Advertisment

ଫଟୋଗ୍ରାଫର ନଥିବାରୁ ବାହା ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

ବରଯାତ୍ରୀ ସହ ଶୋଭାଯାତ୍ରା କରି କନ୍ୟା ଘରେ ବର ପହଞ୍ଚିଲା। ସାଙ୍ଗରେ ଆଣି ନଥିଲା ଫଟୋଗ୍ରାଫର୍। କନ୍ୟା ଦେଖି ରାଗି ପଞ୍ଚମ। ଏମିତି କଲା ହଙ୍ଗାମା…

author-image
Pramod Behera
ଅଦ୍ୟତନ ହୋଇଛି
Groom didn’t hire photographer bride refuses to marry

Groom didn’t hire photographer bride refuses to marry

ଫଟୋ ଉଠାଇବାର କ୍ରେଜ୍‌ ପ୍ରାୟ ସମସ୍ତଙ୍କର ଅଛି। କିନ୍ତୁ ଯେତେବେଳେ ବାହାଘର କଥା ଉଠେ ତେବେ ଫଟୋ ଉଠା ନ ହେବ ଏହା କଦାପି ହୋଇ ନ ପାରେ। ବିବାହ ବେଳେ ତ କେବଳ ବର-କନ୍ୟାଙ୍କ ପାଇଁ ହିଁ ସ୍ୱତନ୍ତ୍ର ଫଟୋଗ୍ରାଫର ରହିଥାନ୍ତି। ଆଜିକାଲି ତ ଛୋଟ ଛୋଟ କଥାକୁ ନେଇ ବିବାହ ଭାଙ୍ଗୁଛି। ଉତ୍ତରପ୍ରଦେଶର ମଙ୍ଗଲପୁରରୁ ଏମିତି ଏକ ଖବର ଆସିଛି। ଯେତେବେଳେ ବରର ପକ୍ଷର ଲୋକେ ଫଟୋଗ୍ରାଫର ନ ଆଣି କନ୍ୟା ଘରେ ପହଞ୍ଚିଥିଲେ, ଏହା ଦେଖି କନ୍ୟା ରାଗିଯାଇ ବିବାହ କରିବାକୁ ମନା କରିଦେଇଥିଲେ।

Advertisment

କାନପୁର ଜିଲ୍ଲାର ମଙ୍ଗଲପୁର ଗାଁରେ ଶନିବାର ରାତିରେ ଏକ ବରଯାତ୍ରୀ ନାଚ ଓ ଗୀତରେ ପହଞ୍ଚିଥିଲା। ଏହା ପରେ, ଦ୍ୱାରଚାର ଏବଂ ଅନ୍ୟାନ୍ୟ ରୀତିନୀତି କରାଯାଇଥିଲା। ଜୟମାଲ ବିଳମ୍ବିତ ରାତିରେ ଆରମ୍ଭ ହେଲା, ତା’ପରେ କନ୍ୟା ସେଠାରେ ପହଞ୍ଚିଲା। ଏଠାରେ କନ୍ୟା ଦେଖିବାକୁ ପାଇଲା ଯେ ବର ପକ୍ଷରୁ କୌଣସି ଫଟୋଗ୍ରାଫରଙ୍କୁ ଅଣାଯାଇ ନଥିଲା। ଏହା ଦେଖି କନ୍ୟା ରାଗିଯାଇ ହଙ୍ଗାମା କରିଦେଲା।

ଏହା ପରେ ସେ ମଞ୍ଚରୁ ଉଠି ପଡ଼ୋଶୀମାନଙ୍କ ଭିତରକୁ ଚାଲିଗଲା। କନ୍ୟା ରାଗିଯାଇଥିବାରୁ ପରିବାର ସଦସ୍ୟ ତାକୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। କନ୍ୟା ଏତେ ରାଗିଯାଇଥିଲା ଯେ ସେ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲା। ସେ ସେଠାରେ କହିଥିଲା ଯେ ଯେଉଁ ବ୍ୟକ୍ତି ବିବାହର ମୂଲ୍ୟବାନ ଏବଂ ସୁନ୍ଦର ମୂହୁର୍ତ୍ତଗୁଡ଼ିକୁ କ୍ୟାପ୍‌ଚର କରିବାକୁ ଫଟୋଗ୍ରାଫର୍‌ ଆଣି ନାହାଁନ୍ତି, ଭବିଷ୍ୟତରେ ସେ କିପରି ତାଙ୍କର ଯତ୍ନ ନେବେ।

Advertisment

ପ୍ରଥମେ ପରିବାର ସଦସ୍ୟ ବୁଝେଇବାକୁ ଚେଷ୍ଟା କରିଥିଲେ। ତା’ପରେ ମାମଲା ପୋଲିସ ଷ୍ଟେସନ୍‌ରେ ପହଞ୍ଚିଥିଲା। ପଞ୍ଚାୟତ ଆରମ୍ଭ ହୋଇଥିଲା, କିନ୍ତୁ ବିବାହର କଥା ଉଠିଲା ନାହିଁ। କନ୍ୟା ସେହି ବ୍ୟକ୍ତିଙ୍କୁ ସିଧାସଳଖ ବିବାହ କରିବାକୁ ମନା କରିଦେଲା। ଉଭୟ ପକ୍ଷ ପରସ୍ପରକୁ ଜିନିଷ ଫେରାଇ ଦେଲେ ଓ ବରଯାତ୍ରୀ ଫେରିଆସିଲା। ତେବେ ଫଟୋଗ୍ରାଫର ନ ଆଣିବା ନେଇ ପୁରା ବିବାଦ ଆରମ୍ଭ ହୋଇଥିବା ପୋଲିସ କହିଛି।

National News
Advertisment
Advertisment