Advertisment

ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ କେରଳ ନମ୍ବର ୧ ! ଓଡ଼ିଶାର ସ୍ଥାନ କେଉଁଠି ଦେଖନ୍ତୁ . . .

ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କେରଳ ସର୍ବାଗ୍ରେ । ଅନ୍ୟପଟେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକ ଏହି ତାଲିକାରେ ତଳଆଡ଼େ ଅଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
health index

health index

ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ରାଜ୍ୟ ଗୁଡ଼ିକର ତାଲିକା ଆସିଛି । ନୀତି ଆୟୋଗ ସୋମବାର ଦିନ ସ୍ୱାସ୍ଥ୍ୟ ସୂଚକାଙ୍କ ( Health Index ) ଜାରି କରିଛି । ଦକ୍ଷିଣୀ ରାଜ୍ୟ ଗୁଡ଼ିକ ବାଜି ମାରି ନେଇଥିବା ବେଳେ ଉତ୍ତରାଞ୍ଚଳରେ ଥିବା ରାଜ୍ୟ ଗୁଡ଼ିକର ସ୍ଥିତି ଠିକ୍‌ ନାହିଁ । ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କେରଳ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ତାଲିକାରେ ଦ୍ୱିତୀୟରେ ରହିଛି ତାମିଲନାଡୁ । ଏଥି ସହିତ ଉତ୍ତରପ୍ରଦେଶ ଏବଂ ବିହାର ସବୁଠାରୁ ଶେଷ ସ୍ଥାନରେ ଅଛନ୍ତି । ଉତ୍ତରପ୍ରଦେଶ ୧୯ ତମ ସ୍ଥାନରେ ଏବଂ ବିହାର ୧୮ ତମ ସ୍ଥାନରେ ରହିଛି ।

Advertisment

ତେବେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଓଡ଼ିଶାର ସ୍ଥିତି ମଧ୍ୟ ଭଲ ନାହିଁ । Health Index ରେ ୧୪ତମ ସ୍ଥାନରେ ରହିଛି ଓଡ଼ିଶା । ସ୍ୱାସ୍ଥ୍ୟ ସୂଚକାଙ୍କ Health Index ପାଇଁ ୨୦୧୯-୨୦ କୁ ରେଫରେନ୍ସ ବର୍ଷ ଭାବରେ ନିଆଯାଇଛି । ତାଲିକାରେ କ୍ରମାଗତ ଚତୁର୍ଥ ରାଉଣ୍ଡ ପର୍ଯ୍ୟନ୍ତି କେରଳ ଶୀର୍ଷରେ ରହିଛି । ଏହାପୂର୍ବରୁ ୨୦୧୫-୧୬, ୨୦୧୭-୧୮ ଏବଂ ୨୦୧୮-୧୯ ରେ ମଧ୍ୟ କେରଳ ଏକ ନମ୍ବର ସ୍ଥାନରେ ରହିଥିଲା ।

ସେହିପରି ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଛୋଟ ରାଜ୍ୟ ମଧ୍ୟରେ ମିଜୋରାମ ପ୍ରଥମ ସ୍ଥାନରେ ଥିବାବେଳେ ତ୍ରିପୁରା ଏବଂ ନାଗାଲାଣ୍ଡ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏଥି ସହିତ ୟୁନିଅନ ଟେରିଟୋରୀରେ ଦାଦ୍ରା ନାଗର ହାବେଲି ଏକ ନମ୍ବରରେ ଏବଂ ଚଣ୍ଡିଗଡ଼ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦିଲ୍ଲୀ ଏହି ତାଲିକାରେ ୫ ନମ୍ବରରେ ରହିଛି । ସାମଗ୍ରିକ ପ୍ରଦର୍ଶନ (Overall Performance )ରେ ଦିଲ୍ଲୀର ମାନ୍ୟତା କମ୍ ଥିଲେ ସୁଦ୍ଧା କି ବର୍ଦ୍ଧିତ ପ୍ରଦର୍ଶନ ( Incremental Performance) ରେ ଦିଲ୍ଲୀର ମାନ୍ୟତା ଉନ୍ନତ ହୋଇଛି ।

Advertisment

ସ୍ୱାସ୍ଥ୍ୟ ସୂଚକାଙ୍କରେ କେଉଁ ରାଜ୍ୟ କେଉଁ ସ୍ଥାନରେ ?

୧ ନମ୍ବର ସ୍ଥାନରେ କେରଳ

୨ ନମ୍ବର ସ୍ଥାନରେ ତାମିଲନାଡୁ

୩ ନମ୍ବର ସ୍ଥାନରେ ତେଲେଙ୍ଗାନା

୪ ନମ୍ବର ସ୍ଥାନରେ ଆନ୍ଧ୍ରପ୍ରଦେଶ

୫ ନମ୍ବର ସ୍ଥାନରେ ମହାରାଷ୍ଟ୍ର

୬ ନମ୍ବର ସ୍ଥାନରେ ଗୁଜୁରାଟ

୭ ନମ୍ବର ସ୍ଥାନରେ ହିମାଚଳ ପ୍ରଦେଶ

୮ ନମ୍ବର ସ୍ଥାନରେ ପଞ୍ଜାବ କର୍ଣ୍ଣାଟକ

୯ ନମ୍ବର ସ୍ଥାନରେ ଛତିଶଗଡ

୧୦ ନମ୍ବର ସ୍ଥାନରେ ହରିୟାଣା

୧୧ ନମ୍ବର ସ୍ଥାନରେ ଆସାମ

୧୨ ନମ୍ବର ସ୍ଥାନରେ ଆସାମ

୧୩ ନମ୍ବର ସ୍ଥାନରେ ଝାରଖଣ୍ଡ 

୧୪ ନମ୍ବର ସ୍ଥାନରେ ଓଡିଶା 

୧୫ ନମ୍ବର ସ୍ଥାନରେ ଉତ୍ତରାଖଣ୍ଡ

୧୬ ନମ୍ବର ସ୍ଥାନରେ ରାଜସ୍ଥାନ

୧୭ ନମ୍ବର ସ୍ଥାନରେ ମଧ୍ୟପ୍ରଦେଶ

୧୮ ନମ୍ବର ସ୍ଥାନରେ ବିହାର

୧୯ ନମ୍ବର ସ୍ଥାନରେ ଉତ୍ତର ପ୍ରଦେଶ

NITI Aayog Health Index 2021
Advertisment
Advertisment