• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଙ୍ଗାଲୁରୁ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । କୁନି କୁନି ପିଲାଙ୍କୁ ପରସା ଗଲା ବିଷାକ୍ତ ଖାଦ୍ୟ । ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୮୦ ପିଲା ଅସୁସ୍ଥ ହୋଇ ପଡିଛନ୍ତି । କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଏକ ସ୍କୁଲରେ ଏପରି ଘଟଣା ଘଟିଛି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ୍ ବିଗିଡ଼ି ଯାଇଥିଲା । ଫଳରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା

ହାଭେରୀ ଜିଲ୍ଲା ଟଣ୍ଡା ଗାଁର ଭେଙ୍କଟାପୁରାର ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନଙ୍କ ପେଟ କାଟିବା ସହ କିଛି ବାନ୍ତି କରିବା ଆରମ୍ଭ କରିଥିଲେ । ପରେ ପରସା ଯାଇଥିବା ଖାଦ୍ୟରୁ ଏକ ମୃତ ଝିଟିପିଟି ମିଳିଥିଲା । ତେବେ ଅସୁସ୍ଥ ଥିବା ସମସ୍ତ ୮୦ ଛାତ୍ରଛାତ୍ରୀଙ୍କୁ ରାନିବେନୁର ସହରର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ରହିଛି ।

ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ପାଇଁ ସାଧାରଣରେ କଡ଼ା ନିନ୍ଦା କରାଯାଇଛି । ପିଲାଙ୍କ ଅସୁସ୍ଥ ଖବର ଶୁଣି ଅଭିଭାବକ ତାତି ଉଠିଛନ୍ତି । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ତାମିଲନାଡୁର ଏକ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପୋକରା ଅଣ୍ଡା ଦିଆଯାଇଥିଲା । ବାଳାଶ୍ରମର ଛାତ୍ରମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ଏହି ପୋକରା ଅଣ୍ଡା ବଣ୍ଟନ କରାଯାଇଥିଲା ।

ଅନ୍ୟପଟେ ମହାରାଷ୍ଟ୍ରର ପୁଣେରେ ଥିବା ଏକ ପ୍ରଶିକ୍ଷଣ ସଂସ୍ଥାନର ପ୍ରାୟ ୩୦ ଜଣ ବାଳିକା ଖ୍ରୀଷ୍ଟମାସ ଉତ୍ସବରେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ଖବର ଆସିଥିଲା । ଭୋର ତାଲୁକାରେ ଘଟିଥିବା ଏହି ଘଟଣା ପାଇଁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା । ତେବେ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ଅଛି ଓ ପରୀକ୍ଷା ପାଇଁ ଆବଶ୍ୟକ ନମୁନା ସଂଗ୍ରହ କରାଯାଉଛି ବୋଲି ଜଣାପଡ଼ିଛି ।