ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି 5G
ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ମୋଦି ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ସରକାର। ଜାନୁଆରୀ ପହିଲାରେ ପିଏମ୍-କିଷାନ୍ ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି।
ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...
ସାରା ଦେଶରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନାଇଟ୍ କର୍ଫ୍ୟୁର ମଜାକ ଉଡ଼ାଇଛନ୍ତି ଜଣେ ସରକାରୀ କର୍ମଚାରୀ। ଫେସ୍ବୁକ୍ରେ ଏକ ପୋଷ୍ଟ୍ ଶେଆର କରି ନାଇଟ୍ କର୍ଫ୍ୟୁ ଲାଗୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ମଜାକ ଉଡ଼ାଇଛନ୍ତି ଏହି ସରକାରୀ କର୍ମଚାରୀ।
କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ପରିସ୍ଥିତି ଏପରି ହୋଇଛି କି ଏବେ ମାତ୍ର ଉପତ୍ୟକାରେ ରହିଛନ୍ତି ଶହେରୁ କମ୍ ଆତଙ୍କବାଦୀ । ଆଜି ପ୍ରେସମିଟରେ କାଶ୍ମୀର ଆଇଜି ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।
ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ସୂଚୀ । ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।
ଖୁବ୍ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଶୁଣିବାକୁ ମିଳୁଛି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍ ସାଲାରୀ ୧୮ ହଜାର ଟଙ୍କାରୁ ବୃଦ୍ଧି ହୋଇ ୨୬ ହଜାର ଟଙ୍କା ହୋଇପାରେ।
ମଧ୍ୟପ୍ରଦେଶ ଖଜୁରାହରୁ କାଳୀଚରଣ ମହାରାଜଙ୍କୁ ଉଠାଇଲା ଛତିଶଗଡ଼ ପୋଲିସ୍ । ତେବେ ଏହି ଘଟଣାକୁ ନେଇ ମୁହାଁମୁହିଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର । ପୋଲିସର କାର୍ଯ୍ୟଶୈଳୀକୁ ନେଇ ଆପତ୍ତି ଉଠାଇଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ।
କୌଣସି ସ୍ଥାନକୁ ଯାତ୍ରା ନକରି ଅର୍ଥାତ୍ ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ମଧ୍ୟ ଲୋକମାନେ କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ଧୀରେ ଧୀରେ ଏହା ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି।
ଯଦି ଆସନ୍ତା ବର୍ଷ ଜାନୁଆରୀ ମାସରେ ବ୍ୟାଙ୍କ୍ ସହ ଜଡ଼ିତ କିଛି କାମ ରହିଛି, ତା’ହେଲେ ଆପଣ ଏହା ପୂର୍ବରୁ ନିଶ୍ଚିତ ଭାବେ ଛୁଟି ଦିନର ଲିଷ୍ଟ୍ ଚେକ୍ କରି ନିଅନ୍ତୁ। କାରଣ ଆସନ୍ତା ଜାନୁଆରୀରେ ୪ କି ୬ ଦିନ ନୁହେଁ ବରଂ ୧୬ ଦିନ ବ୍ୟାଙ୍କ୍ ବନ୍ଦ ରହିବ।
ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି । ଅନନ୍ତନାଗ ଏବଂ କୁଲଗାମରେ ଦୁଇଟି ପୃଥକ ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି ।
ପ୍ରତିଦିନ ପରିବର୍ତ୍ତନ ହୁଏ ତୈଳ ଦର । ଆପଣ ଘରେ ବସି ମଧ୍ୟ ତୈଳ ଦର ଜାଣିପାରିବେ । ହେଲେ କିପରି, ଜାଣନ୍ତୁ . . .
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୧ ଏପ୍ରିଲରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ,ଏହି ମାମଲାର ଶୁଣାଣି ସରିବା ପରେ ଦୋଷୀ ଯୁବକ ବିଚାରପତିଙ୍କ ଉପରକୁ ଚପଲ ଫୋପାଡି ଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ କାନପୁର ଗସ୍ତ ସମୟରେ ଭଙ୍ଗାରୁଜା ଓ ଆକ୍ରମଣ ମାମଲାରେ ନୌବାସ୍ତା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଚାରି ଜଣ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି ।
ଗରିବଙ୍କ ପାଇଁ କେବଳ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ଟଙ୍କା ହ୍ରାସ । କେବଳ ବିପିଏଲ୍ କାର୍ଡଧାରୀଙ୍କୁ ୨୫ ଟଙ୍କା କମ୍ରେ ମିଳିବ ତେଲ । ଜାନୁଆରୀ ୨୬ରୁ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘୋଷଣା ।
ଚକ୍ର ଆପ ଧରାଇବ ଅପରାଧୀ । ପୋଲିସ୍ ଆଖିରେ ଧୂଳି ଦେଇ ଖସିପାରିବେ ନାହିଁ ଗ୍ୟାଙ୍ଗଷ୍ଟର୍ । ଟିକିନିଖି ତଥ୍ୟ ଆପରେ ଉପଲବ୍ଧ ହେବ ।
ସମାଜ ପାଇଁ ଉଦାହରଣ ସାଜିଲେ ଜିଲ୍ଲାପାଳ । ଲୋକଙ୍କ ସମସ୍ୟାର ସମାଧାନ ନିର୍ଦ୍ଧାରିତ ସମୟରେ ନକରିପାରିବାରୁ ଦଣ୍ଡ ସ୍ୱରୂପ ନିଜ ଦରମା ରୋକିଦେଲେ ।
କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୮୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।
‘ବଚ୍ପନ୍ କ୍ୟା ପ୍ୟାର୍’ ଗୀତର ସିଙ୍ଗର୍ ଛତିଶଗଡର ସହଦେବ ଡିର୍ଡୋ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ବାଇକ୍ ପଛରେ ବସି ଯାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି।
ଘରେ ପଡ଼ିରହିଥିଲା କୋଟି କୋଟି ଟଙ୍କାର କଳାଧନ। ଟଙ୍କା ଗଦିରେ ଶୋଇବା ପାଇଁ ଥିଲା ସାମର୍ଥ୍ୟ। ଚାହିଁଥିଲେ ଚଢ଼ିପାରିଥାନ୍ତା ନାମୀଦାମୀ ବ୍ରାଣ୍ଡ୍ ର ହାଇଫାଇ ଗାଡ଼ି। କିନ୍ତୁ କାଳେ କିଏ ଜାଣିଦେବ ସେଥିପାଇଁ ଖଣ୍ଡେ ପୁରୁଣା ବଜାଜ୍ ସ୍କୁଟର ଚଢ଼ି ବୁଲୁଥିଲେ ଅମାପ କଳା ସଂପତ୍ତିର ମାଲିକ ପୀୟୂଷ ଜୈନ
କାନପୁର ମେଟ୍ରୋ ରେଳର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ କାନପୁରବାସୀଙ୍କୁ ଏହି ଉପହାର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହାଇଦ୍ରାବାଦ ହାଉସ୍ରେ ଏହି କାର୍ ପ୍ରଥମେ ଦେଖାଯାଇଥିଲା। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ମାବାକ୍ S650 ପ୍ରଥମେ ଦେଖାଯାଇଥିଲା। ଏହା ପୂର୍ବର ରେଞ୍ଜ ରୋଭର୍ ଭୋଗ୍ ଏବଂ ଟୋୟୋଟା ଲ୍ୟାଣ୍ଡ୍ କ୍ରୁଜରର ଅପ୍ଗ୍ରେଡ୍ ଭର୍ସନ।
ଦିନ ହେଉ କି ରାତି ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଅନେକ ସମୟରେ ଛୋଟ ଛୋଟ କଥାକୁ ଆଗକୁ ଆଣି ସେ ଚର୍ଚ୍ଚାରେ ରହିଥାନ୍ତି। ଆଜି କିନ୍ତୁ ରିକ୍ସା ଚଲାଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ଚାକିର ଅଫର ଦେଇ ସେ ଦେଶବାସୀଙ୍କ ମନ ଜିଣିଛନ୍ତି। ଜାଣନ୍ତୁ କାହିଁକି?
ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନୂଆ କଟକଣା ଓ ୟେଲୋ ଆଲର୍ଟ ଲାଗୁ କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି।
କୋଟିପତି ପର୍ଫ୍ୟୁମ୍ ବ୍ୟବସାୟୀ ପୀୟୂଷ ଜୈନଙ୍କ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯିବ। ପୀୟୂଷଙ୍କ ୩ଟି ଘର, ଫ୍ୟାକ୍ଟ୍ରି ଇତ୍ୟାଦିରୁ ୧୯୪ କୋଟି ୪୫ ଲକ୍ଷ ନଗଦ ଟଙ୍କା, ୨୩ କିଲୋ ସୁନା ଓ ୬ କ୍ୱିଣ୍ଟାଲ୍ ଚନ୍ଦନ କାଠ ଜବତ ହୋଇଛି।