ସାମାନ୍ୟ ବିଢିଛି ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୫୦ ଟଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୩୦୦ ଟଙ୍କା ଓ ୫୧,୫୮୦ ଟଙ୍କା ରହିଛି।
ସର୍ବନିମ୍ନ ଇପିଏଫ୍ ପେନସନ୍ ୯୦୦୦ କରିବାକୁ ଯୋଜନା କରିଛନ୍ତି ମୋଦି ସରକାର । ପୂର୍ବରୁ ଏହି ରାଶି ଏକ ହଜାର ଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘଜୀବନ କାମନା କରି ବିଜେପି ପକ୍ଷରୁ ସାରା ଦେଶରେ ପୂଜାର୍ଚ୍ଚନା କରାଯାଇଛି..ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା..
ଦିଲ୍ଲୀ ଓ ଭୋପାଳରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂଜାପାଠ କରିଛନ୍ତି । ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁ ଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ପୋଲିସ୍ କବଜାକୁ ଆସିଲା ବୁଲ୍ଲି ବାଇ କ୍ରିଏଟର୍ । ଖୋଜି ଖୋଜି ଆସାମରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍ ।
ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । କାଲିର ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ସାଥୀ ଛାଡ଼ିଗଲା ପରେ ବିରହରେ ଛଟପଟ୍ ହେଉଛି ସାଥୀ ମୟୂର । ମୃତଦେହକୁ ନେଇଯିବା ସମୟରେ ପଛେ ପଛେ ଗୋଡ଼ାଉଛି ।
ମାଲିକକୁ ନୂଆ ଜୀବନ ଦେଲା କୁକୁର । ଅପହରଣ ହେଉ ହେଉ ଜୀବନ ବଞ୍ଚାଇଦେଲା ।
ପାଖେଇ ଆସୁଛି ଗଣତନ୍ତ୍ର ଦିବସ ତଥା ସାଧାରରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳୁଛି ପ୍ରତିରକ୍ଷା ବାହିନୀଙ୍କ ପରେଡ୍ ଅଭ୍ୟାସ
ସୁରତରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଟ୍ୟାଙ୍କର୍ରୁ କେମିକାଲ୍ ଗ୍ୟାସ୍ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୨ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ହୃଦୟ ବିଦାରକ ଦୃଶ୍ୟ। କେହି ବୁଝି ପାରିଲେନି ମୁକବଧିର ଯୁବକଙ୍କ ଅନୁରୋଧ। ଉପାୟଶୂନ୍ୟ ହୋଇ, ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲୋରିରେ ପକେଇ, ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ। ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।
ଗତ ୩ ଦିନ ମଧ୍ୟରେ ମୁମ୍ବାଇରେ ବିଭିନ୍ନ ହସ୍ପିଟାଲ୍ରୁ ୨୩୦ ଜଣ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
PMଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଭଟିଣ୍ଡା ବିମାନନ୍ଦରରୁ ଫିରୋଜପୁର ଅଭିମୁଖେ ସଡ଼କ ପଥରେ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କ କାରକେଡକୁ କିଛି ଆନ୍ଦୋଳନକାରୀ ଅଟକାଇ ରଖିଥିଲେ ।
୧୫ରୁ ୨୦ ମିନିଟ୍ ଯାଏଁ ପ୍ରଧାନମନ୍ତ୍ରୀ ରାସ୍ତାରେ ଅଟକି ରହିବା ପରେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ପୁଣି ଭଟିଣ୍ଡା ବିମାବନ୍ଦରକୁ ଫେରି ଆସିଥିଲେ ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ମୂଲ୍ୟରେ ୪୭,୦୫୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟରେ ଓ ୫୧,୩୩୦ ଟଙ୍କା ରହିଛି।
ଥରେ ନୁହେଁ, ୨ଥର ନୁହେଁ...୧୧ଥର ନେଇ ସାରିଲେଣି କରୋନା ଟିକା ! ଏହାସହ ଭ୍ୟାକ୍ସିନ୍କୁ ବ୍ରହ୍ମାଙ୍କ ବରଦାନ ମଧ୍ୟ କହିଛନ୍ତି। ବିହାରର ଜଣେ ବୃଦ୍ଧ ୧୧ଥର କରୋନା ଟିକା ନେଇ ସାରିଥିବା ଦାବି କରିଛନ୍ତି।
ଏଣିକି ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନୋମ୍ ସିକ୍ୱେନ୍ସିଂ କରିବାକୁ ପଡ଼ିବ ନାହିଁ। ଟେଷ୍ଟ୍ କିଟ୍ ମାଧ୍ୟମରେ ୪ ଘଣ୍ଟାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରିବ। ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଏହି ଟେଷ୍ଟିଂ କିଟ୍କୁ ବିକଶିତ କରାଯାଇଛି।
କେମିତି ହୋଇଥିଲା ଦେଶର ପ୍ରଥମ ସିଡ଼ିଏସ୍ ବିପିନ ରାୱତଙ୍କ ଚପ୍ପର କ୍ରାସ୍? ସାମ୍ନାକୁ ଆସିଲା ରିପୋର୍ଟ...
ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଜଣାଇଥିବା ନେଇ ସୂଚନା ମିଳିଛି। ଏୟାରପୋର୍ଟ କର୍ମଚାରୀଙ୍କ ସାମ୍ନାରେ ପ୍ରତିକ୍ରିୟା ଜଣାଇଥିବା ANI ପକ୍ଷରୁ ସୂଚନା ଦିଆଯାଇଛି
ପୁଅ ଆଇପିଏସ୍ କିନ୍ତୁ ବାପା-ମାଆ ରହୁଛନ୍ତି ଚାଳଘରେ, ପଚାରିଲେ କୁହନ୍ତି....ମୋର ବଳବୟସ ଥିବା ପର୍ଯ୍ୟନ୍ତ ମୁଁ ଖଟିବି
ଝାଡ଼ଖଣ୍ଡ ପାକୁଡ଼ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କଟକଣା ଲାଗିବା ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ଧରୁନି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ବଡ଼ ସୂଚନା ଦେଇଛନ୍ତି। ଦିଲ୍ଲୀରେ କରୋନାର ପଞ୍ଚମ ଲହର ଆସି ଗଲାଣି ବୋଲି ସେ କହିଛନ୍ତି।
ଏଣିକି SBI ଗ୍ରାହକ ଡିଜିଟାଲ୍ ମାଧ୍ୟମରେ ତତ୍କାଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆସନ୍ତା ମାସରୁ ଏହି ନିୟମ ଲାଗୁ ହେବ। ଏହି ନେଣଦେଣ YONO ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଂ/ମୋବାଇଲ୍ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ।
ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡଲାଇନ ଜାରି କଲା କେନ୍ଦ୍ର। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ହୋମ୍ ଆଇସୋଲେସନ ନେଇ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାରା ଆତଙ୍କ । ଗୋଡ଼ରେ ରିଙ୍ଗ୍ ଓ ଚୀନ ଭାଷାର ସଙ୍କେତକୁ ନେଇ ସନ୍ଦେହ ।