• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାକ୍ଷାତକାର ନେଉଥିବା ମହିଳାଙ୍କ ପ୍ରଶ୍ନବାଣରେ ଘାଇଲା ରାହୁଲ । ଉତ୍ତର ଦେଇ ନପାରି ଦୀର୍ଘ ସମୟ ଚୁପ ରହିଲେ କଂଗ୍ରେସ ଯୁବରାଜ । ନିକଟରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସେହି ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ସାକ୍ଷାତକାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୀର୍ଘ ସମୟ ଧରି ନିରବ ରହିଥିବା ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ତଥା ବିରୋଧୀ ସମାଲୋଚନା କରିବା ସହ ତାଙ୍କର ମଜାକ୍ ଉଡ଼ାଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାହୁଲଙ୍କର ସେହି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପ୍ରଶ୍ନ କରୁଥିବା ମହିଳାଙ୍କ ପ୍ରଶ୍ନରେ ରାହୁଲ ଆବାକାବା ହୋଇଯାଉଥିବା ଦେଖିବାକୁ ମିଳିଛି । ପ୍ରଶ୍ନ କରାଯିବା ପରେ ସେ ଦୀର୍ଘ ସମୟ ଧରି ନୀରବ ରହୁଛନ୍ତି । ତାଙ୍କ ନୀରବତା ଦେଖି ସ୍ପଷ୍ଟ ଜଣାପଡ଼ୁଛି ସେ ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ । ଲାଗୁଛି ପ୍ରଶ୍ନ ପଚାରିବା ପରେ ରାହୁଲ ଯେପରି ଚିନ୍ତାରେ ଡୁବି ଯାଇଛନ୍ତି ।

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଟକ୍ ସୋରେ ରାହୁଲ ଗାନ୍ଧୀଙ୍କୁ ୧୯୭୦ ମସିହା ଠାରୁ ଏବେ ସୁଦ୍ଧା ଦେଶରେ ହେଉଥିବା ହିଂସା ଉପରେ ନିଜର ଅନୁଭୂତି ବାଣ୍ଟିବାକୁ କୁହାଯାଇଥିଲା । ସାକ୍ଷାତକାର ନେଉଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ, ଦେଶରେ ଘଟୁଥିବା ହିଂସା ବିଷୟରେ କ’ଣ ଭାବୁଛନ୍ତି ? ବିଶେଷ କରି ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସେ ହିଂସାକୁ ନିଜ ଜୀବନର ପରିପ୍ରେକ୍ଷୀରେ କିପରି ଦେଖିଛନ୍ତି ?

ତେବେ ପ୍ରଶ୍ନ ଶୁଣିବା ପରେ ରାହୁଲ ଗାନ୍ଧୀ କ’ଣ ଉତ୍ତର ଦେବେ ବୋଲି ପ୍ରଥମେ ବେଶ୍‌ କିଛି ସମୟ ଚିନ୍ତା କରିଥିଲେ । ବର୍ତ୍ତମାନ ସେହି ସମୟର ଛୋଟ ଛୋଟ କ୍ଲିପଗୁଡିକ ଇଣ୍ଟରନେଟରେ ଭାଇରାଲ ହେଉଛି । ଫଳସ୍ୱରୂପ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ତାଙ୍କର ରାଜନୈତିକ ବିରୋଧୀମାନେ ତାଙ୍କୁ ଦୀର୍ଘ ସମୟର ନୀରବତା ପାଇଁ ପରିହାସ କରୁଛନ୍ତି । ତେବେ ଭିଡିଓ ଦେଖିବା ପରେ ରାହୁଲ ଗାନ୍ଧୀଙ୍କୁ ଉପଯୁକ୍ତ ହୋମୱାର୍କ କରି ସାକ୍ଷାତକାରରେ ଭାଗ ନେବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ୨୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କର୍ପସ ଖ୍ରିଷ୍ଟୀ କଲେଜର ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ।