• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ଏନକାଉଣ୍ଟର

  • ଶୀତ ଓ ଘନ କୁହୁଡ଼ି ସହାୟତାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ

  • ସୀମାରେ ଅଧିକ ବିଏସ୍ଏଫ୍ ମୁତୟନ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ । ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ପୃଥକ୍ ପୃଥକ୍ ଭାବେ ଚାଲିଛି ଏନକାଉଣ୍ଟର । ଏନକାଉଣ୍ଟରରେ ନିହତ ହୋଇଥିବା ୪ ଜଣ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ପାକିସ୍ତାନୀ ଏବଂ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଥିବା ଜଣାପଡ଼ିଛି । ଅବଶିଷ୍ଟ ଦୁଇ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ ଆଇଜି ।

ଗତକାଲି ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ଭିନ୍ନ ଭିନ୍ନ ଅଭିଯାନ ଆରମ୍ଭ ହୋଇଥିଲା । ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦଙ୍କର ସଦସ୍ୟ ବୋଲି କାଶ୍ମୀରର ପୋଲିସ୍ ଇନ୍ସପେକ୍ଟର ବିଜୟ କୁମାର କହିଛନ୍ତି । ଏଥିସହିତ ଏହି ଅପରେସନରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆଉ କିଛି ଆତଙ୍କବାଦୀ ମଧ୍ୟ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଶୀତ ଓ ଘନ କୁହୁଡ଼ିର ସହାୟତାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇଛି । ତେଣୁ ସୀମାରେ ଅଧିକ ବିଏସ୍ଏଫ୍ ମୁତୟନ କରାଯାଇଛି । ନିହତ ଆତଙ୍କବାଦୀଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଓ ରାଇଫଲ ଜବତ କରାଯାଇଛି ।

କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ଭିତ୍ତିରେ ସୂଚନା ମିଳିଥିଲା । ସୂଚନା ଆଧାରରେ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ପ୍ରଥମେ ଗୁଳି ଚଳାଇଥିବା ଅଧିକାରୀ କହିଛନ୍ତି । ଏହାର ପାଳଟା ଜବାବରେ ସୁରକ୍ଷା କର୍ମୀ ଏନକାଉଣ୍ଟର କରିଥିଲେ।

ଏନକାଉଣ୍ଟର ସମ୍ପର୍କରେ ଆଜି ସକାରେ କାଶ୍ମୀର ପୋଲିସର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରାଯାଇଛି । ୨ଟି ଏନକାଉଣ୍ଟର୍‌ରେ ୬ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି ।