Advertisment

ସ୍ୱରସ୍ୱତୀଙ୍କ ଆଶୀର୍ବାଦ ପାଇଥିଲେ, ଆଜି ଆଖି ବୁଜିଲେ

ଦୀର୍ଘ ୭ ଦଶନ୍ଧିର ନିରବଚ୍ଛିନ୍ନ ସଙ୍ଗୀତ ସାଧନାରେ ପୂର୍ଣ୍ଣଛେଦ। ସ୍ୱର ଜଗତରୁ ସବୁଦିନ ପାଇଁ ନିରବି ଗଲେ ମହାଦୃମ ଲତା ମଙ୍ଗେସକର। ଭାରତୀୟ ସଙ୍ଗୀତ ଜଗତ ପାଇଁ ବିଶାଳ, ଅମାପ ଓ ଅପୂରଣୀୟ କ୍ଷତ ସୃଷ୍ଟି କରି ଚିର ନିଦ୍ରାରେ ଶୋଇଯାଇଥିବା ସୁର ସାମ୍ରାଜ୍ଞିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

author-image
Sarbeswar
ଅଦ୍ୟତନ ହୋଇଛି
Lata Mangeshkar

Lata Mangeshkar

ଭାରତୀୟ ସଙ୍ଗୀତ ଜଗତରେ ଲତା ଯୁଗର ଅବସାନ। ୯୨ ବର୍ଷ ବୟସରେ ନିରବି ଯାଇଛନ୍ତି ସଙ୍ଗୀତର ମହାଦୃମ ଲତା ମଙ୍ଗେସ୍କର। ମୁମ୍ବାଇଇ ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ଏହି ମହାନ କଳାକାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ୭ ଦଶନ୍ଧି ଧରି ଭାରତର ବୁଲବୁଲଙ୍କ ନିରବଚ୍ଛିନ୍ନ ସଙ୍ଗୀତ ସାଧନାରେ ବିରାମ ଲାଗିଥିବାରୁ ଭାଙ୍ଗିଯାଇଛି କୋଟି କୋଟି ସଙ୍ଗୀତ ପ୍ରେମୀଙ୍କ ହୃଦୟ। ମୁମ୍ବାଇର ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଶେଷକୃତ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମୁମ୍ବାଇରେ ପହଞ୍ଚି ଦିବଂଗତ ଲତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୁର ସାମ୍ରାଜ୍ଞୀଙ୍କ ସମ୍ମାନରେ ଦେଶ ଦୁଇ ଦିନିଆ ଶୋକ ପାଳୁଥିବା ବେଳେ ବିଦେଶରୁ ବି ଛୁଟିବାରେ ଲାଗିଛି ଶୋକବାର୍ତ୍ତାର ସୁଅ।

Advertisment

ଦୀର୍ଘ ୭ ଦଶନ୍ଧିର ନିରବଚ୍ଛିନ୍ନ ସଙ୍ଗୀତ ସାଧନାରେ ପୂର୍ଣ୍ଣଛେଦ। ସ୍ୱର ଜଗତରୁ ସବୁଦିନ ପାଇଁ ନିରବି ଗଲେ ମହାଦୃମ ଲତା ମଙ୍ଗେସକର। ଭାରତୀୟ ସଙ୍ଗୀତ ଜଗତ ପାଇଁ ବିଶାଳ, ଅମାପ ଓ ଅପୂରଣୀୟ କ୍ଷତ ସୃଷ୍ଟି କରି ଚିର ନିଦ୍ରାରେ ଶୋଇଯାଇଥିବା ସୁର ସାମ୍ରାଜ୍ଞିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମୁମ୍ବାଇର ଶିବାଜୀ ପାର୍କରେ ଶୋକାକୂଳ ପରିବେଶରେ ଲତାଙ୍କୁ ବିଦାୟ ଦେଇଛି ଦେଶ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ସୁର ସାମ୍ରାଜ୍ଞୀଙ୍କ ପାର୍ଥିବ ଶରୀର। ଆଜିକୁ ୨୯ ଦିନ ଧରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମେଲୋଡ଼ି କୁଇନ ସକାଳ ୮ଟା ୧୨ ମିନିଟରେ ଇହଲୀଳା ସମ୍ବରଣ କରିବା ପରେ ସ୍ତବ୍ଧ ହୋଇଯାଇଥିଲା ଦେଶ। ୯୨ ବର୍ଷ ବୟସରେ ନିଜ ସଙ୍ଗୀତ ଯାତ୍ରାରେ ବିରାମ ଦେଇଥିବା ଲତାଙ୍କ ବିୟୋଗ ଖବର ପରେ ବ୍ରିଚକାଣ୍ଡି ହସ୍ପିଟାଲକୁ ଛୁଟିଥିଲା ଜନତା ସୁଅ।

ପରେ ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା ତାଙ୍କ ପ୍ରଭୁକୁଞ୍ଜ ଆପାର୍ଟମେଣ୍ଟସ୍ଥିତ ବାସଭବନକୁ। ସେଠାରେ ଲତାଙ୍କ ଶେଷ ଦର୍ଶନ କରିଥିଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଯେଉଁମାନଙ୍କ ମଧ୍ୟରେ ଥିଲେ ଅଭିନେତା ଅମିତାଭ ବଚ୍ଚନ, ବିଶିଷ୍ଟ ଗୀତିକାର ଜାଭେଦ୍ ଅଖତର, ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲି।

Advertisment

ପରେ ଅପରାହ୍ନରେ ସୁସଜ୍ଜିତ ଯାନରେ ବିଶାଳ ଶୋଭାଯାତ୍ରା କରି ଲତାଙ୍କ ପାର୍ଥୀବ ଶରୀରକୁ ଶିବାଜୀ ପାର୍କ ଅଭିମୁଖେ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ସୃଷ୍ଟି ହୋଇଥିଲା ଜନ ସମୁଦ୍ର। ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ପହଞ୍ଚିଥିଲେ। ଶିବାଜୀ ପାର୍କରେ ସେ ଲତାଙ୍କ ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିଭଳି ସଚିନ ତେନ୍ଦୁଲକର, ଶାହରୁଖ ଖାନ, ଶଙ୍କର ମହାଦେବନ, ଆଦିତ୍ୟ ଠାକରେ ପ୍ରମୁଖ ଶିବାଜୀ ପାର୍କରେ ପହଞ୍ଚି ଅନ୍ତିମ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ମହାନ କଳାକାରଙ୍କ ବିୟୋଗରେ ଭାବ ବିହ୍ୱଳ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେଣେ ଲତାଙ୍କ ପରଲୋକରେ ଦେଶ ବାହାରୁ ବି ଛୁଟିଛି ତାଙ୍କ ପ୍ରତି ଅସଂଖ୍ୟ ଶ୍ରଦ୍ଧାଞ୍ଜଳି ବାର୍ତ୍ତା। ଆମେରିକା, ପାକିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ନରେଓ୍ୱ, ଭୁଟାନ ଆଦି ଅନେକ ଦେଶ ପକ୍ଷରୁ ଲତାଙ୍କ ଉଦ୍ଦେଶ୍ୟରେ ଆସିବାରେ ଲାଗିଛି ଶୋକ ବାର୍ତ୍ତା। ଲତାଙ୍କ ଉଦ୍ଦେଶ୍ୟରେ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆରେ ଭାରତୀୟ ଖେଳାଳିମାନେ ନିରବ ପ୍ରାର୍ଥନା ସହ କଳା ବ୍ୟାଜ୍ ପିନ୍ଧି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଜାନୁଆରୀ ୮ରେ ବ୍ରିଚକାଣ୍ଡି ହସ୍ପିଟାଲ ICUରେ ଭର୍ତ୍ତି ହୋଇଥିଲେ ଲତା। କିଛି ଦିନର ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିଲା ହେଲେ ଜାନୁଆରୀ ୨୯ ପରଠୁ ପୁଣି ସଙ୍କଟାପନ୍ନ ହୋଇଥିଲେ। ଏପରିକି ଗତକାଲି ତାଙ୍କୁ ଭେଣ୍ଟିଲେଟର ଚିକିତ୍ସା ସହ ଆଗ୍ରେସିଭ ଥେରପି ସପୋର୍ଟରେ ରଖାଯାଇଥିଲା। ଡାକ୍ତରୀ ଟିମର ସତ ଚେଷ୍ଟା, କୋଟି କୋଟି ଶୁଭେଚ୍ଛୁଙ୍କ ପ୍ରାର୍ଥନା ସତ୍ତ୍ୱେ ଦେବୀ ସରସ୍ୱତୀଙ୍କ ବିସର୍ଜନ ଦିବସରେ ହିଁ ଇହଲୀଳା ସମ୍ବରଣ କରିଛନ୍ତି ଲତା।

ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଲତା ୩୬ରୁ ଅଧିକ ଭାଷାରେ ୩୦ ହଜାରରୁ ଅଧିକ ଗୀତକୁ ଜୀବନ୍ତ କରିଛନ୍ତି। ତାଙ୍କ ଯାଦୁକାରୀ କଣ୍ଠରେ ତାଙ୍କ ଆବର୍ତ୍ତମାନରେ ଦୁଇ ଦିନ ଧରି ଜାତୀୟ ଶୋକ ଦିବସ ପାଳନ କରୁଛି ସମଗ୍ର ଦେଶ। ଏହି ଅବସରରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି।୯୨ ବର୍ଷ ବୟସରେ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ପରଲୋକପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

Lata Mangeshkar Passes Away
Advertisment
Advertisment