• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାନପୁର : ମୋଦିଙ୍କ ରାଲି ଭଣ୍ଡୁର କରିବାକୁ ହୋଇଥିଲା ଷଡ଼ଯନ୍ତ୍ର, ପର୍ଦ୍ଦାଫାସ କଲା ୟୁପି ପୋଲିସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାନପୁର ସମାବେଶରେ ହିଂସାର ଏକ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି । ରାଲି ସମୟରେରେ ହିଂସା ସୃଷ୍ଟି କରିବା ସହ ଗାଡି ଭଙ୍ଗାରୁଜା କରିଥିବା ଷଡଯନ୍ତ୍ରକାରୀଙ୍କ ବିରୋଧରେ ପୋଲିସ ଏକ ବଡ ପଦକ୍ଷେପ ନେଇଛି । ମୋଦିଙ୍କ କାନପୁର ଗସ୍ତ ସମୟରେ ହୋଇଥିବା ମାରପିଟ୍ ଓ ଭଙ୍ଗାରୁଜା ମାମଲାରେ ନୌବସ୍ତା ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି ।

ମୋଦି ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ନେଇ ଚାରି ଜଣ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ନେତାମାନେ ହେଲେ ସୁକାନ୍ତ ଶର୍ମା, ସଚିନ କେସରୱାନୀ, ଅଭିଷେକ ରାୱତ ଏବଂ ନିକେଶ କୁମାର । ପୋଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀ ଏସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରି ସମାଜବାଦୀ ପାର୍ଟି ନେତାମାନେ କାର୍ ଭଙ୍ଗାରୁଜା କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

ପୋଲିସ ଏହି ଘଟଣାରେ ଆଠ ଜଣଙ୍କୁ ଚିହ୍ନଟ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଚାରି ଜଣ ଫେରାର ଥିବାବେଳେ ସେମାନଙ୍କୁ ଖୋଜୁଛି ପୋଲିସ୍ । ଭଙ୍ଗାରୁଜା ହୋଇଥିବା ଗାଡ଼ିକୁ ମଧ୍ୟ ଉଦ୍ଧାର କରାଯାଇଛି । ଯେଉଁ ଗାଡିରେ ଭଙ୍ଗାରୁଜା ହୋଇଥିଲା, ସେହି ଗାଡିଟି ଅଙ୍କୁର ପଟେଲ ନାମକ ଜଣେ ବ୍ୟକ୍ତିଙ୍କର ଅଟେ ବୋଲି ଜଣାପଡ଼ିଛି । ୨୦୧୯ରୁ ୨୦୨୦ ପର୍ଯ୍ୟନ୍ତ ସମାଜବାଡି ପାର୍ଟିରେ ସେ ଜଣେ ପଛୁଆ ବର୍ଗର ସେକ୍ରେଟାରୀ ରୂପେ କାମ କରୁଥିଲେ। ବର୍ତ୍ତମାନ ସମସ୍ତ ଦିଗକୁ ଧ୍ୟାନରେ ରଖି ଅନୁସନ୍ଧାନ କରାଯାଉଛି ।

ନୌବସ୍ତା ପୋଲିସ ଷ୍ଟେସନ ଅଞ୍ଚଳରେ ରାଜନୈତିକ ଦଳର ଜଣେ ବ୍ୟକ୍ତି ବିରୋଧ ପ୍ରଦର୍ଶନ ନାମରେ ଅଶ୍ଳୀଳ ବ୍ୟବହାର କରିଥିବା କହିଛନ୍ତି ପୋଲିସ କମିଶନର । ଘଟଣା ଦିନ ଏକ କାର ଏବଂ ଅନ୍ୟାନ୍ୟ ଗାଡି ଭଙ୍ଗାରୁଜା କରାଯାଇଥିଲା । କେବଳ ଏତିକି ନୁହେଁ ମାଡ଼ପିଟ୍ ମଧ୍ୟ ହୋଇଥିଲା । ଏହା କୌଣସି ପ୍ରକାରେ କ୍ଷମା ଯୋଗ୍ୟ ନୁହେଁ । ରାଜନୈତିକ ବିରୋଧ ପ୍ରଦର୍ଶନ ନାମରେ କେହି ଆଇନକୁ ନିଜ ହାତକୁ ନେଇ ପାରିବେ ନାହିଁ ବୋଲି ପୋଲିସ କହିଛି । 

ସମସ୍ତ ଗଣ୍ଡଗୋଳକାରୀଙ୍କୁ  ବର୍ତ୍ତମାନ ଚିହ୍ନଟ କରାଯାଇଛି । ସେମାନଙ୍କୁ ଗିରଫ କରାଯିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ପରିବେଶ ସୃଷ୍ଟି ହେଉଛି । ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ଉଚିତ । ଦଙ୍ଗା ତଥା ଷଡ଼ଯନ୍ତ୍ରକାରୀଙ୍କର ଏଥିରେ ସ୍ଥାନ ନାହିଁ । ଏପରି କାମରେ ଲିପ୍ତ ଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର୍ ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାନପୁର ରାଲିରେ ଦଙ୍ଗା ସୃଷ୍ଟି କରିବା ପାଇଁ ଯେଉଁ ଷଡଯନ୍ତ୍ର କରାଯାଇଥିଲା, ସିସିଟିଭି କ୍ୟାମେରା ଏବଂ ଭିଡିଓ ଫୁଟେଜ ଆଧାରରେ ତାହାର ପର୍ଦ୍ଦାଫାସ କରିଛି ୟୁପି ପୋଲିସ । କାନପୁରର ନୌବସ୍ତା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିର ଠିକ୍ ପୂର୍ବରୁ ସମାଜବାଦୀ ପାର୍ଟିର ନେତା ନିଜ ଗାଡ଼ିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଇବା ସହ ନିଜେ ଗାଡିରେ ଭଙ୍ଗାରୁଜା କରିଥିଲେ । ଏଥିରେ ଆଉ ସାତ ଜଣ ସମାଜବାଦୀ ପାର୍ଟି ନେତା ତାଙ୍କ ସହ ଜଡିତ ଥିଲେ ।

ରାଲିର ଠିକ୍ ପୂର୍ବରୁ ସମାଜବାଦୀ ପାର୍ଟି ନେତାଙ୍କ ଦ୍ୱାରା ଭଙ୍ଗାରୁଜା ଓ ନିଆଁ ଲଗାଇବାର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ମାଧ୍ୟମରେ ବିଜେପି କର୍ମୀଙ୍କୁ ଉସକାଇବା ପାଇଁ ଏକ ଚେଷ୍ଟା କରାଯାଇଥିଲା । ରାଲିରେ ଆସିଥିବା ଲୋକଙ୍କୁ ଉସକାଇବା ଏବଂ ହିଂସା ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର ହୋଇଥିଲା । କିନ୍ତୁ ପୋଲିସର ତତ୍ପରତା ହେତୁ କୌଣସି ଅଘଟଣ ଘଟିନଥିଲା ।

ଗତକାଲି ପ୍ରଧାନମନ୍ତ୍ରୀ ମୋଦି କାନପୁର ଗସ୍ତରେ ଥିଲେ । କାନପୁର ମେଟ୍ରୋର ଉଦଘାଟନ ସହ ଅନେକ ଯୋଜନା ଭେଟି ଦେଇଥିଲେ । କାନପୁରରେ ସମାବେଶକୁ ସମ୍ବୋଧିତ କରିବା ପୂର୍ବରୁ ମୋଦି ମେଟ୍ରୋ ରେଳରେ ଯାତ୍ରା କରିଥିଲେ ଏବଂ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି କାନପୁର ମେଟ୍ରୋ ରେଳ ପ୍ରକଳ୍ପର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ମେଟ୍ରୋ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ଶେଷ ହେବ ଏବଂ ଦୁଇଟି କରିଡର ନିର୍ମାଣ କରାଯିବ । ମେଟ୍ରୋରେ ୯୭୪ ଜଣ ଯାତ୍ରୀ ଏକ ସମୟରେ ଯାତ୍ରା କରିପାରିବେ ଏବଂ ଟ୍ରେନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦କିଲୋମିଟର ହେବ ।