Advertisment

ବଡ଼ ଖୁଲାସା-ସିଦ୍ଧୁଙ୍କୁ ମର୍ଡର ପାଇଁ ସୁପାରୀ ନେଇଥିଲେ ଶାହରୁଖ,ଗ୍ୟାଙ୍ଗଷ୍ଟରଙ୍କ ସହ ଫୋନ୍‌ରେ କଥା ହୋଇଥିଲେ

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍‌ ସେଲ୍‌କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍‌ଡି ବରାର୍‌ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sidhu Moosewala Murder Case Accused Shahrukh Big Revelation

Sidhu Moosewala Murder Case Accused Shahrukh Big Revelation

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଗିରଫ ଅଭିଯୁକ୍ତ ଜେରା ବେଳେ ଏକ ବଡ଼ ଦାବି କରିଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍‌ ସେଲ୍‌କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍‌ଡି ବରାର୍‌ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ। ପୂର୍ବରୁ ମଧ୍ୟ ସେ ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ, ହେଲେ ସୁରକ୍ଷାକର୍ମୀଙ୍କୁ ଦେଖି ସେ ପଳାଇ ଆସିଥିଲେ। ସିଦ୍ଧୁଙ୍କୁ ହତ୍ୟା ପୂର୍ବରୁ ଶାହରୁଖ ରେକି କରିଥିଲେ।

Advertisment

ଗୋଲ୍‌ଡି ବରାର୍‌ଙ୍କ ସହ ଶାହରୁଖ Signal Appରେ କଥାବାର୍ତ୍ତା ହେଉଥିଲେ। ଯେଉଁ ଫୋନ୍‌ରେ ଶାହରୁଖ କଥାବାର୍ତ୍ତା ହେଉଥିଲେ ତାହା ଜବତ କରାଯାଇଛି। ଫଳରେ ଆହୁରି ଅନେକ ଘଟଣା ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ତିହାର ଜେଲ୍‌ରେ ମଧ୍ୟ ଲରେନ୍ସ ଫୋନ୍‌ ବ୍ୟବହାର କରୁଛନ୍ତି ବୋଲି ସୂଚନା ମିଳିଛି। 

ଜେରା ବେଳେ ଶାହରୁଖ ୮ ଜଣଙ୍କ ନାଁ ନେଇଛି। ଏମାନେ ହେଲେ- ଗୋଲ୍‌ଡି ବରାର୍‌, ଲରେନ୍ସ ବିଷ୍ଣୋୟୀ, ସଚିନ(ପଞ୍ଜାବୀ ଗାୟକ ମନକିରତ୍‌ଙ୍କ ମ୍ୟାନେଜର), ଜମ୍ମୁ ଭଗୱାନପୁରିୟା, ଅମିତ କାଜଲା, ସୋନୁ କାଜଲ ଓ ବିଟ୍ଟୁ, ସତେନ୍ଦର କାଲା ଓ ଅଜୟ ଗିଲ୍‌। ହତ୍ୟା ଷଡ଼ଯନ୍ତ୍ର ପଛରେ ଏମାନଙ୍କ ହାତ ଥିବା ଶାହରୁଖ ଅଭିଯୋଗ କରିଛି। ଏହି ୮ ଜଣଙ୍କ ମଧ୍ୟରେ ପଞ୍ଜାବୀ ଗାୟକ ମନକିରତ୍‌ ଔଲଖଙ୍କ ମ୍ୟାନେଜର ନାଁ ମଧ୍ୟ ରହିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଶାହରୁଖ କହିଛି ଯେ, ‘ସିଦ୍ଧୁଙ୍କୁ ମର୍ଡର ପୂର୍ବରୁ ସେ ଭୋଳା(ହିସାର ବାସିନ୍ଦା) ଓ ସୋନୁ କାଜଲ(ହରିୟାଣ ବାସିନ୍ଦା)ଙ୍କ ସହ ସିଦ୍ଧୁଙ୍କ ଗାଁକୁ ଯାଇଥିଲେ। ହେଲେ ସେଠାରେ ୪ଜଣ ପିଏସ୍‌ଓଙ୍କୁ AK-47 ଧରି ମୁତୟନ ହୋଇଥିବା ଦେଖି ସେ ମର୍ଡର ପ୍ଲାନ୍‌ ଡ୍ରପ୍‌ କରି ଦେଇଥିଲେ। ଏହାପରେ ଗୋଲ୍‌ଡି ହତ୍ୟା ପାଇଁ ତାଙ୍କୁ UZI ମାରଣାସ୍ତ୍ର ଦେଇଥିଲେ। ହତ୍ୟା ପାଇଁ AK-47 ଓ ବିୟର ସ୍ପ୍ରେ ଶାହରୁଖ ଦାବି କରିଥିଲେ।

ତେବେ କୌଣସି କାରଣରୁ ଶାହରୁଖ ଏହି କାମରୁ ବାହାରି ଯାଇଥିଲେ। ଏବେ ଦାବି କରାଯାଉଛି ଯେ, ଭୋଳା ଓ ସୋନୁ କରିଥିବା ରେକି ସମୟରେ ଯେଉଁ ଗାଡ଼ି ବ୍ୟବହୃତ ହୋଇଥିଲା ସିଦ୍ଧୁଙ୍କୁ ମର୍ଡର ପାଇଁ ମଧ୍ୟ ସେହି ବୋଲେରୋ କାର୍‌ ବ୍ୟବହୃତ ହୋଇଥିଲା। 

ସୂଚନାଥାଉ କି,  ପଞ୍ଜାବର ମନ୍‌ସାରେ ଗତକାଲି ଏହି ଚର୍ଚ୍ଚିତ ଗାୟକ ତଥା କଂଗ୍ରେସ ନେତାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। କୁହାଯାଉଛି, ଅଭିଯୁକ୍ତ ମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ମୁସେଓ୍ୱାଲାଙ୍କ ସାଙ୍ଗରେ ଥିବା ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି। ପପ୍ ସଙ୍ଗ 295 ମୁସେଓ୍ୱାଲାଙ୍କୁ ପଞ୍ଜାବର ଯୁବପିଢ଼ିଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲା।

Lawrence Bishnoi Gang Punjab Singer Sidhu Moosewala Punjab Singer Murder Sidhu Moosewala Murder
Advertisment
Advertisment