ଆଜି କଂଗ୍ରେସର ଆଗାମୀ ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।
୨୦୨୦-୨୧ରେ ଇପିଏଫ ସୁଧହାର ୮ ଦଶମିକ ୫ ପ୍ରତିଶତ ରହିଥିଲା।
ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ୟୁପିରେ ନିର୍ବାଚନ ଲଢିଥିଲା କଂଗ୍ରେସ।
ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୫୮୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ମାଆଙ୍କୁ ଭେଟି ଆଶୀର୍ବାଦ ନେଲେ ମୋଦି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଭାରତୀୟ ଜନତା ପାର୍ଟିର ଦମ୍ଦାର ବିଜୟର ପରେ ଏବେ ଏହି ଭାବପ୍ରବଣ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଆଙ୍କୁ ଭେଟିବା ସହ ତାଙ୍କ ଆଶିଷ ଭିକ୍ଷା କରିଛନ୍ତି ।ଅନ୍ୟପକ୍ଷେ, ଗତକାଲି ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ ଆୟୋଜିତ ହୋଇଥିଲା, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
ଜମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନକାଉଣ୍ଟର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁଲୱାମାରେ ଗୁଳିବିନିମୟରେ ୨ଜଣ ଜୈସ ଏ ମହମ୍ମଦର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ, ଓ ହନ୍ଦୱାଡାରେ ମଧ୍ୟ ଲସ୍କରର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ନାଗିରକ ଥିବା ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଏହି ଅବସରରେ ଗୁଜରାଟ ଗସ୍ତ ବେଳେ ମାଆଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ହରିୟାଣାର ଶିର୍ସାରୁ ଭୁଲ୍ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା ଏହି ମିଜାଇଲ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ। ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିଙ୍କ ଏକ ସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଏହା ବାପୁଙ୍କ ଦେଶ, ଏହା ହେଉଛି ସର୍ଦ୍ଦାର ପଟେଲଙ୍କ ଦେଶ।
ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ ବରଫପାତ ହେଉଥିବା ଜମ୍ମୁ ଓ କାଶ୍ମୀରର ଗୁରେଜ ସେକ୍ଟରର ବରାଉମ୍ ଅଂଚଳରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।
ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବ। ଭାରତୀୟ ରେଲ୍ୱେ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।
ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୮୮୦ ଟଙ୍କା ରହିଛି। ଆଜି ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଛି।
ପଞ୍ଜାବରେ ଆମ୍ ଆଦମୀ ପାର୍ଟି(ଆପ୍)ର ସୁପର ଶୋ’ ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ସବୁ ବିରୋଧୀଙ୍କ ଗଡ଼। ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ-ଅକାଳୀ ପାଳି ରାଜ୍କୁ ଖତମ୍ କରି ବିପୁଳ ବିଜୟ ସହ କ୍ଷମତାକୁ ଆସିଛି ଆପ୍।
ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।
ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍। ଚିତ୍ପଟାଙ୍ଗ୍ ମାରିଲେ ବିରୋଧୀ...
ଦିନେ କମେଡ଼ି କିଙ୍ଗ୍ ଥିଲେ ଏବେ ପଂଜାବର ମୁଖ୍ୟମନ୍ତ୍ରୀ ହେବେ। ପରଦା ପଥରେ ରହି ଅଭିନୟ କରୁଥିଲେ ଏବେ ପଂଜାବର ମଙ୍ଗ ଧରି ଲୋକଙ୍କ ଦୁଃଖ ଶୁଣିବେ
ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଦେଲେ ମୋବାଇଲ ଦୋକାନୀ। ଚନ୍ନିଙ୍କ ଚକ ଜାମ୍ କରି ଯାଦୁ ଦେଖାଇଲେ ଲାଭ୍... ହଜାରେ ନୁହେଁ କି ଦୁଇ ହଜାର ନୁହେଁ ୩୭ ହଜାରରୁ ଅଧିକ ଭୋଟ୍ରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ଲାଭ୍
ଉତ୍ତରପ୍ରଦେଶ ସହିତ ବିଜେପି ଉତ୍ତରପ୍ରଦେଶ, ମଣିପୁର ଏବଂ ଗୋଆରେ ଜିତିଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆଜି ହେଉଛି ଭାରତର ଗଣତନ୍ତ୍ରର ପର୍ବ।
ପ୍ରତ୍ୟେକ ନିର୍ବାଚନ ପରେ, ହାରିଯାଉଥିବା ଦଳଗୁଡିକ ଉପରେ ଏପରି କିଛି ପ୍ରଶ୍ନ ଉଠିଥାଏ ଏବଂ ବିଜୟର ଲହରୀ ସାମ୍ନାରେ, ଏପରି କିଛି ଦଳ ପାଇଁ ଅସହାୟ ମନେ ହୋଇଥାଏ। ୟୁପିରେ ବିଜେପିର ବିଜୟ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆପ୍ର ଦବଦବା ବଢି ବଢି ଚାଲିଛି। ଦେଶରେ କଂଗ୍ରେସର ବିକଳ୍ପ ହେବାର ସ୍ୱପ୍ନ ଦେଖୁଛି ଦଳ। ଦଳର ଏହି ସ୍ୱପ୍ନ କ’ଣ ସଫଳ ହେବ? ଜାତୀୟ ଦଳ ହେବା ନେଇ କ’ଣ ସବୁ ସର୍ତ୍ତ ପୂରଣ କରିବାକୁ ହୁଏ। ଦଳ କ’ଣ ଏହା କରିବାରେ ସଫଳ ହେବ?
ଆଜିକାଲି, ୟୁକ୍ରେନ୍-ଋଷ୍ ଯୁଦ୍ଧରେ ଜେଲେନ୍ସ୍କିକୁ ନେଇ ବେଶ୍ ଚର୍ଚ୍ଚା, ଯିଏ ଜଣେ ହାସ୍ୟ ଅଭିନେତା ଥିଲେ। ଏହାରି ଭିତରେ ୟୁକ୍ରେନ୍ ଠାରୁ ୪,୫୦୦ କିଲୋମିଟର ଦୂର ଭାରତର ପଞ୍ଜାବ ରାଜ୍ୟର କମାଣ ଧରିବାକୁ ଯାଉଛନ୍ତି ଭଗୱନ୍ତ ମାନ। ସିଏ ବି ଥିଲେ ଜଣେ ହାସ୍ୟ ଅଭିନେତା। ତେବେ ଆସନ୍ତୁ ଜାଣିବା ଅଧାରୁ ପାଠ ଛାଡିଥିବା ଭଗୱନ୍ତ କିପରି ଏତେ ବାଟ ଗଲେ…
୨୦୧୭ରେ ଗୋଆରେ ଆଗରେ ଥାଇ ବି ସରକାର ଗଠନ କରିପାରିନଥିଲା କଂଗ୍ରେସ। ୨୦୧୭ରେ ୪୦ଟି ଆସନରୁ କଂଗ୍ରେସକୁ ଏକାକୀ ମିଳିଥିଲା ୧୭ଟି ଆସନ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ବାଚନରେ ହାରିଛନ୍ତି। ଆମ୍ ଆଦମୀ ପାର୍ଟି(ଆପ୍) ପ୍ରାର୍ଥୀ ଅଜିତ୍ ପାଲ୍ ସିଂ କୋହଲିଙ୍କ ଠାରୁ ପାରମ୍ପରିକ ପଟିଆଲା ଅର୍ବାନ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ହାରିଛନ୍ତି।