• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷର ସାମଗ୍ରୀ ଚୋରି । ହସ୍ପିଟାଲରୁ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୁଇପର ଓ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ଏହି ଚୋରି କରାଯାଇଥିବା ଜଣାପଡ଼ିଛି । ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପୋଲିସ ନିକଟରେ ଏତଲା ଦିଆଯାଇଛି । ପୋଲିସ ଏ ନେଇ ଛାନଭିନ ଆରମ୍ଭ କରିଛି ।

ତେବେ ଯିଏ ବି ହେଉ ନାଁ କାହିଁକି ତା' ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସ୍ୱାସ୍ଥ୍ୟ ସେବାରେ ବ୍ୟବହୃତ ସାମଗ୍ରୀର ଚୋରିକୁ ଏକ ସାଙ୍ଘାତିକ ଅପରାଧ ବୋଲି କହିଛନ୍ତି ନିର୍ଦ୍ଦେଶକ । ସେପଟେ ଅଭିଯୁକ୍ତଙ୍କୁ ଚିହ୍ନଟ ସରିଥିବା ସୂଚନା ଦେଇଛି କମିଶନରେଟ ପୋଲିସ ।