୨୦୧୮-୨୦୨୦ ମଧ୍ୟରେ ଋଣବୋଝ ଓ ବେକାରୀ ସମସ୍ୟା ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ।
ଉତ୍ତର ପ୍ରଦେଶର ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ରାଜ୍ୟରେ ଗୁଣ୍ଡାରାଜ ଖତମ୍ ହେବା ସହ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ।
କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ। ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ।
ନଗ୍ନ ଶରୀର, ସିଗାରେଟ୍ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।
୪୮ ଘଣ୍ଟା ପରେ ପାହାଡ଼ ଖୋଲରୁ ଉଦ୍ଧାର ହେଲେ ଯୁବକ। ଦୁଇ ଦିନ ଧରି ପାହାଡ଼ ଖୋଲରେ ଫସି ରହିଥିବା ଜଣେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
କଲେଜ ଓ ସ୍କୁଲରେ ୟୁନିଫର୍ମ ପିନ୍ଧି ଆସିବାକୁ କୁହାଯାଇଛି।
କଂଗ୍ରେସକୁ ଧୁଲେଇ କଲେ ମୋଦି । ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି ।
ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ଦୁଇ ଜଣ କନଷ୍ଟେବଳ ।
ଟୋଲ୍ ମାଗିବାରୁ ଟୋଲ୍ ଆଦାୟ କରୁଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ । ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭିରେ ଏହି ପୂରା ଘଟଣା କଏଦ ହୋଇଛି ।
ଓଡ଼ିଶା, ନାଗାଲାଣ୍ଡ ଓ ଗୋଆର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି
ଜେଲରେ ଦଣ୍ଡ ଭୋଗୁଥିବା ରାମ ରହିମକୁ ତିନି ସପ୍ତାହର ଛୁଟି (ଫର୍ଲୋ) ଦିଆଯାଇଛି। ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍ମିତ ରାମ ରହିମ୍ ଜେଲରୁ ବାହାରକୁ ଆସୁଛି। ଗୁର୍ମିତ ରାମ ରହିମ୍ ତାର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ବର୍ତ୍ତମାନ ରୋହତକର ସୁନାରିୟା ଜେଲରେ ରହୁଛି ।
କମିଲା ସୁନା ଦର । ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୨୦୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। କାର୍ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ।
ମୁମ୍ବାଇର ଶିବାଜୀ ପାର୍କରେ ଶୋକାକୂଳ ପରିବେଶରେ ଲତାଙ୍କୁ ବିଦାୟ ଦେଇଛି ଦେଶ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ସୁର ସାମ୍ରାଜ୍ଞୀଙ୍କ ପାର୍ଥିବ ଶରୀର। ଆଜିକୁ ୨୯ ଦିନ ଧରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମେଲୋଡ଼ି କୁଇନ ସକାଳ ୮ଟା ୧୨ ମିନିଟରେ ଇହଲୀଳା ସମ୍ବରଣ କରିବା ପରେ ସ୍ତବ୍ଧ ହୋଇଯାଇଥିଲା ଦେଶ।
ଗୀତରେ ଲତାଙ୍କ ସ୍ୱର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ଯେତେବେଳେ ଲତାଙ୍କୁ ଏହି ଗୀତ ଗାଇବାକୁ କୁହାଯାଇଥିଲା, ଲତା ପ୍ରଥମେ ସେହି ଗୀତର ଭାବ ଜାଣିବାକୁ ଚାହିଁଥିଲେ
ଦୀର୍ଘ ୭ ଦଶନ୍ଧିର ନିରବଚ୍ଛିନ୍ନ ସଙ୍ଗୀତ ସାଧନାରେ ପୂର୍ଣ୍ଣଛେଦ। ସ୍ୱର ଜଗତରୁ ସବୁଦିନ ପାଇଁ ନିରବି ଗଲେ ମହାଦୃମ ଲତା ମଙ୍ଗେସକର। ଭାରତୀୟ ସଙ୍ଗୀତ ଜଗତ ପାଇଁ ବିଶାଳ, ଅମାପ ଓ ଅପୂରଣୀୟ କ୍ଷତ ସୃଷ୍ଟି କରି ଚିର ନିଦ୍ରାରେ ଶୋଇଯାଇଥିବା ସୁର ସାମ୍ରାଜ୍ଞିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ପଞ୍ଜାବରେ କଂଗ୍ରେସ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଚନ୍ନି ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି।
ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ କେବଳ ଭାରତ ନୁହଁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।
ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ
ଦେଶର ରେଡ୍ ଲାଇଟ୍ ଏରିଆ। ଯେଉଁଠାରେ ପ୍ରତିଦିନ ଚାଲିଥାଏ ଦେହ ବେପାର। ଏମିତି ଅଂଚଳ ଭିତରେ ଆଗରେ ରହିଛି ସୋନାଗାଛିର ନାଁ। ତେବେ କାହିଁକି ଏଠାରେ ହୋଇଥାଏ ଏମିତି କାମ। ଏହି ନାମଟି କେଉଁଠୁ କେମିତି ଆସିଲା? କିଏ ଦେଲା ଏମିତି ନାଁ?
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।
ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଡିଜିଟାଲ କରେନ୍ସିକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାକୁ କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଥିବା ବେଳେ ଆମେ ଆପଣଙ୍କୁ ଜଣାଉଛୁ ସହଜ ଓ ସରଳରେ..