Advertisment

ରାଜଧାନୀରେ ଅପହରଣ ! ‘କଳା କାରରେ ଆସିଲେ ଜୋର ଜବରଦସ୍ତ ଟେକି ନେଲେ’

ସହିଦ ନଗର ଥାନାରେ ଅଭିଯୋଗ ହୋଇଛି । ଅପହରଣ ପଛର କାରଣ ଜଣା ପଡିନଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Kidnap

Kidnap

ରାଜଧାନୀରୁ ଯୁବକଙ୍କୁ ଅପରହରଣ ଅଭିଯୋଗ। ଭୁବନଶ୍ୱର ଏସପ୍ଲନେଡ଼ ମଲ ଆଗରୁ ଯୁବକଙ୍କୁ ଏକ କାରର ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପହୃତ ଯୁବକ ହେଲେ ପ୍ରିୟବ୍ରତ ସାହୁ। ତାଙ୍କ ଘର କେନ୍ଦୁଝର ଆନନ୍ଦପୁରର ବେଲବହାଲି ବୋଲି ଜଣାପଡ଼ିଛି। ଏକ କଳା ରଙ୍ଗର କାରରେ କିଛି ଦୁର୍ବୁତ୍ତ ତାଙ୍କୁ ଉଠାଇ ନେଇଥିବା ତାଙ୍କ ସାଙ୍ଗରେ ଥିବା ତାଙ୍କର ଜଣେ ବନ୍ଧୁ। ଏନେଇ ସେ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ଅପହରଣ ପଛର କାରଣ ଜଣା ପଡିନଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି।

Advertisment

Kidnap
Advertisment
Advertisment