• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼ । ବେଙ୍ଗଳୁରୁରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି । ସେ ପ୍ରେସ୍‌ମିଟ୍‌ କରୁଥିବା ବେଳେ କିଛି ଯୁବକ ସେଠାକୁ ପଶି ଆସିଥିଲେ । ହଙ୍ଗାମା କରିବା ସହିତ ସେମାନେ ରାକେଶଙ୍କ ମୁହଁ ଉପରକୁ କାଳି ଫିଙ୍ଗିଥିଲେ ।

ଏହା ପରେ ଘଟଣାସ୍ଥଳରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । କିଛି ଲୋକ ଚେୟାର ଫିଙ୍ଗା ଫୋପଡ଼ା ସହିତ ହାତାହାତି, ଧସ୍ତାଧସ୍ତି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିପାଇଁ କର୍ଣ୍ଣାଟକ ସରକାରଙ୍କୁ ଦାୟୀ କରିଛନ୍ତି ରାକେଶ ଟିକାୟତ । ସେ ଅଭିଯୋଗ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ କର୍ଣ୍ଣାଟକର ବିଜେପି ସରକାର ସୁରକ୍ଷା ଯୋଗାଇ ଦେଇଥିଲେ । ସ୍ଥାନୀୟ ପୋଲିସ ବି ସୁରକ୍ଷା ଦେଇନଥିଲା ।

ରାଜ୍ୟ ସରକାରଙ୍କ ସଲାସୁତୁରାରେ କିଛି ଗୁଣ୍ଡା ଏପରି କରିଥିବା ଅଭିଯୋଗ କରିଛନ୍ତି ରାକେଶ ଟିକାୟତ । ମୋଦି ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଭାରତୀୟ କିଶାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତଙ୍କ ନେତୃତ୍ୱରେ ସାରା ଦେଶରେ ଆନ୍ଦୋଳନ ହୋଇଥିଲା । ବିଶେଷ କରି ଦିଲ୍ଲୀ ସୀମାରେ ଏହା ବିରାଟ ରୂପ ଧାରଣା କରିଥିଲା । ଶେଷରେ କେନ୍ଦ୍ର ସରକାର ବାଧ୍ୟ ହୋଇ ସେହି ତିନି ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏହା ପରେ ସାରା ଦେଶରେ ଚାଷୀ ଆନ୍ଦୋଳନର ଚେହେରା ହୋଇଥିଲେ ରାକେଶ ଟିକାୟତ ।