମାଆ ବା ସମ୍ଭାଳିବ ନିଜକୁ । ସେଇଥି ଲାଗି ତ ମଲା ପୁଅକୁ ଧରି କାନ୍ଦୁଛି ମାଆ । ଯେତେ କାନ୍ଦିଲେ ବି ପୁଅ ଉଠୁନି । ଏବେ ଉଠୁନି କି କେବେ ଉଠିବନି । କିନ୍ତୁ ପୁଅକୁ ବଞ୍ଚାଇବାକୁ ମାଆ ଏଠି ସବୁ ପ୍ରକାର ଚେଷ୍ଟା କରୁଛି । ଗାଁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା କରିବାକୁ ସେ ପଛାଉ ନାହିଁ ।

ଗୋଟିଏ ପଟେ ମଲା ପୁଅକୁ ଧରି ମାଆ କାନ୍ଦୁଛି । ଅନ୍ୟପଟେ ପୁଅକୁ ବଞ୍ଚାଇବାକୁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା ଚାଲିଛି । ଯାହା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ପୂରା ଚର୍ଚ୍ଚା । ପୁଅ ମରିବାଯିବା ନେଇ ଡାକ୍ତର କହିସାରିବା ପରେ ବି ପରିବାର ଲୋକଙ୍କ ମନ ମାନିଲାନି । ସେଇଥି ଲାଗି ତ ଠାକୁରାଣୀଙ୍କ ପାଖରେ ଅଧିଆ ପଡି ପୁଅକୁ ବଞ୍ଚାଇବା ଲାଗି ଚାଲିଛି କସରତ ।

ବାଲେଶ୍ୱର ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ତ୍ରୀପାନ ଦଣ୍ତପାଟଙ୍କ ୧୪ ବର୍ଷର ପୁଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଭଲରେ ପହଁରା ଶିଖିନଥିବାରୁ କାଳ ହେଲା ଗାଧୋଇବା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପୁଅ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତର କହିଥିଲେ କି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୁଅର ମୃତ୍ୟୁ ହୋଇଛି । ଘଟଣା ଜଣାପଡିବା ପରେ କ୍ଷତିପୂରଣ ଲାଗି ରାସ୍ତା ଲୋକ କରିଥିଲେ ପରିବାର ଲୋକେ ।

ହେଲେ ଏତିକି ବେଳେ ଗାଁର ଜଣେ ବ୍ୟକ୍ତି କହିଥିଲେ କି ଠାକୁରାଣୀଙ୍କ ପୂଜାର୍ଚ୍ଚନା କଲେ ପୁଅ ବଂଚିବ । ସେଇଥି ଲାଗି ଏମିତି ପୂଜାର୍ଚ୍ଚନାର ହୋଇଥିଲା ଆୟୋଜନ । ହେଲେ ପୁଅର ପ୍ରାଣ କିନ୍ତୁ ଫେରିଲା ନାହିଁ । ଦର୍ଶକବନ୍ଧୁ ଯେଉଁଠି ଡାକ୍ତର ମୃତ ଘୋଷଣା କରିସାରିଥିଲେ ସେଠାରେ ଏପରି ଭାବରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପୂଜାର୍ଚ୍ଚନା କରାଯାଇଥିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 

  • Reported by:
  • Ajit Das