Advertisment

ରାସ୍ତା ଉପରକୁ ଆସି ବସ୍ ଅଟକାଇଲା, ଶୁଣ୍ଢରେ ବାଡ଼େଇ କାଚ ଭାଙ୍ଗିଲା...ଲୋକେ ଛାନିଆଁରେ ଦୌଡ଼ିଲେ

ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Crowd baffled on sight of wild elephant in Odisha’s Rayagada

Crowd baffled on sight of wild elephant in Odisha’s Rayagada

ରାସ୍ତା ଉପରକୁ ହଠାତ୍‌ ଆସିଗଲା ବଣୁଆହାତୀ । ଯାତ୍ରୀବାହି ବସ୍‌କୁ ଅଟକାଇଲା ଦନ୍ତା । ପରେ ବସ୍‌କୁ ଠେଲିବାକୁ ଲାଗିଲା । ଶୁଣ୍ଢ ବାଡ଼ାଇ ବସ୍‌ର କାଚକୁ ବି ଭାଙ୍ଗିଦେଲା । ଏଭଳି କିଛି ଘଟଣା ରାୟଗଡ଼ା କମରଡ଼ାରେ ଘଟିଛି । ଆପଣ ଦେଖୁଥିବା ଏହି ଭିଜୁଆଲ୍ ଆଜିର ।

Advertisment

ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।

ଏହି ସମୟରେ ହଠାତ୍ ହାତୀ ରାସ୍ତା ଉପରକୁ ଚାଲି ଆସିଥିଲା । ଘଟଣାସ୍ଥଳରେ ବେଶ୍ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଛି । ବସ୍‌ରୁ ଓହ୍ଲାଇ ଯାତ୍ରୀମାନେ ଏଣେତେଣେ ଦୌଡ଼ିଛନ୍ତି ।

Advertisment
Elephant Attack
Advertisment
Advertisment