ପରଲୋକରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଗାୟକ କୈଲାସ ଖେର୍ । ସ୍ୱପ୍ନରେ ବାସ୍ତବତାରେ କର୍ମରେ ଅମର ରହିବେ ଲତାଜୀ ବୋଲି ଗାୟକ କୈଲାସ ଖେର୍ କହିଛନ୍ତି ।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।