Advertisment

ମୃତ୍ୟୁ ସମ୍ପର୍କରେ ଜାଣି ପାରିଥିଲେ କି ସିଦ୍ଧୁ ମୁସେୱାଲା ? ହତ୍ୟା ପରେ ଭାଇରାଲ ହେଲା ତାଙ୍କ ଗୀତ The Last Ride

ଗୁଳିମାଡ଼ରେ ପ୍ରାଣ ହରାଇଥିବା ସିଦ୍ଧୁ ମୁସେୱାଲା ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଜାଣିପାରିଥିଲେ କି ?

author-image
Prangyan Parimita
ଅଦ୍ୟତନ ହୋଇଛି
sidhu

sidhu

ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଅବଗତ ଥିଲେ କି ସିଦ୍ଧୁ ମୁସେୱାଲା ? ପଞ୍ଜାବର ଲୋକପ୍ରିୟ ଗାୟକ ତଥା ରାପର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମଧ୍ୟରେ ତାଙ୍କ ଗୀତ ଦି ଲାଷ୍ଟ ରାଇଡ୍ ହଠାତ୍ ଚର୍ଚ୍ଚାର ପରିଧିକୁ ଆସିଛି । ଲୋକମାନେ ସିଦ୍ଧୁ ମୁସେୱାଲାଙ୍କ ଏହି ଗୀତକୁ ସୋସିଆଲ ମିଡିଆରେ ବାରମ୍ବାର ସର୍ଚ୍ଚ କରିବା ସହ ସେୟାର ମଧ୍ୟ କରୁଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗୀତ ସହ ମୁସେୱାଲାଙ୍କ ହତ୍ୟାସ୍ଥଳ ମଧ୍ୟରେ ଅଦ୍ଭୁତ ସମାନତା ରହିଥିବା କହିଛନ୍ତି କିଛି ଫ୍ୟାନ୍‌ । ଆଉ ସେଥିପାଇଁ କୁହାଯାଉଛି, ପଞ୍ଜାବୀ ଗାୟକ ତାଙ୍କ ମୃତ୍ୟୁ ସମ୍ପର୍କରେ ବୋଧହୁଏ ଜାଣିପାରିଥିଲେ ।

Advertisment

ସିଦ୍ଧୁ ମୁସେୱାଲା ଏହି ଗୀତକୁ ଜଣେ ପୂର୍ବତନ ମୃତ ପଞ୍ଜାବୀ ଗାୟକଙ୍କୁ ଉତ୍ସର୍ଗ କରି ଗାଇଥିଲେ । ୧୯୯୬ରେ ମାତ୍ର ୨୫ ବର୍ଷ ବୟସରେ ଗୁଳି ମାଡ଼ ଯୋଗୁଁ ରାପର ତୁପାକ୍ ଶକୁରଙ୍କୁ ହତ୍ୟା କରାଯାଇଥିଲା । ସିଦ୍ଧୁଙ୍କର ଏହି ଗୀତ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଥିଲା ।

ତେବେ The Last Ride ସିଦ୍ଧୁଙ୍କର ଶେଷ ଗୀତ ନଥିଲା । The Last Ride ସିଦ୍ଧୁ ମୁସେୱାଲାର ଦ୍ୱିତୀୟ ଶେଷ ଗୀତ । ୪ଦିନ ପୂର୍ବରୁ ସିଦ୍ଧୁ ମୋସୱାଲା ନୂତନ ଗୀତ Levels ମୁକ୍ତିଲାଭ କରିଥିଲା, ଯାହା ତାଙ୍କର ଶେଷ ଗୀତ ।

Advertisment

ଶେଷ ଗୀତ ଅପେକ୍ଷା ଲୋକେ ଲାଷ୍ଟ ରାଇଡ୍ ଗୀତ ସମ୍ପର୍କରେ ଅଧିକ ଚର୍ଚ୍ଚା କରୁଛନ୍ତି । ଏହାର କାରଣ ହେଉଛି ଗୀତର ଲିରିକ୍ସ, ଯାହା ଅତ୍ୟନ୍ତ ହୃଦୟବିଦାରକ । ଏହି ଗୀତରେ ସିଦ୍ଧୁ ମୁସେୱାଲା 'ଯୁବା ବୟସରୁ ମେନ୍ ମୃତ୍ୟୁ ପର୍ଯ୍ୟନ୍ତ, ଗତ ଜନ୍ମରୁ ଏଜନ୍ମ ପର୍ଯ୍ୟନ୍ତ, ବଡ଼ ଲୋକଙ୍କ ସହ ସମ୍ପର୍କ ଏବଂ ଶତ୍ରୁତା' ପରି ଅନେକ ଜିନିଷ ଲେଖିଥିଲେ, ଯାହାକି ତାଙ୍କ ନିଜ ଜୀବନ ସହିତ ମେଳ ଖାଉଥିଲା ।

 
sidhu 

ସୂଚନାଯୋଗ୍ୟ ପଞ୍ଜାବର ମନ୍‌ସାରେ ଗତକାଲି ଏହି ଚର୍ଚ୍ଚିତ ଗାୟକ ତଥା କଂଗ୍ରେସ ନେତାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। ଅଭିଯୁକ୍ତ ମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ମୁସେଓ୍ୱାଲାଙ୍କ ସାଙ୍ଗରେ ଥିବା ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି । ପପ୍ ସଙ୍ଗ ପାଇଁ ମୁସେଓ୍ୱାଲା ପଞ୍ଜାବର ଯୁବପିଢ଼ିଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ତେବେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି। ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା । ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏନେଇ ପଞ୍ଜାବ ଡିଜିପି ଭି.କେ. ଭଓ୍ୱରା ସୂଚନା ଦେଇଛନ୍ତି ।ପଞ୍ଜାବର କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋୟୀ ଏହି ହତ୍ୟାରେ ସମ୍ପୃକ୍ତ ଅଛି ।

Sidhu Moosewala Murder 'The Last Ride' Sidhu Moose Wala
Advertisment
Advertisment