• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶାହାରୁଖ ଏକ ବଡ଼ ଖୁଲାସା କରିଛି । ମୁସେୱାଲାଙ୍କୁ ହତ୍ୟା କରିବାର ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଏବଂ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିବା କହିଛି । ତେବେ ଅତୀତରେ ଲରେନ୍ସ ବିଷ୍ଣୋୟୀ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ମାରିବାକୁ ଧମକ ଦେଇଥିଲା ।

ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋୟୀଙ୍କ ମଧ୍ୟରେ କ’ଣ ସମ୍ପର୍କ ଥିଲା?

୨୦୧୮ ମସିହାରେ ଏହି ଘଟଣା ଘଟିଥିଲା । ଲରେନ୍ସ ବିଷ୍ଣୋୟୀ ଜେଲରେ ବନ୍ଦ ଥିବା ବେଳେ ବଲିଉଡର ଭାଇଜାନ୍ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ସେହି ସମୟରେ ସଲମାନ ଖାନଙ୍କ ବିରୋଧରେ କୃଷ୍ଣସାର ମୃଗ ଶିକାର ଅଭିଯୋଗ ହୋଇଥିଲା ଓ ସେ ଆସିନଙ୍କ ସହ ଫିଲ୍ମ ରେଡ୍ଡି' ସୁଟିଂରେ ବ୍ୟସ୍ତ ଥିଲେ। ସେହି ସମୟରେ ହିଁ ଗ୍ୟାଙ୍ଗଷ୍ଟର ଲରେନ୍ସ ତାର ପୂରା ଗ୍ୟାଙ୍ଗ ସହ ସହ ଅଭିନେତା ସଲମାନ ଖାନଙ୍କୁ ମାରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରିଥିଲା ।

ତେବେ ଯୋଜନା ପ୍ରସ୍ତୁତ କରିବା ସମୟରେ ଲରେନ୍ସ ଯେଉଁ ଅସ୍ତ୍ର ବିଷୟରେ କହିଥିଲେ, ସେହି ଅସ୍ତ୍ରଶସ୍ତ୍ର ଯୋଗାଡ଼ ହୋଇପାରିଲା ନାହିଁ । ଯେଉଁଥିପାଇଁ ଗ୍ୟାଙ୍ଗଷ୍ଟରର ଯୋଜନା ବିଫଳ ହୋଇଯାଇଥିଲା ଏବଂ ସଲମାନ ଖାନଙ୍କ ଜୀବନ ବଞ୍ଚିଗଲା ।

 ଖାଲି ପଞ୍ଜାବ ନୁହେଁ ଆଖପାଖର ୪ ରାଜ୍ୟ ଓ କାନାଡା ଯାଏଁ ରହିଛି ଲରେନ୍ସର ଲିଙ୍କ୍ । ଗୁଳି, ବନ୍ଧୁକ, ନିଶା, ଅପରାଧର କଳା ବାଦଲରେ ପଞ୍ଜାବ । ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର କୌଣସି ନୂଆ କଥା ନୁହେଁ । ସିଦ୍ଧୁ ମୁସେୱାଲା  ଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି ।

ଲରେନ୍ସ ବିଷ୍ଣୋୟୀ , ଗୋଲଡି ବ୍ରାର, କାଲା ଜଠେଡି ଏବଂ ଭିକି ମିଦୁଖେଡ଼ା ଏହି ୪ ଜଣ ବ୍ୟକ୍ତିଙ୍କୁ ନେଇ ଗଢି ଉଠିଛି ଅପରାଧର ସାମ୍ରାଜ୍ୟ । ଲରେନ୍ସ ଏବେ ତିହାର ଜେଲରେ । ଦେଶର ସବୁଠୁ ହାଇ ସିକ୍ୟୁରିଟି ଜେଲରେ ରହି ବି କ୍ରାଇମ୍ ନେଟଓ୍ୱର୍କ ଚଲାଇଛି । ୩୦ ବର୍ଷୀୟ ଲ ଗ୍ରାଜୁଏଟ ଖାଲି ପଞ୍ଜାବରେ ନୁହେଁ ୪ ରାଜ୍ୟର ଡନ୍ । ସବୁଠୁ ବଡ଼ କ୍ରିମିନାଲା ପଞ୍ଜାବ, ରାଜସ୍ଥାନ, ହରିୟଣା, ଦିଲ୍ଲୀ ସମେତ ହିମାଚଳ, ୟୁପିରେ ବି କ୍ରାଇମ୍ ସିଣ୍ଡିକେଟ୍ ରହିଛି ।