/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637685039.jpg)
Petrol Price Hike
ପେଟ୍ରୋଲ, ଡିଜେଲ ଦରରେ ବଡ଼ ହ୍ରାସ କଲେ ଝାଡ଼ଖଣ୍ଡ ସରକାର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ଟଙ୍କା ହ୍ରାସ ଘୋଷଣା । କେବଳ ବିପିଏଲ୍ କାର୍ଡଧାରୀଙ୍କୁ ୨୫ ଟଙ୍କା କମ୍ରେ ମିଳିବ ତେଲ । ଜାନୁଆରୀ ୨୬ରୁ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘୋଷଣା ।
ଦୀର୍ଘ ଦିନ ଧରି ଝାଡଖଣ୍ଡରେ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ଲଗାତାର ପେଟ୍ରୋଲ-ଡିଜେଲ ଉପରେ ଭାଟ କମାଇବା ପାଇଁ ଦାବି କରିଆସୁଥିଲେ। ପେଟ୍ରୋଲ ଉପରେ ୫ % ଭ୍ୟାଟ୍ ହ୍ରାସ କରିବାକୁ ସରକାରଙ୍କୁ ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା। ସେମାନଙ୍କ କହିବା କଥା ହେଲା, ଯଦି ସରକାର ଭ୍ୟାଟ୍ ହାରକୁ ୨୨% ରୁ ୧୭% କୁ ହ୍ରାସ କରନ୍ତି, ତେବେ ଲୋକମାନେ ଏକ ବଡ଼ ଆରାମ ପାଇବେ।
ଆସୋସିଏସନ କହିଛି ଯେ ଝାଡଖଣ୍ଡର ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାରେ ଡିଜେଲର ମୂଲ୍ୟ କମ୍ ରହିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ ଚାଲୁଥିବା ଯାନଗୁଡିକ ପଡୋଶୀ ରାଜ୍ୟରୁ ଡିଜେଲ ଭରିବାକୁ ଯାଉଛନ୍ତି। ଯେଉଁଥିପାଇଁ ତାଙ୍କୁ କ୍ଷତି ସହିବାକୁ ପଡୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)