Advertisment

ଶୋ’ ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? ପୁରୀ ବାଇପାସ୍ ରୋଡ୍‌ରେ ଏକ ଅଟୋ ଶୋ’ ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଥିବା ସୂଚନା ମିଳିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Miscreants Attacked To Security Guard Of An Auto Showroom In Bhubaneswar

Miscreants Attacked To Security Guard Of An Auto Showroom In Bhubaneswar

ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ । ଦିନକ ତଳେ ଇନ୍‌ଫୋସିଟି ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟରେ ଲୁଟପାଟ୍ ହୋଇଥିଲା ।

Advertisment

ଗତ ରାତିରେ ପୁରୀ ବାଇପାସ୍ ରୋଡ୍‌ରେ ଏକ ଅଟୋ ଶୋ’ ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଥିବା ସୂଚନା ମିଳିଛି । ବାଇପାସ୍ ରୋଡ୍ ମଙ୍ଗରାଜ ପଏଣ୍ଟରେ ଥିବା ଏକ ଅଟୋ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଛନ୍ତି । ଲୁଟ୍ ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ଆକ୍ରମଣ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ସବୁଦିନ ପରି ଗତକାଲି ରାତିରେ ଡ୍ୟୁଟି କରୁଥିବା ବେଳେ ହଠାତ୍ ୩ ଜଣ ଦୁର୍ବୃତ୍ତ ଆସି ସିକ୍ୟୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ । ଏହାପରେ ଲୁଟ୍‌ପାଟ୍‌ ପାଇଁ ଯୋଜନା କରି ବିଫଳ ହେବାରୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ । ସିକ୍ୟୁରିଟି ଗାର୍ଡ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କ ଟେର୍ ପାଉନି। 

Advertisment

ସୂଚନାଥାଉ କି, ନିକଟରେ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏକାଥରେ ଗୋଟିଏ ଆପାର୍ଟମେଣ୍ଟର ୪ଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ଚୋରି ହୋଇଥିବାର ସୂଚନା ମିଳିଛି ।

Loot
Advertisment
Advertisment