/odishatv-khabar/media/post_attachments/uploadimage/library/16_9/16_9_0/factory_1741843246.jpg)
factory
କଟକରୁ ଠାବ ହେଲା ବେଆଇନ ବନ୍ଧୁକ କାରଖାନା। ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଏଠାରୁ ୩୦ରୁ ଅଧିକ ବନ୍ଧୁକ ଜବତ କରାଯାଇଛି । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଥାନା ଠାରୁ ମାତ୍ର ୨ କିଲୋମିଟର ଦୂର ଗାଁର ଶେଷ ମୁଣ୍ଡରେ ଏକ ଗୁହାଳ ପାଖରେ ଥିଲା ଏହି ବନ୍ଧୁକ ତିଆରି କାରଖାନା ।
କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣା ସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ବନ୍ଧୁକ ଜବତ ହୋଇଛି।
ଅଧିକ ପଢ଼ନ୍ତୁ: ହୋମଗାର୍ଡ ଚାକିରି ପାଇଁ ପାଠୁଆ ହାଉଜାଉ, ବିଟେକ୍-ଏମଟେକ୍ ଓ ଏମସିଏ ଡିଗ୍ରୀଧାରୀ ପକାଇଛନ୍ତି ଫର୍ମ
ତେବେ ଏଠାରେ ପ୍ରଶ୍ନ ଉଠୁଛି ବନ୍ଧୁକ ତିଆରି ପାଇଁ ସରଂଜାମ ଓ ମେସିନ ଆସୁଥିଲା କେଉଁଠୁ ? ବନ୍ଧୁକ ତିଆରି ପରେ କାହାକୁ ସପ୍ଲାଇ କରାଯାଉଥିଲା । ବନ୍ଧୁକ ସପ୍ଲାଇର ଚେର କେଉଁ ଯାଏଁ ଲମ୍ବିଛି ? ବନ୍ଧୁକ ତିଆରି ପରେ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ କେଉଁ ନେଟୱର୍କ ବ୍ୟବହାର ହେଉଥିଲା।
ଏହି ଚୋରା ବନ୍ଧୁକ ବେପାର ପଛରେ ମଧ୍ୟସ୍ଥି କିଏ ? ଏହି ଫ୍ୟାକ୍ଟ୍ରିରୁ ପ୍ରସ୍ତୁତ ବନ୍ଧୁକ ବର୍ତ୍ତମାନ ସୁଦ୍ଧା କାହାକୁ ବିକ୍ରି କରାଯାଇଛି । ଏହି ବନ୍ଧୁକରେ କେଉଁ ସବୁ ଅପରାଧ ଘଟିଛି ? ଏସବୁର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)