Advertisment

ହାତ ନାହିଁ କି ଗୋଡ଼ ନାହିଁ ! ରିକ୍ସା ଚଲାଉଥିବା ଦିବ୍ୟାଙ୍ଗଙ୍କୁ ଦେଖି ଚାକିରି ଅଫର୍ ଦେଲେ ଆନନ୍ଦ ମହିନ୍ଦ୍ରା

ଦିନ ହେଉ କି ରାତି ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଅନେକ ସମୟରେ ଛୋଟ ଛୋଟ କଥାକୁ ଆଗକୁ ଆଣି ସେ ଚର୍ଚ୍ଚାରେ ରହିଥାନ୍ତି। ଆଜି କିନ୍ତୁ ରିକ୍ସା ଚଲାଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ଚାକିର ଅଫର ଦେଇ ସେ ଦେଶବାସୀଙ୍କ ମନ ଜିଣିଛନ୍ତି। ଜାଣନ୍ତୁ କାହିଁକି?

author-image
Prangyan Parimita
ଅଦ୍ୟତନ ହୋଇଛି
anand mahindra

anand mahindra

ପୁଣି ଚର୍ଚ୍ଚାରେ ଆନନ୍ଦ ମହିନ୍ଦ୍ରା । ଏଥର ଟୁଇଟକୁ ନେଇ ନୁହେଁ ବରଂ ଚାକିରିକୁ ନେଇ । ରାଜଧାନୀ ଦିଲ୍ଲୀର ଜଣେ ଦିବ୍ୟାଙ୍ଗଙ୍କୁ ଚାକିରି ଅଫର ଦେଇଛନ୍ତି ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଯାହାକୁ ନେଇ ଏବେ ସବୁଠି ତାଙ୍କ ଚର୍ଚ୍ଚା । ତେବେ ଏହା କୌଣସି ନୂଆ କଥା ନୁହଁ କାରଣ ପୂର୍ବରୁ ବି କିଛି ଭିନ୍ନ କରୁଥିବା ଲୋକଙ୍କୁ ସବୁବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ଏହି ଶିଳ୍ପପତି ।

Advertisment

ଆନନ୍ଦ ମହିନ୍ଦ୍ରା ଜଣେ ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର କରିଛନ୍ତି । ରାଜଧାନୀ ଦିଲ୍ଲୀର ଭିଡ ଭିତରେ ଦିବ୍ୟାଙ୍ଗ ଜଣକ ଖୁସିରେ ଗାଡି ଚଲାଉଥିବା ଦେଖିବାକୁ ମିଳୁଛି । ନିଜ ପରିବାର ଚଳାଇବା ପାଇଁ ସେ ଏହି ସ୍ୱତନ୍ତ୍ର ଗାଡି ତିଆରି କରିଛନ୍ତି । ଆଉ ଏହାର ଟେକନିକ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ଦିବ୍ୟାଙ୍ଗଙ୍କର ହାତ ଗୋଡ ନଥିଲେ ବି ସେ ଏହାକୁ ସହଜରେ ଚଲାଇ ପାରୁଛନ୍ତି । ଦୀର୍ଘ ୫ ବର୍ଷ ହେବ ଦିଲ୍ଲୀର ରାଜରାସ୍ତାରେ ତାଙ୍କ ଗାଡି ଗଡୁଥିବା କୁହନ୍ତି ଦିବ୍ୟାଙ୍ଗ ଜଣକ ।

Advertisment

ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି । ହାତ ଓ ଗୋଡ ନଥିଲେ ବି ବ୍ୟକ୍ତି ଜଣକ ଗାଡିଟିକୁ ଭିଡ ଭିତରେ ଚଳାଉଛନ୍ତି । ମନ‌ରେ ତ୍ରିଳେମାତ୍ର ଭୟ କି ଦୁଃଖ ନାହିଁ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ଓ ଖୁସି ହୋଇ ଯାଇଛନ୍ତି ଆନନ୍ଦ ମହିନ୍ଦ୍ରା । ଦିବ୍ୟାଙ୍ଗଙ୍କ ଭିଡିଓଟିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଉ ଏହି ବ୍ୟକ୍ତିଙ୍କ ଜୀବନର ସଂଘର୍ଷ ଦେଖି ତାଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି ।

ଗତ ୫ ବର୍ଷ ଧରି ଦିବ୍ୟାଙ୍ଗ ଜଣକ ଏହିପରି ସ୍ୱତନ୍ତ୍ର ରିକ୍ସାକୁ ଚଲାଇ ଆସୁଛନ୍ତି । କାହା ଉପରେ ବୋଝ ନ ହୋଇ ନିଜ ପାଇଁ ନିଜେ ଏ ରିକ୍ସା ତିଆରି କରି ତାକୁ ଚଲାଉଛନ୍ତି । ଆଉ ଏହି ରିକ୍ସା ଚଲାଇ ପତ୍ନୀ, ଦୁଇ ପିଲା ଏବଂ ବୃଦ୍ଧପିତାଙ୍କ ପେଟକୁ ଦୁଇମୁଠା ଖାଇବାକୁ ଦେଇ ପାରୁଛନ୍ତି। ତେବେ ଆନନ୍ଦ ମହିନ୍ଦ୍ରା ନିଜେ ଭିଡିଓଟିକୁ ସେୟାର କରିବା ପରେ ଏପର୍ଯ୍ୟନ୍ତ ଏହାକୁ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଆଉ ୩୧ ହଜାର ଲାଇକ ଓ ହଜାରେରୁ ଅଧିକ ସେୟାର କରିଛନ୍ତି ।

ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ କିଏ ନଜାଣେ । ପ୍ରତିଦିନ ସେ ନିଜ ଟ୍ୱିଟର ଆକାଉଣ୍ଟରେ କିଛି ନା କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରନ୍ତି । ଆଉ ସେହି ଭିଡିଓ ଗୁଡିକ ମଜାଳିଆ କିମ୍ବା ପ୍ରେରଣାଦାୟୀ ହୋଇଥାଏ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସାରିଛନ୍ତି ଆନନ୍ଦ ମହିନ୍ଦ୍ରା ।

କିଛି ଦିନ ପୂର୍ବରୁ ଜୁଗାଡରେ କାର୍ ଚଳାଉଥିବା ବ୍ୟକ୍ତିଙ୍କୁ ବୋଲେରୋ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆନନ୍ଦ ମହିନ୍ଦ୍ରାଙ୍କର ଟ୍ୱିଟରରେ ୮୬ ଲକ୍ଷ ଫଲୋଅର୍ସ ଅଛନ୍ତି । ସେହିପରି ପୂର୍ବରୁ ଟିମ ଇଣ୍ଡିଆର ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ ଘୋଷଣା କରିଥିଲେ ।

Anand Mahindra
Advertisment
Advertisment