/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640854570.jpg)
Night Curfew
ଭୋପାଳ: ସାରା ଦେଶରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନାଇଟ୍ କର୍ଫ୍ୟୁର ମଜାକ ଉଡ଼ାଇଛନ୍ତି ଜଣେ ସରକାରୀ କର୍ମଚାରୀ। ମଧ୍ୟପ୍ରଦେଶ ଅଲୀରାଜପୁର SDM(Sub-Divisional Magistrate) ଲକ୍ଷ୍ମୀ ଗାମଡ୍ ରାଜ୍ୟ ସରକାରଙ୍କ ନାଇଟ୍ କର୍ଫ୍ୟୁ ନିର୍ଦ୍ଦେଶର ମଜାକ ଉଡ଼ାଇ ଥିବା ଦେଖିବାକୁ ମିଳିଛି। ଲକ୍ଷ୍ମୀ ଗାମଡ୍ ଫେସ୍ବୁକ୍ରେ ଏକ ପୋଷ୍ଟ୍ ଶେଆର କରି ନାଇଟ୍ କର୍ଫ୍ୟୁ ଲାଗୁ ନେଇ ସରକାରଙ୍କ ନିଷ୍ପତ୍ତିର ମଜାକ ଉଡ଼ାଇଛନ୍ତି। ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ତାଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।
ସୂଚନାଥାଉ କି, କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶରେ ଶିବରାଜ୍ ସିଂ ଚୌହାନ ସରକାର ଗତ ସପ୍ତାହରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଥିଲେ। ତେବେ ଅଲୀରାଜପୁର SDM ଲକ୍ଷ୍ମୀ ଗାମଡ୍ ଫେସ୍ବୁକ୍ରେ ଏକ ପୋଷ୍ଟ୍ ମାଧ୍ୟମରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିର ମଜାକ ଉଡ଼ାଇ ଥିଲେ।
ପୋଷ୍ଟ୍ରେ ଲକ୍ଷ୍ମୀ ଗାମଡ୍ ଲେଖିଥିଲେ, ‘କରୋନା କେମିତି ଜାଣିବ ଯେ, ରାତି ୧୧ଟା ହେଲେ ବାହାରକୁ ବାହାରିବ ଓ ସକାଳ ୫ଟା ହେଲେ ବିଲ ଭିତରକୁ ପଶିବାକୁ ହେବ ? ଯଦି ଆପଣଙ୍କୁ ଏସମ୍ପର୍କରେ କିଛି ଜଣା ଅଛି ତା’ହେଲେ ମୋତେ ଏସମ୍ପର୍କରେ କହିବେ।’ ଏହି ପୋଷ୍ଟ୍ର ସ୍କ୍ରିନ୍ ଶଟ୍ସ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଲକ୍ଷ୍ମୀ ଗାମଡ୍ଙ୍କୁ ଶୋ’ କଜ୍ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି। ଏହାସହ ପୋଷ୍ଟ୍ର ଯାଞ୍ଚ ମଧ୍ୟ କରାଯାଉଛି। ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରାଯିବ।
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ରାଜ୍ୟରେ କରୋନା ସଂକ୍ରମଣର ସମୀକ୍ଷା କରିଥିଲେ। ସଂକ୍ରମିତ ବ୍ୟକ୍ତି କିଭଳି ଭାବେ ଶୀଘ୍ର ଆରୋଗ୍ୟ ଲାଭ କରିବେ ଏହା ଉପରେ ଫୋକସ୍ କରାଯାଉଛି। ଏହାସହ ଜାନୁଆରୀ ୩ରୁ ମଧ୍ୟ ପ୍ରଦେଶରେ ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କ ଟିକାକରଣ ଆରମ୍ଭ ନେଇ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)