/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697636979.jpg)
security guard attacked
ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ । ଦିନକ ତଳେ ଇନଫୋସିଟି ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟରେ ଲୁଟପାଟ୍ କରିଥିଲେ । ଗତ ରାତିରେ ପୁରୀ ବାଇପାସ୍ ରୋଡରେ ଏକ ଅଟୋ ସୋରୁମରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ହାଣିଛନ୍ତି ଦୁର୍ବୃତ୍ତ । ବାଇପାସ୍ ରୋଡ୍ ମଙ୍ଗରାଜ ପଏଣ୍ଟରେ ଅଟୋ ସୋରୁମ୍ ସିକ୍ୟୁରିଟି ଗାର୍ଡକୁ ହାଣିଛନ୍ତି ।
ଲୁଟ୍ ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ଆକ୍ରମଣ କରିଥିବା ଜଣାପଡିଛି । ସବୁଦିନ ପରି ଡ୍ୟୁଟି କରୁଥିବା ବେଳେ ହଠାତ୍ ୩ ଜଣ ଦୁର୍ବୃତ୍ତ ସିକୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ । ଏହାପରେ ଲୁଟପାଟ୍ ପାଇଁ ଯୋଜନା କରି ବିଫଳ ହେବାରୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ । ସିକ୍ୟୁରିଟି ଗାର୍ଡ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କ ଟେର୍ ପାଉନି ।
ସେପଟେ ରାଜଧାନୀରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ । ଗୋଟିଏ ଡକାୟତ ଗ୍ୟାଙ୍ଗର ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୩ ଜଣ ଫେରାର ହୋଇଯାଇଛନ୍ତି । ଶୈଳଶ୍ରୀ ହସ୍ପିଟାଲ ନିକଟରେ ଲୁଟ ଯୋଜନାବେଳେ ପୋଲିସ ଚଢ଼ାଉ କରି ଧରିଥିଲା । ଦୁଇଟି ଖଣ୍ଡା, କଟୁରୀ, ଲଙ୍କାଗୁଣ୍ଡ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ରାତିରେ ଏକୁଟିଆ ଯାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)