Advertisment

ଅମାପ ସମ୍ପତ୍ତିର ମାଲିକ ହୋଇ ଠକିଥିଲେ ଜିଏସଟି, ଜବତ ପରେ ବ୍ୟାଙ୍କ୍‌ରେ ଥୁଆ ହେବ ୧୯୪ କୋଟି ଟଙ୍କା...

କୋଟିପତି ପର୍‌ଫ୍ୟୁମ୍‌ ବ୍ୟବସାୟୀ ପୀୟୂଷ ଜୈନଙ୍କ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯିବ। ପୀୟୂଷଙ୍କ ୩ଟି ଘର, ଫ୍ୟାକ୍ଟ୍ରି ଇତ୍ୟାଦିରୁ ୧୯୪ କୋଟି ୪୫ ଲକ୍ଷ ନଗଦ ଟଙ୍କା, ୨୩ କିଲୋ ସୁନା ଓ ୬ କ୍ୱିଣ୍ଟାଲ୍‌ ଚନ୍ଦନ କାଠ ଜବତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Businessman Piyush Jain

Businessman Piyush Jain

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରର ଅମାପ ସମ୍ପତ୍ତିର ମାଲିକ ତଥା କୋଟିପତି ପର୍‌ଫ୍ୟୁମ୍‌ ବ୍ୟବସାୟୀ ପୀୟୂଷ ଜୈନଙ୍କ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯିବ। ଏଥିପାଇଁ SBIର ଏକ ଟିମ୍  ତାଙ୍କ ଘରେ ପହଞ୍ଚିଛନ୍ତି। ଜବତ ଟଙ୍କାକୁ ଗଣାଯାଇ ବିଭିନ୍ନ ଟ୍ରଙ୍କରେ ରଖାଯାଇଛି । ଏହି ଟ୍ରଙ୍କ୍‌ ଗୁଡ଼ିକୁ  ନେଇ ବ୍ୟାଙ୍କରେ ରଖାଯିବ। 

Advertisment

ଲଗାତାର ୬ ଦିନ ଧରି ଟଙ୍କା ଗଣିବା ପରେ ପୀୟୂଷଙ୍କ କାନପୁର ଓ କନ୍ନୌଜ ସ୍ଥିତ ୩ଟି ଘର, ଫ୍ୟାକ୍ଟ୍ରି ଇତ୍ୟାଦିରୁ ୧୯୪ କୋଟି ୪୫ ଲକ୍ଷ ନଗଦ ଟଙ୍କା, ୨୩ କିଲୋ ସୁନା ଓ ୬ କ୍ୱିଣ୍ଟାଲ୍‌ ଚନ୍ଦନ କାଠ ଜବତ ହୋଇଛି। ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ଜିଏସ୍‌ଟି ଇଣ୍ଟଲିଜେନ୍ସ(DGGI) ଏସବୁକୁ ଜବତ କରିଛି।

ଗତ ବୁଧବାର ପୀୟୂଷଙ୍କ ଘରେ ଆରମ୍ଭ ହୋଇଥିଲା ଜିଏସ୍‌ଟି ରେଡ୍। ଏହି ସମୟରେ ଘର ଭିତରୁ ପ୍ରଥମେ ମିଳିଥିଲା ୧୭୭ କୋଟିରୁ ଅଧିକ ଟଙ୍କା। ଏସବୁ ନୋଟ୍‌କୁ ଗଣିବା ଲାଗି ୮ଟି ମେସିନ୍ ବ୍ୟବହାର କରାଯାଇଥିଲା। ପରେ କନ୍ନୌଜ ସ୍ଥିତ ଘର, ଫ୍ୟାକ୍ଟ୍ରି ଇତ୍ୟାଦିର କାନ୍ଥ, ଛାତ ଆଦି ଭଙ୍ଗା ଯାଇ ଟଙ୍କା ଖୋଜା ଚାଲିଥିଲା। ଶେଷରେ ୧୯୪ କୋଟି ୪୫ ଲକ୍ଷ ଟଙ୍କା ମିଳିଥିଲା।

Advertisment

ପୀୟୂଷଙ୍କ ଓଡୋକେମ୍ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିରୁ ଜବତ ସୁନା ଉପରେ ବିଦେଶୀ ଷ୍ଟାମ୍ପ ଥିବାରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହାର ଖୋଳତାଡ଼ କରିବ। ସେଠାରୁ ଜବତ ୬ କୋଟି ମୂଲ୍ୟର ଚନ୍ଦନ କାଠ ଓ ଚନ୍ଦନ ତେଲ ବେଆଇନ୍‌ ଥିବାରୁ ତା’ର ମଧ୍ୟ ତଦନ୍ତ ଚାଲିଛି। ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ପୀୟୂଷ ଜୈନଙ୍କୁ CGST ଧାରା ୬୭ ଅଧୀନରେ ଗିରଫ କରାଯାଇଥିଲା। ଗତକାଲି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଥିଲେ କାନପୁର କୋର୍ଟ।

Uttar Pradesh Income Tax Raid Businessman Piyush Jain
Advertisment
Advertisment