Advertisment

କପି ପାଇଁ ଯୁଗାଡ଼୍ ! ୱିଗ୍‌ରେ ବ୍ଲୁଟୁଥ୍ ଲଗାଇ ପରୀକ୍ଷକଙ୍କୁ ଠକି ଥାଆନ୍ତେ ଯୁବକ, ହେଲେ . .

ପାସ୍ ହେବା ପାଇଁ ପରୀକ୍ଷାର୍ଥୀ କପି କରିଥାନ୍ତି। କିଏ ଜୋତା ଭିତରେ କପି ନେଇଥାଏ ତ ଆଉ କିଏ ପ୍ୟାଣ୍ଟ ପକେଟରେ କପି ନେଇ ପରୀକ୍ଷାରେ ଲେଖିଥାନ୍ତି । ହେଲେ ପୋଲିସ ପରୀକ୍ଷାରେ ଏମିତି କପିର ମାଷ୍ଟର ପ୍ଲାନ୍ କରିଥିଲେ ଯୁବକ । ୱିଗ୍ ଭିତରେ ରଖିଥିଲେ ବ୍ଲୁଟୁଥ୍ ଓ କାନ ଭିତରେ ରଖିଥିଲେ ଇୟରଫୋନ୍ ।

author-image
Prangyan Parimita
ଅଦ୍ୟତନ ହୋଇଛି
copy

copy

କପି କରିବା ପାଇଁ ଯୁବକ କରିଥିଲେ ମାଷ୍ଟର ପ୍ଲାନ୍ । ଶେଷରେ ସବୁ ପ୍ଲାନକୁ ଭଣ୍ଡୁର କଲା ପୋଲିସ । ଉତ୍ତରପ୍ରଦେଶରେ ଏପରି ଘଟଣା ଘଟିଛି । ସରକାରୀ ଚାକିରୀ ପାଇବା ପାଇଁ ଜଣେ ଯୁବର ଚିଟିଂ କରିବା ପାଇଁ ଫୁଲଫ୍ରୁଫ୍ ଯୋଜନା କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡିଓରେ ସବ୍ ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ଆସିଥିବା ଜଣେ ବ୍ୟକ୍ତି କିଭଳି ଚମତ୍କାର ଉପାୟରେ ଚିଟିଂ କରିଛନ୍ତି ତାହା ଦେଖିବାକୁ ମିଳିଛି ।

Advertisment

ତେବେ ମେଟାଲ୍ ଡିଟେକ୍ଟର ସାହାଯ୍ୟରେ ପୋଲିସ ଅଭିଯୁକ୍ତ ଧରା ପଡିଯାଇଛି । ଯେତେବେଳେ ପୋଲିସ ଏହି ବ୍ୟକ୍ତିଙ୍କୁ ପଚାରିଛି ଯେ, ସେ କପି କରୁଥିବା ସାମଗ୍ରୀ କେଉଁଠାରେ ରଖିଛନ୍ତି ଏବଂ ସେ କିପରି କପି କରୁଛନ୍ତି, ସେ କପି କରିବା ପାଇଁ ଦେଖାଇଥିବା କୌଶଳ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି।

Advertisment

ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ସେୟାର କରିଛନ୍ତି । ଟ୍ୱିଟରରେ ଭିଡିଓ ସେୟାର କରି ରୁପିନ୍ ଶର୍ମା କ୍ୟାପସନରେ ଲେଖିଛନ୍ତି, ଉତ୍ତରପ୍ରଦେଶ ମେନ୍ ସବ୍-ଇନ୍ସପେକ୍ଟର ପରୀକ୍ଷାରେ ଚିଟିଂର ଚମତ୍କାର ଉପାୟ ।

କପି କରୁଥିବା ବ୍ୟକ୍ତି ତାଙ୍କ ମୁଣ୍ଡରେ କେଶ ଉପରେ ଏକ ୱିଗ୍ ଲଗାଇଥିଲେ । ଆଉ ୱିଗ୍ ଭିତରେ ଏକ ଇୟରଫୋନ୍ କନେକ୍ସନ୍ ହୋଇଥିଲା । ଏହି ଇୟରଫୋନ୍ ମାଧ୍ୟମରେ, ବ୍ୟକ୍ତି ଦୂରରେ ବସିଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପଚାରୁଥିଲେ । ଏହି ଇୟରଫୋନ୍ ଏତେ ଛୋଟ ଥିଲା ତାହା କାନ ଭିତରକୁ ଚାଲି ଯାଇଥିବା ଭିଡିଓରେ ଦେଖାଯାଇଛି । ମେଟାଲ୍ ଡିଟେକ୍ଟର ସାହାଯ୍ୟରେ ଅଭିଯୁକ୍ତକୁ ପୋଲିସ ଧରିବା ପରେ ସମସ୍ତ କଳା କରାନାମା ପଦାକୁ ଆସିଛି।

Special Story
Advertisment
Advertisment