• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଦଶମ କିସ୍ତି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଖୁସି ଖବର । ସରକାର କିଷାନ ସମ୍ମାନ ନିଧି ଯୋଜନାର ଦଶମ କିସ୍ତି ପ୍ରଦାନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆଜି ଠାରୁ ଠିକ୍ ୫ ଦିନ ଅର୍ଥାତ୍ ଜାନୁୟାରୀ ୧, ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ଯୋଜନା ଅଧୀନରେ ଦଶମ କିସ୍ତି ଜାରି କରାଯିବ । ଏଥିସହିତ କିଛି ଚାଷୀଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେବ ୪୦୦୦ ଟଙ୍କା ।

ଯେଉଁ କୃଷକମାନଙ୍କ ଖାତାକୁ ନବମ କିସ୍ତିର ଟଙ୍କା ଆସିନି, ସେମାନଙ୍କ ଖାତାରେ ଏକାବେଳେ ଦୁଇଟି କିସ୍ତିର ଟଙ୍କା ଡିପୋଜିଟ୍ ହେବ । ଅର୍ଥାତ୍ ସେମାନଙ୍କ ଖାତାକୁ ଏକାବେଳେ ୪୦୦୦ ଟଙ୍କା ଟ୍ରାନ୍ସଫର କରାଯିବ । ତେବେ ଏହି ସୁବିଧା କେବଳ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ୩୦ ସେପ୍ଟେମ୍ବର ପୂର୍ବରୁ ପଞ୍ଜୀକରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭାର୍ଥି e-KYC ପୂରା କରିବା ପରେ ହିଁ ଦଶମ କିସ୍ତି ପାଇବେ । ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଏହି ପ୍ରକ୍ରିୟା ଶେଷ କରିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ e-KYC ଅପଡେଟ୍ ନକଲେ ଦଶମ କିସ୍ତି ଅଟକି ଯାଇପାରେ ।

ଆପଣ ଟଙ୍କା ପାଇବେ କି ନାହିଁ କିପରି ଜାଣିବେ ?

ପିଏମ୍ କିସାନ୍ ସ୍କିମ୍ ପାଇଁ ପଞ୍ଜୀକରଣ କରାଇଥିଲେ, ଆପଣଙ୍କ ନାମ ଏହି ଯୋଜନାର ହିତାଧିକାରୀ ତାଲିକାରେ ଅଛି କି ନାହିଁ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

୧. ସର୍ବପ୍ରଥମେ ଆପଣଙ୍କୁ PM Kisan Yojanaର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ୍ କରିବାକୁ ପଡ଼ିବ ।

୨. ହୋମପେଜରେ ଆପଣଙ୍କୁ ଫାର୍ମର୍ସ କର୍ଣ୍ଣରର ବିକଳ୍ପ ଦେଖିପାରିବେ ।

୩. Farmers Corner ସେକ୍ସନରେ ଆପଣଙ୍କୁ Beneficiaries List ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

୪. ତା’ପରେ ଆପଣଙ୍କୁ ଡ୍ରପ୍ ଡାଉନ୍ ତାଲିକାରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ଚୟନ କରିବାକୁ ପଡିବ ।

5. ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ହିତାଧିକାରୀଙ୍କସମ୍ପୂର୍ଣ୍ଣ ତାଲିକା ଦେଖାଯିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ ।