/odishatv-khabar/media/post_attachments/uploadimage/library/16_9/16_9_0/Odisha_BJP_1697624044.jpg)
Odisha BJP
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ଗଜପତିଙ୍କୁ ସାକ୍ଷାତ ପରେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କହିଛନ୍ତି ଅଢ଼େଇ ମାସ ତଳୁ ସରକାରଙ୍କୁ ସୁପାରିସ କରିଥିଲେ ଗଜପତି ମହାରାଜା । ଶ୍ରୀମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ରୁ କମିଟି ଗଠନ ପାଇଁ ସୁପାରିସ କରିଛି । ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି ବୋଲି ସାକ୍ଷାତ ପରେ କହିଛନ୍ତି ସମୀର ମହାନ୍ତି ।
ତେବେ ସୁପାରିସର ଅଢ଼େଇ ମାସ ପରେ ବି ଏଯାଏ କମିଟି କରାଯାଇନାହିଁ । ସୁପାରିସର ୨ ମାସ ଭିତରେ କମିଟି ଗଠନ ପାଇଁ କହିଛନ୍ତି ହାଇକୋର୍ଟ । ତୁରନ୍ତ କମିଟି ନକଲେ ପୁଣି ହାଇକୋର୍ଟ ଯିବେ ବୋଲି କହିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଜେପି ଟିମ ଗଜପତି ମହାରାଜାଙ୍କୁ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ସାକ୍ଷାତ କରିଥିଲା ।
ଏହି ଟିମରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ସାମିଲ ଥିଲେ । ତେବେ ବିଜେଡି କହିଛି, ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି । ସେପଟେ କଂଗ୍ରେସ କହିଛି ବିଜେପି ଓ ବିଜେଡି ମିଶିକି ଅଛନ୍ତି । କଂଗ୍ରେସ ପୁରୀରେ ପ୍ରତିବାଦ ଶୋଭାଯାତ୍ରା କରିବ ବୋଲି କହିଛି ଦଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)