Advertisment

ଘରେ ବସି ଜାଣିପାରିବେ ପେଟ୍ରୋଲ-ଡିଜେଲ୍ ଦାମ୍ ! ହେଲେ କେମିତି ?

ପ୍ରତିଦିନ ପରିବର୍ତ୍ତନ ହୁଏ ତୈଳ ଦର । ଆପଣ ଘରେ ବସି ମଧ୍ୟ ତୈଳ ଦର ଜାଣିପାରିବେ । ହେଲେ କିପରି, ଜାଣନ୍ତୁ . . .

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Petrol, Diesel Prices

ପେଟ୍ରୋଲ-ଡିଜେଲର ନୂଆ ରେଟ୍ ପ୍ରତିଦିନ ସକାଳ ୬ଟାରୁ ଲାଗୁ ହୋଇଯାଏ । ହେଲେ ଗତ କିଛି ଦିନ ହେବ ସରକାରୀ ତେଲ କମ୍ପାନୀ (IOCL) ଇନ୍ଧନ ଦାମରେ କୌଣସି ପରିବର୍ତ୍ତନ କରିନି । ନୂଆ ରେଟ୍ ଅନୁସାରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୯୫.୪୧ ଟଙ୍କା ପ୍ରତି ଲିଟର ଥିବାବେଳେ ଡିଜେଲ୍ ୮୬.୬୭ ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି ।

Advertisment

ପେଟ୍ରୋଲ ଡିଜେଲ୍ ଦାମ୍ ଆପଣ ଘରେ ବସି SMS ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ୍ ଅଏଲର କଷ୍ଟମର RSP ଲେଖି ୯୨୨୪୯୯୨୨୪୯ ନମ୍ବର ଏବଂ ବିପିସିଏଲ୍ ଉପଭୋକ୍ତା RSP ଲେଖି ୯୨୨୩୧୧୨୨୨୨ ନମ୍ବରରେ ପଠାଇ ସୂଚନା ହାସଲ କରିପାରିବେ । ଏଚପିସିଏଲ୍ ଉପଭୋକ୍ତା HPPrice ଲେଖି ୯୨୨୨୨୦୧୧୨୨ ନମ୍ବରରେ ଏସଏମଏସ୍ ପଠାଇ ଜାଣି ପାରିବେ ।

ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ୍ ଦାମ୍

ଦିଲ୍ଲୀରେ ପେଟ୍ରୋଲ ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ୍ ୮୬.୬୭ ଟଙ୍କା ପ୍ରତି ଲିଟର

ମୁମ୍ବାଇରେ ପେଟ୍ରୋଲ ୧୦୯-୯୮ ଟଙ୍କା ଥିବା ବେଳେ ଡିଜେଲ୍ ୯୪.୧୪ ଟଙ୍କା ପ୍ରତି ଲିଟର

ଚେନ୍ନାଇରେ ପେଟ୍ରୋଲ ୧୦୧.୪୦ ଟଙ୍କା ଥିବା ବେଳେ ଡିଜେଲ୍ ୯୧.୪୩ ଟଙ୍କା ପ୍ରତି ଲିଟର

କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଥିବା ବେଳେ ଡିଜେଲ୍ ୮୯.୭୯ ଟଙ୍କା ପ୍ରତି ଲିଟର

ଲକ୍ଷ୍ନୌରେ ପେଟ୍ରୋଲ ୯୫.୨୮ ଟଙ୍କା ଥିବା ବେଳେ ଡିଜେଲ୍ ୮୬.୮୦ ଟଙ୍କା ପ୍ରତି ଲିଟର

ଗାନ୍ଧୀନଗରରେ ପେଟ୍ରୋଲ ୯୫.୩୫ ଟଙ୍କା ଥିବା ବେଳେ ଡିଜେଲ୍ ୮୯.୩୩ ଟଙ୍କା ପ୍ରତି ଲିଟର

Advertisment

ଭୁବନେଶ୍ୱରରେ ପେଟ୍ରୋଲ ୧୦୧.୮୧ ଟଙ୍କା ଥିବା ବେଳେ ଡିଜେଲ୍ ୯୧.୬୨ ଟଙ୍କା ପ୍ରତି ଲିଟର

ସୂଚନାଯୋଗ୍ୟ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ ଏବଂ ନୂଆ ରେଟ୍ ଲାଗୁ ହୁଏ । ପେଟ୍ରୋଲ ଓ ଡିଜେଲ୍ ଦାମରେ ଏକ୍ସସାଇଜ୍ ଡ୍ୟୁଟି ଡିଲର କମିଶନ ଓ ଅନ୍ୟ ଜିନିଷକୁ ଯୋଡିବା ପରେ ଏହାର ଦାମ୍ ଦୁଇଗୁଣା ହୋଇଯାଏ ।

ସେପଟେ ଆଜି ପେଟ୍ରୋଲ, ଡିଜେଲ ଦରରେ ବଡ଼ ହ୍ରାସ କରିଛନ୍ତି ଝାଡ଼ଖଣ୍ଡ ସରକାର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ଟଙ୍କା ହ୍ରାସ ଘୋଷଣା କରାଯାଇଛି । କେବଳ ବିପିଏଲ୍ କାର୍ଡଧାରୀଙ୍କୁ ୨୫ ଟଙ୍କା କମ୍‌ରେ ମିଳିବ ତେଲ । ଜାନୁଆରୀ ୨୬ରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି ।

Petrol-Diesel Price
Advertisment
Advertisment