• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ପରିସ୍ଥିତି ଏପରି ହୋଇଛି କି ଏବେ ମାତ୍ର ଉପତ୍ୟକାରେ ରହିଛନ୍ତି ଶହେରୁ କମ୍ ଆତଙ୍କବାଦୀ । ଆଜି ପ୍ରେସମିଟରେ କାଶ୍ମୀର ଆଇଜି ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।

ପ୍ରଥମ ଥର ପାଇଁ କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଶହେ ତଳକୁ ରହିଛି । ଏବେ ମାତ୍ର ୮୫ରୁ ୮୬ ଜଣ ଆତଙ୍କବାଦୀ ଉପତ୍ୟକାରେ ରହିଛନ୍ତି । ସେହିପରି ମୋଟ ବିଦେଶୀ ଓ ସ୍ଥାନୀୟ ଆତଙ୍କବାଦୀ ମାତ୍ର ୧୮୦ ଜଣ କାଶ୍ମୀରରେ ଅଛନ୍ତି । ଏମାନଙ୍କୁ ଧରିବା ସହ ନିପାତ କରିବାକୁ ଅନବରତ ଚେଷ୍ଟା କରୁଛନ୍ତି ଭାରତୀୟ ଯବାନ । ଗତ ଦୁଇ ବର୍ଷରେ ଜମ୍ମୁକଶ୍ମୀରରେ ସେନାଙ୍କୁ ଅଦଭୁତ ସଫଳତା ମିଳିଥିବାର ଦେଖିବାକୁ ମିଳିଛି । ୧୨୮ ସ୍ଥାନୀୟ ଆତଙ୍କବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଥିବାର ସୂଚନା ମିଳିଛି ।

୭୩ ଜଣଙ୍କୁ ଏନକାଉଣ୍ଟର କରାଯିବା ସହ ୧୬ ଜଣଙ୍କୁ ଗିରଫ କରାଯାଇଛି । ଗତ ୨୪ ଘଣ୍ଟାରେ କେବଳ ୩୯ ଜଣ ଏବେ ସକ୍ରିୟ ରହିଛନ୍ତି । ଗତ ୨୪ ଘଣ୍ଟାରେ ୬ ଜଣ ମୋଷ୍ଟ ୱାଣ୍ଟେଡ୍ ାତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଏମାନଙ୍କ ପାଖରୁ ଏମ୍-୪ ରାଇଫଲ୍, ୨ଟି AK47 ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଉପତ୍ୟକାରେ ଅପରେସନ୍ ଅଲ୍ଆଉଟ୍, କ୍ଲିନ୍ ଟେରୋରିଷ୍ଟ ଭଳି ବିଭିନ୍ନ ପଦକ୍ଷେପ ଜରିଆରେ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା ।

ତେବେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ପୃଥକ୍ ପୃଥକ୍ ଭାବେ ଚାଲିଛି ଏନକାଉଣ୍ଟର । ଏନକାଉଣ୍ଟରରେ ନିହତ ହୋଇଥିବା ୪ ଜଣ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ପାକିସ୍ତାନୀ ଏବଂ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଥିବା ଜଣାପଡ଼ିଛି । ଅବଶିଷ୍ଟ ଦୁଇ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ ଆଇଜି ।