• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ରାହକଙ୍କୁ ବଡ଼ ଝଟକା ଦେଲା ରିଲାଏନ୍ସ ଜିଓ । ବନ୍ଦ ହେଲା ସବୁଠାରୁ ଶସ୍ତା ଏକ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ । ଏହି ରିଚାର୍ଜ ପ୍ଲାନ୍ ବର୍ତ୍ତମାନ ଆପ୍ କିମ୍ବା କମ୍ପାନୀର ୱେବସାଇଟରେ ଉପଲବ୍ଧ ନାହିଁ । ଏହି ପ୍ଲାନ୍ ଆସିବା ପରଠାରୁ ଅନେକ ଉପଭୋକ୍ତା ଖୁସି ହୋଇ ଯାଇଥିଲେ । ହେଲେ କିଛି ଦିନ ବ୍ୟବଧାନରେ ପ୍ଲାନ୍ ବନ୍ଦ ହେବା ପରେ ବର୍ତ୍ତମାନ ଜିଓ ବ୍ୟବହାରକାରୀଙ୍କୁ ନିରାଶ ହେବାକୁ ପଡ଼ିଛି ।

କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓ ଉପଭୋକ୍ତାଙ୍କ ପାଇଁ ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍ ଆରମ୍ଭ କରିଥିଲା, ଯାହାର ମୂଲ୍ୟ ଥିଲା ମାତ୍ର ୧ ଟଙ୍କା । ୩୦ ଦିନର ବୈଧତା ଓ୧୦୦MB ଡାଟା ସହିତ ଏହି ଜିଓ ପ୍ରିପେଡ୍ ପ୍ଲାନକୁ କମ୍ପାନୀ ୟୁଜରଙ୍କ ପାଇଁ ଉପଲବ୍ଧ କରାଇଥିଲା । ହେଲେ ଲଞ୍ଚ୍ କରିବାର କିଛି ସମୟ ମଧ୍ୟରେ ହିଁ ୧୦୦MB ଡାଟାକୁ ହ୍ରାସ କରି ୧୦ MB କରାଯିବା ସହ ବୈଧତା ୧ ଦିନକୁ ହ୍ରାସ କରାଯାଇଥିଲା । ତେବେ ଏହି ଯୋଜନାରୁ କମ୍ପାନୀ କ’ଣ ଚାହୁଁଛି ତାହା ବୁଝିବା ୟୁଜର୍ସଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ପ୍ଲାନ୍‌କୁ ବନ୍ଦ କରି ଦେଇଛି ।

ବର୍ଦ୍ଧିତ ମୂଲ୍ୟ ଭିତରେ ପୁଣି ଜିଓ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଲାଗିଛି । କମ୍ପାନୀ ଏହାକୁ ଭାଲ୍ୟୁ ଆଡିସନ୍‌ ବିଭାଗ ଅଧୀନରେ ତାଲିକାଭୁକ୍ତ କରିଥିଲା ​​। ବର୍ତ୍ତମାନ ଭାଲ୍ୟୁ ଆଡିସନ୍‌ ବିଭାଗରୁ ଏକ ଟଙ୍କିଆ ପ୍ଲାନକୁ ହଟାଇ ଦିଆଯାଇଛି । ଟେଲିକମ୍ ଟକ୍ ରିପୋର୍ଟରୁ ଏହି ସୂଚନା ମିଳିଛି ।

ବର୍ତ୍ତମାନ ଏହି ବିଭାଗରେ କେବଳ ତିନୋଟି ପ୍ଲାନ୍‌ ତାଲିକାଭୁକ୍ତ ଅଛି । Jio 1559 Plan, Jio 395 Plan ଏବଂ Jio 155 Plan ଆଦି ଏଥିରେ ସାମିଲ ଅଛନ୍ତି । ଏହି ପ୍ଲାନ୍ ଗୁଡ଼ିକ ଡାଟା ସହିତ ବ୍ୟତୀତ ଭଏସ୍ କଲିଂ ଏବଂ SMS ଲାଭ ଉପଲବ୍ଧ କରାଉଛି । ତେବେ ଏ ସଂପର୍କରେ କଂପାନୀର ପ୍ରତିକ୍ରିୟା ମିଳିପାରିନାହିଁ ।