• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସର ଶକ୍ତ ପଞ୍ଝାରୁ ମୁକୁଳି ପାରିବେନି ଅପରାଧୀ । ବଳ ଯୋଗାଇବ ମୋବାଇଲ ଆପ୍ଲିକେସନ୍ । ଏକବିଂଶ ଶତାବ୍ଦୀରେ ବିହାର ପୋଲିସ୍ ନିଜକୁ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଦକ୍ଷ କରିବା ପାଇଁ ଲଗାତାର ପ୍ରୟାସ କରାଯାଇଛି । ଏହି କ୍ରମରେ ରାଜ୍ୟର ପୋଲିସ ଉଲ୍ଲେଖନୀୟ ଅଗ୍ରଗତି କରିଛି । ବିହାର ପୋଲିସ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରିଛି । ଯେଉଁଥିରେ କୁଖ୍ୟାତ ଅପରାଧୀଙ୍କ ଜନ୍ମକୁଣ୍ଡଳୀ ଉପଲବ୍ଧ ହେବ ଏବଂ ସଂପୃକ୍ତ ଅପରାଧୀଙ୍କ ରେକର୍ଡ କେବଳ ଗୋଟିଏ କ୍ଲିକରେ ମିଳିପାରିବ ।

ତେବେ ଏହି ଆପର ନାମ 'ଚକ୍ର' ରଖାଯାଇଛି । ଅପରାଧୀଙ୍କ ଟ୍ରାକ୍ ରେକର୍ଡ କରିବା ପାଇଁ ଏହି ଆପ୍ ପୋଲିସକୁ ବହୁତ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ଏହା ମଧ୍ୟ ଅପରାଧିକ ଘଟଣାକୁ ରୋକିବାରେ ସାହାଯ୍ୟ କରିବ । ଏହା ସହିତ ଜାମିନରେ ଆସୁଥିବା ଅପରାଧୀଙ୍କ ଉପରେ ନଜର ରଖିବାରେ ମଧ୍ୟ ସହାୟକ ହୋଇପାରିବ ।

ଚକ୍ର ଆପକୁ ଡେଭଲପ୍ କରିବା ପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପାଖାପାଖି ୪୦ ଲକ୍ଷ ଟଙ୍କା ମୂଲ୍ୟରେ ପୋଲିସ ମୁଖ୍ୟାଳୟରେ ଏହାର ସର୍ଭର ସ୍ଥାପନ କରାଯାଇଛି । ଚକ୍ର ଆପ୍ ସାହାଯ୍ୟରେ ବିହାର ପୋଲିସ୍ ଅପରାଧୀଙ୍କ ଇତିହାସ ଏବଂ ଭୂଗୋଳ ଜାଣିବା ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ମୋବାଇଲରେ କେବଳ ଗୋଟିଏ କ୍ଲିକ୍ କଲେ ବର୍ତ୍ତମାନ ପୋଲିସ ଯେକୌଣସି ସ୍ଥାନରୁ କୌଣସି ଅପରାଧୀଙ୍କ ସମ୍ପୂର୍ଣ୍ଣ ସୂଚନା ପାଇପାରିବ । ବିହାରର ପ୍ରାୟ ସମସ୍ତ ହାର୍ଡକୋର୍ ଅପରାଧୀଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଅପରାଧୀଙ୍କ ସମ୍ପର୍କରେ ଚକ୍ର ଆପରେ ଡାଟା ଅପଲୋଡ୍ ହୋଇଛି । ଚକ୍ର ଆପରେ ଅପରାଧୀଙ୍କ ନାମ ପ୍ରବେଶ କରାଇବା ମାତ୍ରେ ସ୍କ୍ରିନରେ ସମ୍ପୃକ୍ତ ଅପରାଧୀଙ୍କ ଫଟୋ ସମେତ ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ହୋଇଯିବ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆପରେ ଗତ ୧ ବର୍ଷ ମଧ୍ୟରେ ଅପରାଧୀ ଘଟାଇଥିବା ଅପରାଧୀଙ୍କ ଡାଟା ଫିଡ କରାଯାଇଛି । ଅପରାଧୀଙ୍କ ସଂଖ୍ୟା ପ୍ରାୟ ସାଢ଼େ ଚାରିରୁ ପାଞ୍ଚ ଲକ୍ଷ ବୋଲି ଜଣାପଡ଼ିଛି । ଏହି ଆପ୍ ସାହାଯ୍ୟରେ ସତସତିକା ଆଇନ୍‌ର ହାତ ଲମ୍ବା ହୋଇଯାଇଛି । ଏବେ ଆଉ ପୋଲିସ୍‌ ଆଖିରେ ଧୂଳି ଦେଇ ଖସିପାରିବେ ନାହିଁ ଗ୍ୟାଙ୍ଗଷ୍ଟର୍ ।