Advertisment

ଆସୁଛି 5G, ୧୦ ଗୁଣା ଅଧିକ ସ୍ପିଡ୍‌ରେ ମିଳିବ ଇଣ୍ଟରନେଟ୍ ସେବା

ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି 5G

author-image
Satyendu Shekher Mishra
5G Internet

5G Internet

ଖୁବ ଶୀଘ୍ର ଆସିବ 5G । ଆସନ୍ତା ବର୍ଷରୁ ଦେଶରେ 5G ସେବା ଆରମ୍ଭ ହେବ। ପ୍ରଥମେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ମେଟ୍ରୋ ସହର ଏବଂ ଗୁରୁଗ୍ରାମ, ବେଙ୍ଗାଲୁରୁ, ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଭଳି ବଡ଼ ବଡ଼ ସହରରେ ଗ୍ରାହକ 5G ସେବା ପାଇବେ। ଦୂରସଞ୍ଚାର ବିଭାଗ ନିଜ ଅଫିସିଆଲ୍ ବୟାନରେ ଏକଥା ସ୍ପଷ୍ଟ କରିଛି।

Advertisment

ଦେଶରେ 5G ଲାଗୁ ହେବା ପରେ ମୋବାଇଲ ଟେଲିଫୋନ୍ ଦୁନିଆ ବଦଳିଯିବ। 5Gର ସ୍ପିଡ୍ 4G ତୁଳନାରେ ୧୦ ଗୁଣା ଅଧିକ ହେବ ବୋଲି ଅନୁମାନ କରାଯାଉଛି। 5G ସେବା ଲଞ୍ଚ୍ ହେବା ପରେ ଡିଜିଟାଲ୍ କ୍ରାନ୍ତିର ନୂଆ ଅଧ୍ୟାୟ ଆରମ୍ଭ ହେବ। ଏଥିରେ ଦେଶର ଅର୍ଥ ବ୍ୟବସ୍ଥାକୁ ଫାଇଦା ମିଳିବା ସହିତ ଇ-ଗଭର୍ଣ୍ଣାନ୍ସର ବିସ୍ତାର ହେବ। ଏବେ ଯେଉଁ ଭଳି ଭାବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭର କରୁଛନ୍ତି ତାକୁ ନଜରରେ ରଖି 5G ଆସିବାକୁ ଯାଉଛି।

2021 ସେପ୍ଟେମ୍ବରରେ ଦୂର ସଞ୍ଚାର ବିଭାଗ ବା ଡଟ୍‌ ଟେଲିକମ୍‌ ନିୟାମକ ଟ୍ରାଇଠାରୁ ସ୍ପେକ୍ଟ୍ରମ ନିଲାମ ପାଇଁ ରିଜର୍ଭ ପ୍ରାଇସ୍‌, ବ୍ୟାଣ୍ଡ ଯୋଜନା, ବ୍ଲକ୍‌ ସାଇଜ୍‌ ଏବଂ ସ୍ପେକ୍ଟ୍ରମ ଉପଲବ୍ଧତାକୁ ନେଇ ସୁପାରିସ ମାଗିଥିଲା। ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାର୍‌ଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡରେ 5G ପରୀକ୍ଷଣ ସାଇଟ୍‌ ସ୍ଥାପନ କରିଛନ୍ତି। ୩୬ ମାସ ଧରି 5G ସେବା ଉପରେ ଗବେଷଣା ଜାରି ରହିଛି। ଦିଲ୍ଲୀ, ଜାମ୍‌ନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ, ଗାନ୍ଧୀନଗର ଭଳି ବଡ଼ ବଡ଼ ସହରରେ ଆସନ୍ତା ବର୍ଷ 5G ସେବା ଆରମ୍ଭ ହେବ ବୋଲି କୁହାଯାଉଛି।

Advertisment

ଚଳିତ ବର୍ଷ ସେପ୍ଟେମ୍ବରରେ ଡିଓଟି ଟେଲିକମ୍ ସେକ୍ଟର ରେଗୁଲେଟର ଟ୍ରାଇରୁ ସ୍ପେକ୍ଟ୍ରମର ନିଲାମୀ ସମ୍ବନ୍ଧିତ ସୁପାରିଶ ମାଗିଥିଲା। ଏଥିରେ ମୁଖ୍ୟତଃ ରିଜର୍ଭ ପ୍ରାଇସ୍, ବ୍ୟାଣ୍ଡ ପ୍ଲାନ୍, ବ୍ଲକ୍ ସାଇଜ୍, କ୍ୱାଣ୍ଟମ ଅଫ୍ ସ୍ପେକ୍ଟ୍ରମ ଇତ୍ୟାଦି ସାମିଲ ଥିଲା। ଟ୍ରାଇ ଏହି ମୁଦ୍ଦାରେ ନିଜ ତରଫରୁ ଇଣ୍ଡଷ୍ଟ୍ରୀର ହିତାଧିକାରୀଙ୍କ ସହିତ ବିଚାର-ବିମର୍ଷ ଆରମ୍ଭ କରି ଦେଇଛି।

5G Internet
Advertisment
Advertisment