Advertisment

ଚାଷୀଙ୍କ ପାଇଁ ଖୁସି ଖବର: ନୂଆବର୍ଷରେ ଉପହାର ଦେବେ ମୋଦି

ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ମୋଦି ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ସରକାର। ଜାନୁଆରୀ ପହିଲାରେ ପିଏମ୍-କିଷାନ୍ ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି।

author-image
Rajalaxmi Sahoo
PM Modi

PM Modi

ନୂଆଦିଲ୍ଲୀ: ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ମୋଦି ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ସରକାର। ଜାନୁଆରୀ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଟି କୋଟି ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ପିଏମ୍‌-କିଷାନ ସମ୍ମାନ ନିଧି ଯୋଜନା(PM Kisan Samman Nidhi Yojana)ର ଟଙ୍କା ଟ୍ରାନ୍ସଫର୍‌ କରିବେ। 

Advertisment

ଜାନୁଆରୀ ପହିଲାରେ ପିଏମ୍-କିଷାନ୍ ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଜାନୁଆରୀ ୧ ଅପରାହ୍ଣ ସାଢ଼େ ୧୨ଟା ବେଳେ ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ପ୍ରଧାନମନ୍ତ୍ରୀ ମୋଦି ଏହି ଟଙ୍କା ଟ୍ରାନ୍ସଫର କରିବେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ। ଏହାଦ୍ୱାରା ଦେଶର ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ୨୦ ହଜାର କୋଟିରୁ ଅଧିକ ଟଙ୍କା।

ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ଜମା କରାଯାଇଥାଏ। ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ସିଧାସଳଖ ଏହି ଟଙ୍କା ଟ୍ରାନ୍ସଫର୍‌ ହୋଇଥାଏ। ଏପର୍ଯ୍ୟନ୍ତ ଏହି ଯୋଜନାରେ ଚାଷୀଙ୍କୁ ୧.୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି। ଜାନୁଆରୀ ୧ରେ ପ୍ରଧାନମନ୍ତ୍ରୀ ୧.୨୪ ଲକ୍ଷ କୃଷକଙ୍କୁ ସୁବିଧା ଦେବା ପାଇଁ ୩୫୧ଟି କୃଷକ ଉତ୍ପାଦକ ସଂଗଠନକୁ ୧୪ କୋଟିରୁ ଅଧିକ ଇକ୍ୟୁଟି ଗ୍ରାଣ୍ଟ୍ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। 

Advertisment
PM-Kisan Samman Nidhi Yojana PM Modi PM-KISAN Yojana
Advertisment
Advertisment