/odishatv-khabar/media/post_attachments/uploadimage/library/16_9/16_9_0/s_1697614385.jpg)
Trouble mounts after series of allegations leveled against Tirtol MLA Bijaya Shankar Das
ବଢ଼ିଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ପହଞ୍ଚିଥିଲେ । ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ସୋମାଲିକା ଅଭିଯୋଗ କରିଛନ୍ତି । ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ଦର୍ଶାଇଛନ୍ତି ।
ଏହାସହ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ସେନେଇ ସୋମାଲିକା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏ ସଂପର୍କିତ କପି ସବ୍ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି । ମୋତେ ନ୍ୟାୟ ନମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ । ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ।’
ଗତକାଲି ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ବିଜୟଶଙ୍କର କରିଥିବା ଆବେଦନ ଉପରେ ରୋକ୍ ଲଗାଇବାକୁ ସେ ଗୁହାରି କରିଥିଲେ ।
ସେପଟେ ବିଜୟଙ୍କ ବୟସକୁ ନେଇ ସୋମାଲିକା ପୂର୍ବରୁ ପ୍ରଶ୍ନ ମଧ୍ୟ କରିଥିଲେ । ସେ କହିଛନ୍ତି, ‘ବିଜୟଶଙ୍କର କ’ଣ ବୟସ ବଢୁନି ? ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା । ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି । ତାଙ୍କ ବୟସ କଣ ବଢୁନି କି ବୋଲି’ ସୋମାଲିକା ପ୍ରଶ୍ନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)