ସାଧାରଣ ଲୋକ ଭଳି ଲୋକଙ୍କ ଗହଣରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ଗସ୍ତବେଳେ ଗତକାଲି ଶିଶୁଙ୍କ ସହ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏମିତି କିଛି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଓ ତାଙ୍କର ଘନିଷ୍ଠ ବନ୍ଧୁ ଅମ୍ରିତା ଆରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ନିୟମ ଉଲ୍ଲଂଘନ କରି ନିକଟରେ କରୀନା ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେ ସୁପର ସ୍ପ୍ରେଡର୍ ହୋଇପାରନ୍ତି ବୋଲି ବିଏମ୍ସି ଆଶଙ୍କା କରୁଛି।
କାଶୀ ବିଶ୍ୱନାଥ କରିଡର୍ର ଲୋକାର୍ପଣ ପରେ ଭବ୍ୟ କାଶୀର ମନମୁଗ୍ଧକର ଦୃଶ୍ୟ । ଆଖି ଝଲସା ଲେଜର ସୋ ଚମକି ଉଠିଥିଲା ଗଙ୍ଗା ନଦୀ ଘାଟ । ଘାଟରେ ଜଳିଥିଲା ଲକ୍ଷାଧିକ ଦୀପ ।
ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ବିବାହ କରି ଖୁସିର ସଂସାର କରିବା ବଦଳରେ ସ୍ତ୍ରୀକୁ ବନ୍ଧକ ରଖିଲା । ଆଉ ଏଥିରେ ତାକୁ ସାହାଯ୍ୟ କଲେ ପରିବାର ଲୋକ । ବିବାହିତ ମହିଳାଙ୍କ ଜୀବନକୁ ନର୍କ କରିଦେଲେ ।
ନେଟଫ୍ଲିକ୍ସ ଭାରତରେ ନିଜ ପ୍ଲାନ୍ ଗୁଡ଼ିକୁ ଶସ୍ତା କରିଛି । ବର୍ତ୍ତମାନ ଏହାର ମୂଲ୍ୟ ମାସକୁ ୧୪୯ରୁ ଆରମ୍ଭ ହେବ ।
ଭିଡିଓଟି ଦେଖିଲେ ଆଖିକୁ ଲୁହ ଆସିଯିବ । ତାମିଲନାଡୁର ଜଣେ ଡ୍ରାଇଭର ମାଙ୍କଡ଼ଟିକୁ ରାସ୍ତାରେ ଆହତ ଅବସ୍ଥାରେ ଉଦ୍ଧାର କରି ତାକୁ ବଂଚେଇବାକୁ ଚେଷ୍ଟା କରିଥିଲେ । ଏମିତିକି ସେ ତା ମୁହଁରେ ମୁହଁ ଲଗେଇ ପମ୍ପିଂ କରିବାକୁ ଚେଷ୍ଟା କରିଥିଲେ ଓ ସେଥିରେ ସଫଳ ହୋଇଥିଲେ। ମାଙ୍କଡ଼ଟି ଯେତେବେଳେ ଜୀବନ ପାଇଗଲା ଦେଖନ୍ତୁ ଏହି ଡ୍ରାଇଭର ଭାଇଙ୍କ ଖୁସି।
ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। କରୋନା ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚାନ୍ତ ହୋଇ ବିଶ୍ୱର ୫୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଇଛନ୍ତି।
ଆମ୍ବୁଲାନ୍ସ ଡ୍ରାଇଭର ଶେଖ ହିରା ୧ କୋଟି ଟଙ୍କାର ଜ୍ୟାକପଟ୍ ଜିତିବା ପରେ ସମ୍ପୂର୍ଣ୍ଣ ଅଭିଭୂତ ହୋଇଯାଇଥିଲେ । ଟଙ୍କା ଜିତିବା ପରେ ବି ତାଙ୍କ ଆଖିକୁ ବିଶ୍ୱାସ ହେଉନଥିଲା । ଖୁସିରେ ଗଦଗଦ୍ ହୋଇ ସିଧାସଳଖ ପୋଲିସ୍ ଷ୍ଟେସନକୁ ଯାଇଥିଲେ । ମନରେ ଲଟେରୀ ଟିକେଟ୍ ହରାଇବାର ଭୟ ମଧ୍ୟ ଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତିକ୍ଷୀତ ବାରାଣସୀର କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି
ବାସ୍ତବତାର ରୂପ ନେଇଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର କାଶୀ । ଦିବ୍ୟ ରୂପରେ ଝଟକୁଛି ଜୀର୍ଣ୍ଣପ୍ରାୟ ହୋଇଯାଇଥିବା କାଶୀ ବିଶ୍ୱନାଥ ମନ୍ଦିର । ଯେମିତି ବର୍ଣ୍ଣାଢ୍ୟ ଶୋଭା, ସେମିତି କମକୁଟ ଓ କଳାକୃତି ଦେଖିଲେ ଆଖି୍ ଘଡିଏ ଅଟକି ରହିଯିବ । ଏଭଳି ଅପରୂପ ସୌନ୍ଦର୍ଯ୍ୟମୟ ହୋଇ ଉଠିଛି ଦେବଦେବ ମହାଦେବଙ୍କ ପ୍ରାଙ୍ଗଣ ।
ଆକ୍ରମଣକାରୀମାନେ ଅତୀତରେ ଏହି ସହର ଉପରେ ଆକ୍ରମଣ କରିଛନ୍ତି । ସହରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଔରଙ୍ଗଜେବଙ୍କ ଅତ୍ୟାଚାର ଏବଂ ଆତଙ୍କର ଇତିହାସ ଏହାର ମୂକ ସାକ୍ଷୀ । ଭାରତୀୟ ସଂସ୍କୃତିକୁ ଦମନ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏହି ଦେଶର ମାଟି ବିଶ୍ୱର ଅନ୍ୟମାନଙ୍କ ଠାରୁ ଭିନ୍ନ ।
ଆଜି ସେହି ସହିଦଙ୍କୁ ଝୁରୁଛି ଦେଶ । ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି । ଆଉ ଏଥିରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ଦେଶକୁ ସୁରକ୍ଷା ପ୍ରଦାନ ଦେଇଥିଲେ
ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ହୋଇଥିବା ଭିଡିଓ ରେକର୍ଡିଂକୁ ଯାଞ୍ଚ କରାଯିବ। ଗତ ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସହ ଜଡ଼ିତ ଏକ ଭିଡିଓ ସାମ୍ନାକୁ ଆସିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବିଶାଳ ସମାରୋହରେ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରିବେ ।
ଏବେ ଚାଲିଛି ବିବାହର ଋତୁ । ଏବେ ସୁନା କିଣିବା ପାଇଁ ହେଉଛି ପ୍ରକୃଷ୍ଟ ସମୟ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭, ୮୨୦ ଟଙ୍କା ରହିଥିବା ଜଣାଯାଇଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ.. ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି.. ସାଂସଦ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟାରେ କାଶୀର ରୂପରଙ୍ଗ ବଦଳିଯାଇଥିବାରୁ ଲୋକେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି..
ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ଏହି ଟାଇଟଲ୍ ଜିତି ହରନାଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ପଞ୍ଜାବର ୨୧ ବର୍ଷୀୟ ହରନାଜ ୭୦ତମ ମିସ୍ ୟୁନିଭର୍ସ ହୋଇଛନ୍ତି।
୧୯୭୧ ଯୁଦ୍ଧରେ ସ୍ୱର୍ଣ୍ଣିମ ବିଜୟର ଗାଥା... ନୂଆଦିଲ୍ଲୀ ଇଣ୍ଡିଆ ଗେଟରେ ୩ ଦିନିଆ ସ୍ୱର୍ଣ୍ଣିମ ବିଜୟ ପର୍ବ ପାଳନ ହେଉଛି... ଆଜି ସ୍ୱର୍ଣ୍ଣିମ ବିଜୟ ପର୍ବର ଦ୍ୱିତୀୟ ଦିନ
ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି।
କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ଯୋଡ଼ି ହେବ ସଂପର୍କ... ୧୧ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ଗଙ୍ଗାଘାଟ... କାଶୀର ୭ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବ କାଶୀ ବିଶ୍ୱନାଥଙ୍କ ପ୍ରସାଦ...
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଓମିକ୍ରନ୍ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି।
ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ।
ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରାଣ ହରାଇଥିବା ଲାନ୍ସ ନାୟକ ସାଇ ତେଜାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ । ତେଜାଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ଆଗୁଭା ରେଗଡାକୁ ନିଆଯାଇଛି ।
ଆଉ ନାହାନ୍ତି ଜଳ, ସ୍ଥଳ, ଆକାଶ ବାହିନୀର ଭୀଷ୍ମ ପିତାମହ CDS ବିପିନ୍ ରାଓ୍ୱତ.. ହେଲେ ଆଜି ଇଣ୍ଡିଆ ଗେଟରେ ଶୁଭିଲା ତାଙ୍କର ଶେଷ ବାର୍ତ୍ତା.. ଗତ ୭ ତାରିଖରେ ରେକର୍ଡ କରାଯାଇଥିବା ଏହି ଭିଡିଓ ବାର୍ତ୍ତାଟି ଖାସ୍ ଆଜିର ଦିନ ପାଇଁ ଥିଲା.. ଆଜି ଇଣ୍ଡିଆ ଗେଟ୍ ଠାରେ ସ୍ୱର୍ଣ୍ଣିମ ବିଜୟ ପର୍ବର ଉଦଘାଟନୀ ଉତ୍ସବରେ ବିପିନ୍ ରାଓ୍ୱତଙ୍କ ଏହି ଶେଷ ଭିଡିଓ ବାର୍ତ୍ତା ଶୁଣିବାକୁ ମିଳିଲା..
ଆଜି ରାଜଧାନୀ ଦିଲ୍ଲୀରେ ବିଜୟ ପର୍ବ ପାଳନ କରାଯାଉଛି । ଏହି ବିଜୟ ପର୍ବ ପାଇଁ ସିଡିଏସ୍ ଜେନେରାଲ୍ ବିପିନ ସିଂ ରାୱତ ଏକ ବିଶେଷ ବାର୍ତ୍ତା ରେକର୍ଡ କରିଥିଲେ ।