Advertisment

ଶେଷ ଇଚ୍ଛା ଥିଲା ଜଗନ୍ନାଥଙ୍କ ପାଇଁ ଗାଇବେ ଗୀତ, ହେଲେ...

ଗୀତରେ ଲତାଙ୍କ ସ୍ୱର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ଯେତେବେଳେ ଲତାଙ୍କୁ ଏହି ଗୀତ ଗାଇବାକୁ କୁହାଯାଇଥିଲା, ଲତା ପ୍ରଥମେ ସେହି ଗୀତର ଭାବ ଜାଣିବାକୁ ଚାହିଁଥିଲେ

author-image
Sarbeswar
ଅଦ୍ୟତନ ହୋଇଛି
Lata Mangeshkar passes away

Lata Mangeshkar passes away

ସେଥିଲେ ଦେଶର ସ୍ୱର, ସାରା ବିଶ୍ୱର ସ୍ୱର ପ୍ରାୟ ସବୁ ଭାଷାରେ ଗୀତ ଗାଇଛନ୍ତି ଲତା। ଓଡିଆ ଚଳଚ୍ଚିତ୍ରରେ ବି ରହିଛି ସ୍ୱର। ଦୁଇଟି ଫିଲ୍ମ ପାଇଁ ସେ ଦୁଇଟି ଗୀତ ଗାଇଛନ୍ତି । ହେଲେ ଅଧୁରା ରହିଯାଇଛି ଶ୍ରୀଜଗନ୍ନାଥଙ୍କ ଉପରେ ଭଜନ ଗାଇବା ଇଛା। ସେଇ ଚୁନା ଚୁନା ତାରା ଫୁଲ ଗୀତ.. ସୁର ସାମ୍ରାଜ୍ଞୀଙ୍କ କଣ୍ଠରେ ସୁମଧୁର ଓଡ଼ିଆ ଗୀତ ୧୯୬୩ର ଚଳଚ୍ଚିତ୍ର ସୂର୍ଯ୍ୟମୁଖୀର ଏକ ଗୀତରେ ପ୍ରଥମେ ଶୁଭିଥିଲା ଲତାଙ୍କ କୋକିଳ ସ୍ୱର। ଗୀତ ଥିଲା ସେଇ ଚୁନା ଚୁନା ତାରା ଫୁଲ.. ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଲିଖିତ ଏହି ଗୀତ ଯେତିକି ହୃଦୟସ୍ପର୍ଶୀ ଥିଲା, ସେତିକି କୁହୁକଭରା ଥିଲା।

Advertisment

ଗୀତରେ ଲତାଙ୍କ ସ୍ୱର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ଯେତେବେଳେ ଲତାଙ୍କୁ ଏହି ଗୀତ ଗାଇବାକୁ କୁହାଯାଇଥିଲା, ଲତା ପ୍ରଥମେ ସେହି ଗୀତର ଭାବ ଜାଣିବାକୁ ଚାହିଁଥିଲେ। ଆଉ, ମାତ୍ର ୨ ଘଣ୍ଟା ମଧ୍ୟରେ ପୁରା ଗୀତଟିକୁ ସ୍ପଷ୍ଟ ଉଚ୍ଚାରଣ ସହ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ।

ଆଜି ମୁଁ ଶ୍ରାବଣୀ …ଚଳଚ୍ଚିତ୍ର ସୂର୍ଯ୍ୟମୁଖୀର ୪ ବର୍ଷ ପରେ ପୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମିଳିଥିଲା ଲତାଙ୍କ କଣ୍ଠରେ ଗୀତ ଶୁଣିବାର ସୁଯୋଗ। ଚଳଚ୍ଚିତ୍ର ଥିଲା ଅରୁନ୍ଧତୀ ଆଉ ଗୀତ ଥିଲା ଆଜି ମୁଁ ଶ୍ରାବଣୀ। ଏହି ଗୀତ ଗାଇବାକୁ ସେତେବେଳେ ଲତାଙ୍କୁ ମନାଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଏବଂ ଗୁରୁକୃଷ୍ଣ ଗୋସ୍ୱାମୀ। ଏହି ଦୁଇଟି ଗୀତ ପରେ ଓଡିଆ ଚଳଚ୍ଚିତ୍ର ବତାସୀ ଝଡ଼ ପାଇଁ ପୁଣି ଏକ ଗୀତ ଗାଇଥାନ୍ତେ ଲତା ଗୀତର ଶୀର୍ଷକ ଥିଲା ଲାଖିଯାଏ ଆଖି। ଏଥିରେ ଲତାଙ୍କ ଡୁଏଟ୍ ସାଜିଥାନ୍ତେ ମହମ୍ମଦ ରଫି। ହେଲେ ଷ୍ଟୁଡିଓ ସମସ୍ୟା ଯୋଗୁଁ ସେତେବେଳେ ତାହା ସମ୍ଭବ ହୋଇପାରିନଥିଲା।

Advertisment

ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଉପରେ ଭଜନ ଗାଇବାକୁ ଚାହିଁଥିଲେ ଲତା। ୮ଟି ଗୀତ ପ୍ରସ୍ତୁତ କରାଯାଇ ଲତାଙ୍କ ପାଖକୁ ପଠାଯାଇଥିଲା। ହେଲେ ଲତା କହିଥିଲେ ସେ ଗୋଟିଏ ଗୀତ ଗାଇବେ। ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲିଖିତ ଏହି ଭଜନକୁ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ଲତା ଷ୍ଟୁଡିଓରେ ହିଁ ଗାଇବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଭିଡ୍ ପାଇଁ ଲକଡାଉନ୍ ହେବାରୁ ତାହା ଆଉ ସମ୍ଭବ ହୋଇପାରିନଥିଲା। ଅଧୁରା ରହିଯାଇଥିଲା ଲତାଙ୍କ ଇଛା।

ଓଡ଼ିଆ ଗୀତ ପ୍ରତି ରହିଥିଲା ଲତାଙ୍କ ଆକର୍ଷଣ। ଏପରିକି ଲତା କହୁଥିଲେ, ସବୁ ଭାଷାଠୁ ଓଡିଆ ଭାଷା ଅତି ମିଠା। ସେ ଗାଇଥିବା ଦୁଇଟି ଗୀତ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ପ୍ରତିଟି ଓଡିଆଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ।

Lata Mangeshkar Passes Away
Advertisment
Advertisment