Advertisment

UPI ପେମେଣ୍ଟ କରିଦେବ କାଙ୍ଗାଳ ! ଡିଜିଟାଲ୍ ନେଣଦେଣ ସମୟରେ କରନ୍ତୁନି ୫ ଭୁଲ୍

ସଉଦା ହେଉ କି ସପିଂ, ସବୁଠି ହେଉଛି ଅନଲାଇନ କାରବାର। ଯଦି ଆପଣ ଏପରି ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏପରି ଛୋଟିଆ ଭୁଲ୍ ଆପଣଙ୍କୁ କରି ଦେବ ବରବାଦ୍...

author-image
Prangyan Parimita
ଅଦ୍ୟତନ ହୋଇଛି
digital payment

digital payment

ଆଜିକା ସମୟରେ ସମସ୍ତେ କରୁଛନ୍ତି ଡିଜିଟାଲ୍ କାରବାର। ଯଦି ଆପଣ ଡିଜିଟାଲ ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସତର୍କ। କାରଣ କିଛି ଭୁଲ ପାଇଁ ଆପଣ ହିନସ୍ଥା ଭୋଗି ପାରନ୍ତି। ଏମିତିକି ଟଙ୍କା ହରାଇ ଆପଣ କାଙ୍ଗାଳ ବି ହୋଇଯିବେ। ଏକଥା ଶୁଣି ଆପଣ ଡରି ଗଲେକି। ଡରିବାର କୌଣସି ଆବଶ୍ୟକତା ନାହିଁ। କେବଳ ସତର୍କ ରହିବା ଜରୁରୀ। ଏବେ ଜାଣନ୍ତୁ, ଡିଜିଟାଲ୍ ପେମେଣ୍ଟ ବେଳେ ଅଜାଣତରେ ହୋଇଥାଏ କଣ କଣ ଭୁଲ୍।

Advertisment

ଦେଶରେ ଅନଲାଇନ ନେଣଦେଣ ବଢିବା ସାଙ୍ଗକୁ ସାଇବର ଅପରାଧ ମଧ୍ୟ ବଢିବଢି ଚାଲିଛି । ଗଳିମୁମଣ୍ଡର ତେଜରାତି ଦୋକାନ ହେଉ କି ରାସ୍ତାକଡରେ ଠେଲା ଅଥବା ବଡ ମଲ ଆଜିକାଲି ସବୁଠି ଅନଲାଇନ ଦେୟର ସୁବିଧା ରହିଛି । ଏଥିରେ କେବଳ କୋଡ ସ୍କାନ କର ଓ ଦେୟ ପୈଠ କରି ସେଠାରୁ ବାହାର ଏବେକାର ବ୍ୟବସ୍ଥା । ହେଲେ ଏଥିରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଏବେ ଜରୁରୀ ହୋଇପଡିଛି ।

ଆପଣ ଯଦି ଡିଜିଟାଲ ପେମେଣ୍ଟ ଆପ- ଗୁଗଲ ପେ, ଫୋନ ପେ ଅଥବା ପେଟିଏମ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ଲାଗି ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ନଚେତ ଆକାଉଣ୍ଟ ଖାଲି ହୋଇ କାଙ୍ଗାଳ ହେବାକୁ ଅଧିକ ସମୟ ଲାଗିବ ନାହିଁ। ଏଥି ପାଇଁ ଆପଣଙ୍କ ଆକାଉଣ୍ଟ ବା ଆଡ୍ରେସକୁ ସୁରକ୍ଷିତ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ।

Advertisment

ୟୁପିଆଇ ଆଡ୍ରେସ ସେୟାର କରନ୍ତୁନି

ପ୍ରଥମେ ଆପଣ କାହା ସହ ନିଜର ୟୁପିଆଇ ଆଇଡି ଆଡ୍ରେସ ସେୟାର କରନ୍ତୁ ନାହିଁ । ଆପଣଙ୍କ ୟୁପିଆଇ ଆଡ୍ରେସ୍ ହୁଏତ ଫୋନ ନମ୍ବର ହୋଇପାରେ, କ୍ୟୁଆର କୋଡ ଅଥବା ଭର୍ଚୁଆଲ ପେମେଣ୍ଟ ଆଡ୍ରେସ୍ ମଧ୍ୟରୁ କେଉଁଟି ବି ହୋଇପାରେ। ଏଣୁ ଆପଣ କୌଣସି ପୈଠ ବା ବ୍ୟାଙ୍କ ଆପ୍ଲିକେସନ ମାଧ୍ୟମରେ କାହାରିକୁ ନିଜର ୟୁପିଆଇ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିବାର କେବେ ହେଲେ ଅନୁମତି ଦିଅନ୍ତୁ ନାହିଁ।

ମଜଭୁତ ସ୍କ୍ରିନ ଲକ୍ ସେଟ୍ କରନ୍ତୁ

ଦ୍ୱିତୀୟ କଥା ହେଲା ସବୁ ଦୈୟ ପୈଠ ଓ ନେଣଦେଣ ଆପ ଲାଗି ମଜଭୁତ ସ୍କ୍ରିନ ଲକ୍ ସେଟ୍ କରନ୍ତୁ। ଏଥିଲାଗି ମଜଭୁତ ପିନ୍‌ ସେଟ୍‌ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଏହି ପିନକୁ ଆପଣ କାହାରି ସହ ସେୟାର କରନ୍ତୁ ନାହିଁ। ଯଦି ଆପଣଙ୍କ ପିନ୍‌ ଲିକ୍‌ ହୋଇଥିବାର ସାମାନ୍ୟ ସନ୍ଦେହ କରନ୍ତି ତେବେ ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ।

ଭେରିଫାଏଡ ଲିଙ୍କରେ କ୍ଲିକ୍‌ କରନ୍ତୁ

ସେହିଭଳି ଭେରିଫାଏଡ ହୋଇ ନଥିବା ଲିଙ୍କରେ କେବେ ହେଲେ କ୍ଲିକ୍‌ କରନ୍ତୁ ନାହିଁ କି ଫେକ କଲ ଆଟେଣ୍ଡ କରନ୍ତୁ ନାହିଁ। ୟୁପିଆଇ ସ୍କାମ ଏକ ସାଧାରଣ ଟେକନିକ୍‌। ୟୁଜରଙ୍କୁ ଫସାଇବା ଲାଗି ହ୍ୟାକରମାନେ ନାନା ଫନ୍ଦି କରନ୍ତି। ଏଥିଲାଗି ପ୍ରାୟତଃ ସେମାନେ ଲିଙ୍କ ସେୟାର କରନ୍ତି ନଚେତ ଫେକ କଲ କରନ୍ତି। ଏମିତିକି ୟୁଜରଙ୍କୁ ଭେରିଫିକେସନ ଲାଗି ଏକ ଥାର୍ଡ ପାର୍ଟି ଆପ୍‌ ଡାଉନଲୋଡ କରିବାକୁ କହନ୍ତି। ଏପରି ଲିଙ୍କରେ କେବେ ବି କ୍ଲିକ୍‌ କରନ୍ତୁନି କି କାହାରିକୁ ନିଜର ପିନ୍‌ ଅଥବା ଅନ୍ୟ କୌଣସି ତଥ୍ୟ ଦିଅନ୍ତୁ ନାହିଁ।

ଏକାଧିକ ଆପ ବ୍ୟବହାର କରନ୍ତୁନି

ଚତୁର୍ଥରେ କେବେହେଲେ ଏକାଧିକ ଆପ୍‌ର ଉପଯୋଗ କରନ୍ତୁ ନାହିଁ। ଏବେ ଅନେକ ଡିଜିଟାଲ ପେମେଣ୍ଟ ଆପ୍‌ ଉପଲବ୍ଧ ହେଉଛି। ଏଥିରୁ କେଉଁ ଆପ୍‌ କ୍ୟାସ୍‌ ବ୍ୟାକ୍ ଓ ପୁରସ୍କାର ଭଳି ଅଧିକ ଲାଭ ଦେଉଛନ୍ତି। ସେପରି ଲୋଭରେ ନ ପଡି ଏକାଧିକ ଆପ୍‌ ବ୍ୟବହାର ନ କରି କିଛି ସ୍ୱତନ୍ତ୍ର ଆପରେ ଆପଣ ନେଣଦେଣ କରନ୍ତୁ।

ନିୟମିତ ଆପକୁ ଅପଗ୍ରେଡ କରନ୍ତୁ

ଶେଷ କଥାଟି ବଡ଼ ଗୁରୁତ୍ୱପୂର୍ଣ୍ଣ। ନିୟମିତ ବ୍ୟବଧାନରେ ଆପଣ ଆପ ଅପଗ୍ରେଡ କରାଇ ନିଅନ୍ତୁ। ନୂଆ ଅପଡେଟରେ ଉନ୍ନତ ୟୁଆଇ ଓ ନୂଆ ନୂଆ ସୁବିଧା ମଧ୍ୟ ମିଳିଥାଏ। ଆପ୍‌ର ଲାଟେଷ୍ଟ ଭର୍ସନ ଅପଡେଟ ରହିବା ଯୋଗୁ ଆପଣଙ୍କ ଆକାଉଣ୍ଟ ବି ସୁରକ୍ଷିତ ହୋଇଥାଏ।

ଡିଜିଟାଲ ପେମେଣ୍ଟରେ ବିଶ୍ୱର ଅନ୍ୟ ପ୍ରଗତିଶୀଳ ଦେଶଙ୍କ ସହ ପ୍ରାୟ ସମାନ ହୋଇ ଗଲାଣି ଭାରତ। ଦେଶରେ ଏବେ ଏପରି କେହି ଜଣେ ନଥିବେ ଯାହାଙ୍କ ସ୍ମାର୍ଟ ଫୋନରେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ନଥିବ। ତେବେ ଏପରି ଦେୟ ବ୍ୟବସ୍ଥା ଯେପରି ସୁବିଧାଜନକ ମନେ ହେଉଛି କେତେକ କ୍ଷେତ୍ରରେ ଏବେ ବିପଦଜନକ ମଧ୍ୟ ମନେ କରାଗଲାଣି। ଏଣୁ ୟୁପିଆଇ ପେମେଣ୍ଟ ଯେପରି ସୁବିଧାଜନକ ହେଉଛି, ସେହିପରି ଏହା ବିପଦଜ୍ଜନକ ହୋଇପାରେ ବୋଲି କୁହାଯାଉଛି।

UPI Transactions
Advertisment
Advertisment