Delhi health minister
ବେଆଇନ ଅର୍ଥ କାରବାର ଅଭିଯୋଗ ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ଗିରଫ । କୋଲକାତାସ୍ଥିତ ଏକ କମ୍ପାନୀକୁ ହାୱଲା କାରବାର ଲିଙ୍କ୍ ମାମଲାରେ ଅଭିଯୁକ୍ତ ଥିବା ସତ୍ୟନ୍ଦ୍ରଙ୍କୁ ଗିରଫ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ୮ ବର୍ଷ ତଳର ଏକ ପୁରୁଣା ମାମଲାରେ ଇଡି ପୂର୍ବରୁ ୨୦୧୮ରେ ସତ୍ୟନ୍ଦ୍ର ଜୈନଙ୍କୁ ପଚରାଉଚରା କରିଥିଲା ।
ଗତମାସରେ ଇଡି ସୂଚନା ଦେଇଥିଲା ଯେ, ଏହି ବେଆଇନ୍ ଆର୍ଥିକ କାରବାର ଜରିଆରେ ସତ୍ୟନ୍ଦ୍ରଙ୍କ ପରିବାର ଓ କମ୍ପାନୀ ୪ କୋଟି ୮୧ ଲକ୍ଷ ଟଙ୍କା ଲାଭବାନ ହୋଇଛନ୍ତି । ଯେଉଁ ଅର୍ଥକୁ ତୋଷାରପାତ ଅଭିଯୋଗରେ ଆଟାଚ୍ କରି ତଦନ୍ତ ଚଳାଇଛି ଇଡି । ସେପଟେ ୮ ବର୍ଷ ତଳର ଏହି ପୁରୁଣା ମାମଲା ସଂପୂର୍ଣ୍ଣ ଜାଲ ବୋଲି ସତ୍ୟନ୍ଦ୍ରଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଡ଼ଇା । ସେ କହିଛନ୍ତି, ହିମାଚଳ ପ୍ରଦେଶ ନିର୍ବାଚନ ଲାଗି ସତ୍ୟନ୍ଦ୍ର ଆପ୍ର ନିର୍ବାଚନ ଇନଚାର୍ଜ ରହିଛନ୍ତି । ସେ ଯେପରି ଆଉ ହିମାଚଳ ପ୍ରଦେଶ ଯାଇ ନପାରିବେ, ସେଥାପାଇଁ ତାଙ୍କୁ ଗିରଫ କରାଯାଇଥିବା ଶିିଷୋଡ଼ଇା ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)