• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାନପୁର ମେଟ୍ରୋ ରେଲର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ କାନପୁରବାସୀଙ୍କୁ ଏହି ଉପହାର ଦେଇଛନ୍ତି । ମୋଦିଙ୍କ ସହିତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ମୋଦିଙ୍କ ସହିତ ମେଟ୍ରୋ ରେଳରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା କାମ କରିଥିବା କାନପୁର ମେଟ୍ରୋ ରେଲ୍‌ର ଲମ୍ବା ହେଉଛି ୩୨ କିଲୋମିଟର । ପ୍ରାୟ ୧୧ ହଜାର କୋଟି ଟଙ୍କା ଏଥିରେ ବ୍ୟୟ କରାଯାଇଥିବାର ସୂଚନା ମିଳିଛି । କାନପୁର ସହର ଭିତରେ ଗମନାଗମନର ସୁବିଧା ଓ ଭିଡ଼କୁ ହ୍ରାସ କରିବା ଦିଗରେ ଏହି ମେଟ୍ରୋ ରେଳର ନିର୍ମାଣ ହୋଇଛି । ଏଥିରେ ରହିଛି ୨ଟି କରିଡର । ପ୍ରଥମ ରୁଟ୍ ହେଲା ଆଇଆଇଟି କାନପୁରରୁ ମୋତିଝିଲ୍ ।

୨୦୧୯ ନଭେମ୍ବର ୧୫ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ରେକର୍ଡ ସମୟରେ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇପାରିଛି । ଦୁଇ ବର୍ଷ ପୂର୍ବେ ମୋତି ଝିଲରୁ କାନପୁର ଆଇଆଇଟି ପର୍ଯ୍ୟନ୍ତ ଟ୍ରାଏଲ ରନ୍ ଆରମ୍ଭ ହୋଇଥିଲା । ମେଟ୍ରୋ ପ୍ରକଳ୍ପର କାର୍ଯ୍ୟ ନେଇ ମୋଦି ମଧ୍ୟ ସମୀକ୍ଷା କରିଥିଲେ । ସେହିପରି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୫୬ କିମି ଲମ୍ବ ପାଇପଲାଇନ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ଏହି ପ୍ରକଳ୍ପ ପାଇଁ ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।