• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିର୍ବାଚନୀ ରାଲିରେ ଅଂକୁଶ ଲଗାଇବାକୁ ବିଭିନ୍ନ ଦଳଙ୍କ ପରାମର୍ଶ

  • କୋଭିଡ୍ ପ୍ରୋଟକଲ କଡ଼ାକଡ଼ି ପାଳନ ସପକ୍ଷରେ ଦେଲେ ମତ

 

 

ଲକ୍ଷ୍ମୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଠିକଣା ସମୟରେ କରାଇବା ସପକ୍ଷରେ ବିଭିନ୍ନ ରାଜନୈତିକ ଦଳ । ଆଜି ଲକ୍ଷ୍ମୌରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । କୋଭିଡ୍ ସଂକ୍ରମଣ ସ୍ଥିତିରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସଙ୍ଗ ନେଇ ଆଜି ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ସିଇସି । ଏହି ଅବସରରେ ରାଜନୈତିକ ଦଳଗୁଡ଼ିକ ଠିକ୍ ସମୟରେ ନିର୍ବାଚନ ସାରିବା ସପକ୍ଷରେ ମତ ସହ ଦାବି ମଧ୍ୟ ରଖିଥିଲେ ।

ନିର୍ବାଚନ ପ୍ରକ୍ରିୟା ପାଳନ ବେଳେ କୋଭିଡ୍ ପ୍ରୋଟକଲ କଡାକଡ଼ି କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି । ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟର ଓ କରୋନା ସଂକ୍ରମିତ ମତଦାତାଙ୍କୁ ଘରୁ ଭୋଟ ଦେବାର ସୁବିଧା ପ୍ରଦାନ କରାଯିବ । ସମସ୍ତ ବୁଥରେ ଇଭିଏମ୍ ଲଗାଯିବ । ଭୋଟିଂ ସମୟକୁ ଆଉ ଏକ ଘଣ୍ଟା ଅର୍ଥାତ ୬ଟାରୁ ୮ଟାକୁ ବୃଦ୍ଧି କରାଯାଇଛି । ୮୦୦ ମହିଳା ପୋଲିଂ ବୁଥ୍ ପ୍ରସ୍ତୁତ କରାଯିବ । ଏହାବ୍ୟତୀତ ପୃଥକ ପରିଚୟ ତାଲିକା ଜାରି କରିବାକୁ ଦାବି ହୋଇଥିବା ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ର କହିଛନ୍ତି। ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ବେଳେ ରାଲି ଆୟୋଜନକୁ ସଙ୍କୁଚିତ କରିବା ଉପରେ ଦଳଗୁଡିକ ପ୍ରସ୍ତାବ ରଖିଥିବା ସିଇସି ସୂଚନା ଦେଇଛନ୍ତି ।

ସେପଟେ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରିବା ନେଇ ଅନୁମାନ କରାଯାଉଛି । ଏହା ପୂର୍ବରୁ ଜାନୁଆରୀ ୫ ତାରିଖ ସୁଦ୍ଧା ରାଜ୍ୟର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ଲାଗି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ସମୀକ୍ଷା ଲାଗି ସିଇସି ସୁଶୀଲ ଚନ୍ଦ୍ରା ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ।

ସୂଚନାଯୋଗ୍ୟ ବର୍ଷ ଆରମ୍ଭରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରପ୍ରଦେଶ ଏବଂ ମଣିପୁର ଆଦି ରାଜ୍ୟରେ ପଡ଼ିବ ଭୋଟ୍ । ରାଜନୈତିକ ଦଳର ପରାମର୍ଶକୁ ଆଧାର କରି ନିର୍ବାଚନ ଆୟୋଗ କିଛି ପରିବର୍ତ୍ତନ କରିଛନ୍ତି । ଆଉ ଏସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ସୂଚନା ଦେଇଛନ୍ତି ।