Advertisment

କେମିତି ଦୁର୍ଘଟଣାର ଶିକାର ହେଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଗୀତର ସିଙ୍ଗର୍‌ ସହଦେବ ?

‘ବଚ୍‌ପନ୍‌ କ୍ୟା ପ୍ୟାର୍‌’ ଗୀତର ସିଙ୍ଗର୍‌ ଛତିଶଗଡର ସହଦେବ ଡିର୍ଡୋ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ବାଇକ୍ ପଛରେ ବସି ଯାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
'Bachpan Ka Pyaar' Fame Meets With Accident

'Bachpan Ka Pyaar' Fame Meets With Accident

ରାୟପୁର: ‘ବଚ୍‌ପନ୍‌ କା ପ୍ୟାର୍‌’ ଗୀତର ସିଙ୍ଗର୍‌ ଛତିଶଗଡର ସହଦେବ ଡିର୍ଡୋ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଗତକାଲି ସହଦେବ ବାଇକ୍ ପଛରେ ବସି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ସୂଚନା ଅନୁସାରେ, ସହଦେବ ବାଇକ୍‌ ପଛରେ ବସି ଯାଉଥିବା ବେଳେ ଶବ୍‌ରୀ ନଗରରେ ଗାଡ଼ି ସ୍ଲିପ୍‌ କରିଥିଲା। ଫଳରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ବାଇକ୍‌ ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଗୁରୁତର ଅବସ୍ଥାରେ ସହଦେବଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜଗ୍‌ଦଲପୁର ମେଡିକାଲ୍‌ କଲେଜ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ସୁକ୍‌ମା ଜିଲ୍ଲାପାଳ ଜିଲ୍ଲା ହସ୍ପିଟାଲ୍‌ରେ ପହଞ୍ଚି ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଦୁର୍ଘଟଣା ପରେ କିଛି ଘଣ୍ଟା ପାଇଁ ସେ ଅଚେତ ଥିଲେ ବୋଲି ସୂଚନା ମିଳିଛି।

ସହଦେବ ଡିର୍ଡୋଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ସହଦେବଙ୍କ ଦୁର୍ଘଟଣା ଖବର ନେଇ ବଲିଉଡ୍‌ ରାପର୍‌ ବାଦ୍‌ଶାହ ମଧ୍ୟ ଟ୍ୱିଟ୍‌ କରିଛନ୍ତି। 

Advertisment


— Bhupesh Baghel (@bhupeshbaghel) July 27, 2021


— Bhupesh Baghel (@bhupeshbaghel) July 27, 2021

କିଏ ସହଦେବ ଡିର୍ଡୋ ଓ କେମିତି ରାତାରାତି ଷ୍ଟାର ହୋଇଯାଇଥିଲେ...

ସହଦେବ ପଞ୍ଚମ ଶ୍ରେଣୀରେ ‘ବଚପନ୍ କା ପ୍ୟାର୍’ ଗୀତ ଗାଇଥିଲେ। ହେଲେ ସପ୍ତମ ଶ୍ରେଣୀରେ ଭାଇରାଲ୍ ହୋଇଥିଲା। ସ୍କୁଲରେ ଶିକ୍ଷକଙ୍କ ଆଗରେ ସହଦେବ ଗାଇଥିବା ‘ବଚପନ୍ କା ପ୍ୟାର୍’ ଗୀତକୁ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣୁ ଗାଇବା ଆରମ୍ଭ କରିଦେଇଥିଲେ। ୨ ବର୍ଷ ପୂର୍ବ ଭିଡିଓ ପାଇଁ ହଠାତ୍ ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର୍ ପାଲଟି ଯାଇଥିଲେ ଛତିଶଗଡ଼ ସୁକ୍‌ମା ଜିଲ୍ଲା ଉରମପାଲ୍ ଗାଁର ସହଦେବ ଡିର୍ଡୋ। ମାଓପ୍ରବଣ ସୁକ୍‌ମା ଅଞ୍ଚଳର ଆଦିବାସୀ ଛାତ୍ର ସହଦେବ ଏହି ଗୀତଟିକୁ ୨୦୧୯ ମସିହାରେ ସ୍କୁଲରେ ଗାଇଥିଲେ। ସେତେବେଳେ ସେ ଜାଣିନଥିଲେ, ତାଙ୍କର ଏହି କିଛି ସେକେଣ୍ଡର ଛୋଟିଆ ଭିଡିଓଟି ଏଭଳି ଭାବେ ଚହଳ ପକାଇଦେବ। କିଛିମାସ ପୂର୍ବେ ତାଙ୍କର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ବଲିଉଡ୍ ରାପର୍ ବାଦଶାହ ଏହି ଭିଡିଓକୁ ରିମିକ୍ସ କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ।


 
 
 
 
 
 
 
 
 
 
 
 
 
 

A post shared by Sahdev Dirdo (@viralboy_sahdev)


 
 
 
 
 
 
 
 
 
 
 
 
 
 

A post shared by Sahdev Dirdo (@viralboy_sahdev)

Sahdev Dirdo Sahdev Dirdo Accident Bachpan Ka Pyaar Singer Accident Bachpan Ka Pyaar Song
Advertisment
Advertisment