କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୮୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।
‘ବଚ୍ପନ୍ କ୍ୟା ପ୍ୟାର୍’ ଗୀତର ସିଙ୍ଗର୍ ଛତିଶଗଡର ସହଦେବ ଡିର୍ଡୋ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ବାଇକ୍ ପଛରେ ବସି ଯାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି।
ଘରେ ପଡ଼ିରହିଥିଲା କୋଟି କୋଟି ଟଙ୍କାର କଳାଧନ। ଟଙ୍କା ଗଦିରେ ଶୋଇବା ପାଇଁ ଥିଲା ସାମର୍ଥ୍ୟ। ଚାହିଁଥିଲେ ଚଢ଼ିପାରିଥାନ୍ତା ନାମୀଦାମୀ ବ୍ରାଣ୍ଡ୍ ର ହାଇଫାଇ ଗାଡ଼ି। କିନ୍ତୁ କାଳେ କିଏ ଜାଣିଦେବ ସେଥିପାଇଁ ଖଣ୍ଡେ ପୁରୁଣା ବଜାଜ୍ ସ୍କୁଟର ଚଢ଼ି ବୁଲୁଥିଲେ ଅମାପ କଳା ସଂପତ୍ତିର ମାଲିକ ପୀୟୂଷ ଜୈନ
କାନପୁର ମେଟ୍ରୋ ରେଳର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ କାନପୁରବାସୀଙ୍କୁ ଏହି ଉପହାର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହାଇଦ୍ରାବାଦ ହାଉସ୍ରେ ଏହି କାର୍ ପ୍ରଥମେ ଦେଖାଯାଇଥିଲା। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ମାବାକ୍ S650 ପ୍ରଥମେ ଦେଖାଯାଇଥିଲା। ଏହା ପୂର୍ବର ରେଞ୍ଜ ରୋଭର୍ ଭୋଗ୍ ଏବଂ ଟୋୟୋଟା ଲ୍ୟାଣ୍ଡ୍ କ୍ରୁଜରର ଅପ୍ଗ୍ରେଡ୍ ଭର୍ସନ।
ଦିନ ହେଉ କି ରାତି ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଅନେକ ସମୟରେ ଛୋଟ ଛୋଟ କଥାକୁ ଆଗକୁ ଆଣି ସେ ଚର୍ଚ୍ଚାରେ ରହିଥାନ୍ତି। ଆଜି କିନ୍ତୁ ରିକ୍ସା ଚଲାଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ଚାକିର ଅଫର ଦେଇ ସେ ଦେଶବାସୀଙ୍କ ମନ ଜିଣିଛନ୍ତି। ଜାଣନ୍ତୁ କାହିଁକି?
ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନୂଆ କଟକଣା ଓ ୟେଲୋ ଆଲର୍ଟ ଲାଗୁ କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି।
କୋଟିପତି ପର୍ଫ୍ୟୁମ୍ ବ୍ୟବସାୟୀ ପୀୟୂଷ ଜୈନଙ୍କ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯିବ। ପୀୟୂଷଙ୍କ ୩ଟି ଘର, ଫ୍ୟାକ୍ଟ୍ରି ଇତ୍ୟାଦିରୁ ୧୯୪ କୋଟି ୪୫ ଲକ୍ଷ ନଗଦ ଟଙ୍କା, ୨୩ କିଲୋ ସୁନା ଓ ୬ କ୍ୱିଣ୍ଟାଲ୍ ଚନ୍ଦନ କାଠ ଜବତ ହୋଇଛି।
କଂଗ୍ରେସ ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ ବେଳେ ଅପ୍ରୀତିକର ସ୍ଥିତି । ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିବାକୁ ଦଉଡ଼ିଟିକୁ ଟାଣିବା ସମୟରେ ପତାକାଟି ଛିଣ୍ଡି ତାଙ୍କ ହାତରେ ପଡ଼ିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ନୂଆ କାର୍। ନୂଆ ଗାଡ଼ିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଥିବା ଜଣାପଡ଼ିଛି।
ସ୍ତ୍ରୀର ଖୁସି ପାଇଁ ସ୍ତ୍ରୀର ବିବାହ କରାଇଲେ ସ୍ୱାମୀ । ବିହାରର ଜମୁଇରେ ନିଃସ୍ୱାର୍ଥପର ପ୍ରେମ ଓ ବଳିଦାନର ଏକ ନିଆରା କାହାଣୀ ଦେଖିବାକୁ ମିଳିଛି ।
ସଉଦା ହେଉ କି ସପିଂ, ସବୁଠି ହେଉଛି ଅନଲାଇନ କାରବାର। ଯଦି ଆପଣ ଏପରି ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏପରି ଛୋଟିଆ ଭୁଲ୍ ଆପଣଙ୍କୁ କରି ଦେବ ବରବାଦ୍...
ଲୁଧିଆନା ସ୍ଥିତ ଏକ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ୍କୁ ପୋଲିସ୍ ଗିରଫ କରିଛି। ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଷଡ଼ଯନ୍ତ୍ର ରଚିଥିଲା।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୪୪,୨୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୨୬୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ସୁନାର ଦର ୨୨ କ୍ୟାରେଟ ମୂଲ୍ୟରେ ୪୭,୫୧୦ ଟଙ୍କା ଓ ୨୪ କ୍ୟାରେଟ ମୂଲ୍ୟରେ ୫୧,୮୧୦ ଟଙ୍କା ରହିଛି।
ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କେରଳ ସର୍ବାଗ୍ରେ । ଅନ୍ୟପଟେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକ ଏହି ତାଲିକାରେ ତଳଆଡ଼େ ଅଛନ୍ତି ।
କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓ ସବୁ ଠାରୁ ଶସ୍ତା ଏକ ଟଙ୍କିଆ ପ୍ଲାନ୍ ଆଣିଥିଲା, କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ପ୍ଲାନ୍କୁ ବନ୍ଦ କରି ଦେଇଛି । ଯାହା ଗ୍ରାହକଙ୍କୁ ନିରାଶ କରିଛି ।
ଟଙ୍କା ପାଇଁ ବାପାଙ୍କୁ ମାରିଲା ପୁଅ । ପ୍ରଥମେ ବୀମା କରାଇଲା, ତାପରେ ଯୋଜନାବଦ୍ଧ ଭାବେ ବାପାଙ୍କୁ ସହଯୋଗୀଙ୍କ ସହ ମିଶି ମାରିଲା ।
ପାସ୍ ହେବା ପାଇଁ ପରୀକ୍ଷାର୍ଥୀ କପି କରିଥାନ୍ତି। କିଏ ଜୋତା ଭିତରେ କପି ନେଇଥାଏ ତ ଆଉ କିଏ ପ୍ୟାଣ୍ଟ ପକେଟରେ କପି ନେଇ ପରୀକ୍ଷାରେ ଲେଖିଥାନ୍ତି । ହେଲେ ପୋଲିସ ପରୀକ୍ଷାରେ ଏମିତି କପିର ମାଷ୍ଟର ପ୍ଲାନ୍ କରିଥିଲେ ଯୁବକ । ୱିଗ୍ ଭିତରେ ରଖିଥିଲେ ବ୍ଲୁଟୁଥ୍ ଓ କାନ ଭିତରେ ରଖିଥିଲେ ଇୟରଫୋନ୍ ।
ସରିବାକୁ ବସିଛି ବର୍ଷ ୨୦୨୧। ଆସିବାକୁ ବସିଲାଣି ୨୦୨୨। ନୂଆ ବର୍ଷ ଆସିବା ପୂର୍ବରୁ ସାରି ଦିଅନ୍ତୁ ଏହି ୩ଟି କାମ।
ଲଗାତାର ୪ ଦିନ ଧରି ରେଡ୍ ପରେ କାନପୁରର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଜିଏସ୍ଟି ଇଣ୍ଟେଲିଜେନ୍ସ ରବିବାର ଗିରଫ କରିଛି। ପୀୟୁଷଙ୍କ କାନପୁର ସ୍ଥିତ ଘରୁ ନଗଦ ୧୮୦ କୋଟି ଟଙ୍କା ମିଳିଥିଲା। ଏହାସହ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।
ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି।
ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର । ଜାନୁୟାରୀ ୧, ୨୦୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ଦଶମ କିସ୍ତି ପ୍ରଦାନ କରାଯିବ ।
ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ୪୮,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୧୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ସୁନାର ଦାମ୍ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି ।
ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କୁରକୁରେ ଏବଂ ନୁଡୁଲ୍ସ କାରଖାନାରେ ବଏଲର ଫାଟି ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।