• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାର ସିବିଆଇ ଓ ଏନ୍ଆଇଏ ତଦନ୍ତ ଲାଗି ଦାବି । ସିଦ୍ଧୁଙ୍କ ବାପା ବାଲକୁର ସିଂହ ଏନେଇ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କୁ ଚିଠି ଲେଖି ସିବି୍ରାଇ ଓ ଏନ୍ଆଇଏ ତଦନ୍ତ ଦାବି କରିଛନ୍ତି । ଏହାସହ ଯେଉଁ ଅଫିସର ସିଦ୍ଧୁଙ୍କ ସୁରକ୍ଷା ପ୍ରତ୍ୟାହାର କରିବା ଲାଗି ତର୍ଜମା କରି ସୁପାରିଶ କରିଥିଲେ, ତାହାର ତଦନ୍ତ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ମଧ୍ୟ ଘଟଣାର ତଦନ୍ତ କରିବା ଲାଗି ସେ ଦାବି କରିଛନ୍ତି । ଏହି ହତ୍ୟା ଘଟଣାକୁ ଗ୍ୟାଙ୍ଗ ଓ୍ୱାରର ଅଂଶ ବୋଲି କହିଥିବାରୁ ପୋଲିସ ଡିଜି କ୍ଷମା ମାଗନ୍ତୁ ବୋଲି ବାଲକୁର ଦାବି କରିଛନ୍ତି ।

ସେପଟେ ପଞ୍ଜାବ କଂଗ୍ରେସ ନେତା ପ୍ରତାପ ସିଂହ ବାଜଓ୍ୱା ସିଦ୍ଧୁ ମୁସେଓ୍ୱାଲାଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଛନ୍ତି । ପଞ୍ଜାବର ମନସାରେ ଗତକାଲି ଏହି ଚର୍ଚ୍ଚିତ ଗାୟକ ଓ କଂଗ୍ରେସ ନେତାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାଏର କରି ହତ୍ୟା କରାଯାଇଛି । କୁହାଯାଉଛି, ଅଭିଯୁକ୍ତ ମାନେ ମୁସେୱାଲାଙ୍କ କାରକୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ । ମୁସେୱାଲାଙ୍କ ସାଙ୍ଗରେ ଥିବା ତିନି ଜଣ ସହଯୋଗୀ ବି ଗୁରୁତର ହୋଇଛନ୍ତି ।

ସେପଟେ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାକୁ ନେଇ ତେଜୁଛି ରାଜନୀତି । ପଞ୍ଜାବରେ ଆପ୍ ସରକାରଙ୍କୁ ଘେରିଛନ୍ତି ବିଜେପି, କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଞ୍ଜାବର ଭାଗୌୱନ୍ତ ମାନ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୁସେୱାଲାଙ୍କ ସୁରକ୍ଷାକୁ ହଟା ଯାଇଥିଲା ।

ସେହିପରି ସୁରକ୍ଷା ପ୍ରତ୍ୟାହାର ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସୁନିଲ ଜାଖର । ସିଦ୍ଧୁଙ୍କ ସୁରକ୍ଷା ପ୍ରତ୍ୟାହାର ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । ଏଣୁ କିଏ ଓ କାହିଁକି ଏଭଳି ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତି ନେଲେ ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଜାଖର କହିଛନ୍ତି ।